ପାକିସ୍ତାନୀ କଳାକାରଙ୍କ ବୁଦ୍ଧି ବୋଧହୁଏ ଭ୍ରଷ୍ଟ ହେଲାଣି । ଯେଉଁ ପତ୍ରରେ ଖାଇବୁ ସେଇଠି ଛେପ ପକାଇବୁ ଭଳି କାମ କରୁଛନ୍ତି ଏହି କଳାକାର । ସେ ଅଭିନେତ୍ରୀ ମାହିରା ଖାନ୍ ହୁଅନ୍ତୁ କି ଫୱାଦ ଖାନ୍ , ମାୱରା ଖାନ୍ ସମସ୍ତେ ଏବେ ଭାରତ ତରଫରୁ ନିଆଯାଇଥିବା ଆକ୍ସନ୍ ଅପରେସନ ସିନ୍ଦୂରକୁ ନେଇ କଟୁ କଥା କହିବାରେ ଲାଗିଛନ୍ତି । ମୁହଁଟାଣ ହେଲା ପରି ଯିଏ ଯାହା ପାରୁଛନ୍ତି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଛନ୍ତି । ଆଉ ଯାହାର ମୁହଁଭଙ୍ଗା ଜବାବ ଦେଇଛନ୍ତି ଭାରତର ସେଲିବ୍ରିଟି । ଏହି କଳାକାରଙ୍କ ଉପରେ ଜବରଦସ୍ତ ଆକ୍ସନ୍ ନିଆଯାଇଛି । ପାକ୍ କଳାକାର ଅଭିନୟ କରିଥିବା ହିନ୍ଦୀ ସିନେମାରୁ ତାଙ୍କ ପୋଷ୍ଟରକୁ ହଟାଇ ଦିଆଯାଇଛି । 

Advertisment
mahira
mahira Photograph: (google)

କପୁର୍ ଆଣ୍ଡ୍ ସନ୍ସ , ରଇସ୍ ଏବଂ ସନମ୍ ତେରୀ କସମ୍ ଭଳି ସିନେମାରେ ଅଭିନୟ କରିଥିବା ମାହିରା , ଫୱାଦ ଏବଂ ମାୱରା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଭାରତ ସରକାର ଏବଂ ସେନାକୁ ଅପମାନଜନକ ଟିପ୍ପଣୀ କରିଥିଲେ । ଏହି କଳାକାରଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସିନେମା ପୋଷ୍ଟରରୁ ତାଙ୍କ ଫଟୋକୁ ହଟାଇ ଦିଆଯାଇଛି । ସ୍ପଟିଫାଇ , ୟୁଟ୍ୟୁବ୍ ମ୍ୟୁଜିକର କଭରରୁ ଏହି କଳାକାରଙ୍କ ଫଟୋକୁ ହଟାଇ ଦିଆଯାଇଛି । ପ୍ରଥମେ ଏହି ପୋଷ୍ଟରର କଭର୍ ଫଟୋରେ ପାକିସ୍ତାନ ଅଭିନେତା , ଅଭିନେତ୍ରୀଙ୍କୁ ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ଦେଶ ଆଗ ଏବଂ ମନୋରଞ୍ଜନ ପଛ । 

sanam teri kasam
sanam teri kasam Photograph: (google)

ସବୁ ପାକ୍ କଳାକାରଙ୍କ ଫଟୋକୁ ପୋଷ୍ଟରରୁ ହଟା ଯାଉଥିବାର ଦେଖିବାକୁ ମିଳୁଛି । କିଛି କଭର୍ ଫଟୋରେ ପାକିସ୍ତାନ କଳାକାରଙ୍କ ଉପସ୍ଥିତି ଏବେ ସୁଦ୍ଧା ରହିଥିଲେ ହେଁ ଧୀରେ ଧୀରେ ଫଟୋ ଉଡାଇବା କାମରେ ଲାଗିଛନ୍ତି ଏଡିଟର୍ । ଆପଣଙ୍କୁ କହିରଖୁଛୁ କି ପାକିସ୍ତାନର କଳାକାର ଆତଙ୍କବାଦ ଉପରେ ପଦୁଟିଏ କିଛି ନ କହି ଭାରତ ସରକାର ଏବଂ ସେନାକୁ ବାରମ୍ବାର ନିନ୍ଦା କରିବା ସହ ଅପରେସନ ସିନ୍ଦୂର ଉପରେ ଖରାପ ଟିପ୍ପଣୀ କରୁଥିଲେ ଯାହାର ମୁହଁଭଙ୍ଗା ଜବାବ ପାଇଲେ । 

fawad
fawad Photograph: (google)