ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଡିଫେନ୍ସ ଇଣ୍ଡଷ୍ଟ୍ରିଆଲ୍ କରିଡରରେ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ୍ ୟୁନିଟ୍ ଉଦଘାଟନ କରାଗଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଉଦଘାଟନ କରିଥିଲେ । ଏହି ୩୦୦ କୋଟି ଟଙ୍କାର ଅତ୍ୟାଧୁନିକ ସୁବିଧା ପ୍ରତିବର୍ଷ ୮୦ ରୁ ୧୦୦ ବ୍ରହ୍ମୋସ ମିସାଇଲ୍ ଉତ୍ପାଦନର କ୍ଷମତା ରଖିଥାଏ । ବ୍ରହ୍ମୋସ ୨୯୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର ସାମର୍ଥ୍ୟ ରଖେ ଏବଂ ଏହାର ଗତି ୨.୮ ସ୍ପିଡରେ ପହଞ୍ଚିଥାଏ । ‘ଫାୟାର ଆଣ୍ଡ୍ ଫରଗେଟ୍’ ସିଷ୍ଟମରେ କାମ କରି ସ୍ଥଳ,ଜଳ ଏବଂ ଆକାଶରୁ ମଧ୍ୟ ଏହାକୁ ଲଞ୍ଚ୍ କରାଯାଇପାରିବ । 

Advertisment
YOGI
YOGI Photograph: (google)

ଏହି ୟୁନିଟର ଉଦଘାଟନ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନକୁ ଟାର୍ଗେଟ୍ କରି ଏମିତି ପ୍ରତିକ୍ରିୟା ଦେଇଛନ୍ତି ଯେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୋଗୀ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତୀୟ ସେନା , ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବ୍ରହ୍ମୋସ ମିସାଇଲର ସଫଳତା ବିଷୟରେ କହି ଯୋଗୀ କହିଛନ୍ତି , ‘ବ୍ରହ୍ମୋସର ଶକ୍ତି ଜାଣିବାକୁ ଯଦି ଚାହୁଁଛ ତା’ହେଲେ ପାକିସ୍ତାନକୁ ପଚାର । ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦକୁ ପାଦ ତଳେ ଦଳି ନ ଦେଇଛୁ ସେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବ ନାହିଁ । ଅପରେସନ୍ ସିନ୍ଦୂରରେ ବ୍ରହ୍ମୋସର ଶକ୍ତି ସମସ୍ତେ ଦେଖିଲେ । ଯୋଗୀ ଆଦିତ୍ୟନାଥ କହିଲେ , ଆତଙ୍କବାଦ ହେଉଛି କୁକୁରର ଲାଙ୍ଗୁଡ଼ , ଯାହା କେବେ ବି ସିଧା ହେବନି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଆମେ ଆତଙ୍କବାଦ ସହ ଲଢୁଛୁ । ଆଜିର ସମୟରେ ଦୁନିଆର ବିଭିନ୍ନ ସ୍ଥାନରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜୁଛି । ଇସ୍ରାଏଲ୍ ଡିଫେନ୍ସ ଅଞ୍ଚଳରେ ଆତ୍ମନିର୍ଭର ହୋଇରହିଛି । ନିଜ ଆଖପାଖର ଦେଶକୁ ଗୋଟା ଗିଳିବାର ସାହସ ରଖେ ଇସ୍ରାଏଲ୍ । ଆତଙ୍କବାଦକୁ ବି ତାଙ୍କ ଭାଷାରେ ହିଁ ଜବାବ ଦେବା ଦରକାର ।’ 

Adityanath
Adityanath Photograph: (google)