ମେ’ ୮ ତାରିଖ ରାତିରେ ଆତଙ୍କୀସ୍ତାନ ଭାରତର ୨୪ ସହରରେ ଆକ୍ରମଣ କରିବା ପାଇଁ ୫୦୦ ଛୋଟ ଡ୍ରୋନ୍ ଲଞ୍ଚ୍ କରିଥିଲା । କିନ୍ତୁ ପାକିସ୍ତାନର ସବୁ ଡ୍ରୋନକୁ ତାଳଫୋଟକା ଭଳି ଫୁଟାଇ ଦେଲା ଭାରତ ଅର୍ଥାତ୍ ସବୁ ଡ୍ରୋନ୍ ଫୁସ୍ । ସୂଚନା ଅନୁସାରେ ଭାରତ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଯେଉଁ ଡ୍ରୋନର ବ୍ୟବହାର କରିଥିଲା ତାହା ସବୁ ଚୀନ୍ ଏବଂ ତୁର୍କୀର । ପାକିସ୍ତାନ କିଛି ସମୟ ଭିତରେ ୫୦୦ ଟି ଛୋଟ ଡ୍ରୋନ୍ ଲଞ୍ଚ୍ କରିଥିଲା । ଯାହାର ଉଦ୍ଦେଶ୍ୟ ୨୪ ସହରକୁ ଧୂଳିସାତ୍ କରିବାର ଥିଲା କିନ୍ତୁ ଚାଇନା ମାଲ୍ ସବୁ ଫୁସକିଗଲା । ପାକିସ୍ତାନର ଟାର୍ଗେଟରେ ଯେଉଁ ରାଜ୍ୟ ଥିଲା ତାହା ହେଉଛି ଜମ୍ମୁ-କାଶ୍ମୀର,ପଞ୍ଜାବ,ରାଜସ୍ତାନ ଏବଂ ଗୁଜରାଟ । 

Advertisment

ସୂତ୍ର ଅନୁସାରେ , ପାକ୍ ଯେଉଁ ଡ୍ରୋନକୁ ଭାରତ ଉପରେ ଆକ୍ରମଣ କରିବା ପାଇଁ ପଠାଇଥିଲା ସେଥିରେ ବିସ୍ଫୋଟକ ହିଁ ନଥିଲା । ଭାରତୀୟ ସେନା ପାକିସ୍ତାନର ପାଖାପାଖି ୫୦୦ ଡ୍ରୋନକୁ ଡିଟେକ୍ଟ କଲା । ଆତଙ୍କୀସ୍ତାନ ଗୁରୁବାର ରାତି ପାଖାପାଖି ୮ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଡ୍ରୋନ୍ ଆକ୍ରମଣ କଲା , ଯାହାର ମୁହଁଭଙ୍ଗା ଜବାବ୍ ଭାରତୀୟ ସେନା ଦେଲା । ଲଦାଖ , ଜମ୍ମୁ,ପଞ୍ଜାବ,ରାଜସ୍ତାନର ୨୪ ଟି ସ୍ଥାନରେ ଡ୍ରୋନ୍ ଆଟାକ୍ ଉଦ୍ୟମ କରିଥିଲା ପାକ୍ । ଏସବୁ ଡ୍ରୋନକୁ ଶିଲ୍କା , L-70 ଏବଂ Zu mm ବନ୍ଧୁକ ଦ୍ବାରା ଏଙ୍ଗେଜ୍ କରାଗଲା ଏବଂ S-400 ଏବଂ ‘ଆକାଶ’ ଏହି ସବୁ ଡ୍ରୋନକୁ ମାରି ଗଡ଼ାଇଥିଲେ । ଏଥିରୁ କେବଳ ଗୋଟିଏ ଡ୍ରୋନ୍ ଜମ୍ମୁର ସିଭିଲ୍ ଏୟାରପୋର୍ଟକୁ ହିଟ୍ କରିଥିଲା ।