ପାକିସ୍ତାନକୁ ଲୁହର ନୁହଁ ରକ୍ତର କାନ୍ଦ କନ୍ଦାଇଲା ଭାରତ । ପ୍ରଥମେ ଆତଙ୍କବାଦୀଙ୍କୁ ମାରିଲା ପରେ ପାକ୍ ସେନା ଯବାନଙ୍କ ମୁଣ୍ଡ ପରେ ମୁଣ୍ଡ ଗଡ଼ାଇଲା । ବାକି ରହିଲା ନୂର୍ ଖାନ୍ ଏୟାରବେସ୍ ଯାହାକୁ ନେଇ ଗର୍ବ କରୁଥିଲା ଆତଙ୍କୀସ୍ତାନ , ତା’କୁ ବି ମାଟିରେ ମିଶାଇଦେଲା ଭାରତ । ପାକିସ୍ତାନର ଗର୍ବ ସାଜିଥିବା ଏହି ଏୟାରବେସକୁ ଉଡ଼ାଇ ଶତ୍ରୁଦେଶର ଅଣ୍ଟା ଭାଙ୍ଗିଦେଲା ଭାରତ । ଆଉ ଏହା ପଛରେ ଥିଲେ ଏୟାର୍ ଚିଫ୍ ମାର୍ଶଲ୍ ଏପି ସିଂହ । ସୂତ୍ର ଅନୁସାରେ ନୂର୍ ଖାନ୍ ଏୟାରବେସ୍ ଆକ୍ରମଣରେ ଭାରତୀୟ ବାୟୁସେନା ମୁଖ୍ୟ ଅମରପ୍ରୀତ୍ ସିଂହ (ଏପି ସିଂହ) ଙ୍କ ପ୍ରମୁଖ ଭୂମିକା ଥିଲା । ସେ ହିଁ ଏହି ଏୟାରବେସ୍ ଉପରେ ଆକ୍ରମଣ କରିବାର ପ୍ଲାନ୍ ରଚିଥିଲେ । ଭାରତର ଏନଏସଏ ଅଜିତ୍ ଡୋଭାଲଙ୍କ ତରଫରୁ ଏପି ସିଂହଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ଏହି ମିଶନ୍ ପାଇଁ ଏୟାର୍ ଚିଫ୍ ମାର୍ଶଲ୍ ବେଷ୍ଟ୍ ପାଇଲଟଙ୍କ ଚୟନ କରିଥିଲେ ଏବଂ ପାକିସ୍ତାନ ଉପରେ ଆକ୍ରମଣ କରିଥିଲେ ।
/kanak/media/media_files/2025/05/13/xvjmNxCVNwD2r8yDLdiT.jpg)
ସୂତ୍ର ଅନୁସାରେ ବାୟୁସେନା ପ୍ରମୁଖ କହିଥିଲେ ଯେ ‘ଆମକୁ ପ୍ରଳୟ ରଚିବା ପାଇଁ ପାକିସ୍ତାନ ଭିତରେ ପ୍ରବେଶ କରିବାକୁ ହିଁ ପଡ଼ିବ ।’ ଏହି ଅପରେସନକୁ ସଫଳ କରିବାରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ଥିଲା । ସେ ଯାହା ପ୍ଲାନିଂ କରିଥିଲେ ତା’କୁ କରି ଦେଖାଇଲେ । କେମିତି ପାକିସ୍ତାନର ନୂର୍ ଖାନ୍ ଏୟାରବେସ୍ ସହ ୯ ଟି ଏୟାରବେସକୁ ମାଟିରେ ମିଶାଇଲା ଭାରତୀୟ ବାୟୁସେନା ତାହା ପୂରା ଦୁନିଆ ଦେଖିଲା । ଭାରତୀୟ ବାୟୁସେନାର ୨୮ ନମ୍ବର ମୁଖ୍ୟ ହେଉଛନ୍ତି ଏୟାର୍ ଚିଫ୍ ମାର୍ଶଲ୍ ଅମରପ୍ରୀତ୍ ସିଂହ । ସେ ୩୦ ସେପ୍ଟେମ୍ବର ୨୦୨୪ ରେ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ଜନ୍ମ ଅକ୍ଟୋବର ୨୭ , ୧୯୬୪ ରେ ହୋଇଥିଲା । ସେ ୧୯୮୪ , ଡିସେମ୍ବର ୨୧ ରେ ଫାଇଟର୍ ଷ୍ଟ୍ରିମରେ ସାମିଲ ହୋଇଥିଲେ । ତାଙ୍କ ପାଖରେ ୫୦୦୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣର ଅନୁଭବ ରହିଛି । ଏପି ସିଂହ ନ୍ୟାସନାଲ୍ ଡ଼ିଫେନ୍ସ ଏକାଡେମୀ , ରକ୍ଷା ସେବା ଷ୍ଟାଫ୍ କଲେଜ ଏବଂ ରାଷ୍ଟ୍ରୀୟ ରକ୍ଷା କଲେଜର ପୂର୍ବତନ ଛାତ୍ର । ଯାହାଙ୍କୁ ନେଇ ଏବେ ଗର୍ବ କରୁଛି ପୂରା ଦେଶ ।