ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରି ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଲା । ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ଏହାକୁ ଅପରେସନ୍ ସିନ୍ଦୂରର ନାମ ଦିଆଗଲା । ପାକିସ୍ତାନ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଭାରତର ତିନି ସେନା ମିଳିତ ଭାବେ ରଣନୀତି ପ୍ରସ୍ତୁତ କରି ଅପରେସନ୍ ସିନ୍ଦୂରକୁ ସଫଳ କରିଥିଲେ । କିନ୍ତୁ ସଂଯୋଗ କୁହନ୍ତୁ କି ଆଉ କ’ଣ ଭାରତୀୟ ସେନାର ଇତିହାସରେ ବୋଧହୁଏ ଏହା ପ୍ରଥମଥର ହେବ ଯେ ତିନି ସେନାର ପ୍ରମୁଖ ହେଉଛନ୍ତି ୩ ସାଙ୍ଗ । ତିନି ସେନା ଅଧ୍ୟକ୍ଷ NDA ର ୧୯୮୪ ବ୍ୟାଚରୁ ପାସ୍ ଆଉଟ୍ ହୋଇଛନ୍ତି ଏବଂ ୩ ଜଣ ବ୍ୟାଚମେଟ୍ ମଧ୍ୟ ରହିଥିଲେ । ଆଜିର ସମୟରେ ୩ ସାଙ୍ଗ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ନେତୃତ୍ୱ ନେଉଛନ୍ତି । ପାକିସ୍ତାନରେ ହୋଇଥିବା ଅପରେସନ୍ ସିନ୍ଦୂରରେ ମଧ୍ୟ ଏହି ତିନିଜଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏକାଠି ତିନିଜଣ ଅପରେସନ୍ ସିନ୍ଦୂରର ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ଫଳାଫଳ ସମଗ୍ର ବିଶ୍ୱ ସାମ୍ନାରେ ରହିଛି । ତେବେ ଆସନ୍ତୁ ଜାଣିବା ଏହି ତିନି ସେନାଧ୍ୟକ୍ଷ କିଏ ? ଭାରତରେ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଏହି ତିନି ସେନାର ଅଲଗା ଅଲଗା ଅଧ୍ୟକ୍ଷ ଅଛନ୍ତି, ଯାହାଙ୍କୁ ସେନାଧ୍ୟକ୍ଷ କୁହାଯାଏ । ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସ୍ଥଳସେନାର ସେନାଧ୍ୟକ୍ଷ ଥିବା ବେଳେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ନୌସେନାର ସେନାଧ୍ୟକ୍ଷ ଏବଂ ବାୟୁସେନାର ଦାୟିତ୍ୱ ଏୟାର ମାର୍ଶଲ ଅମରପ୍ରୀତ ସିଂ ସମ୍ଭାଳୁଛନ୍ତି ।
/kanak/media/media_files/2025/05/08/LGt9Enb8H4KJeYHWmzPT.jpg)
ଯଦି ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ କଥା କହିବା ତେବେ ତାଙ୍କୁ ୩୦ ଜୁନ୍ ୨୦୨୪ ରେ ଭାରତୀୟ ସେନାରେ ସ୍ଥଳସେନା ମୁଖ୍ୟ (Chief of Army Staff, COAS) ଭାବରେ ନିଯୁକ୍ତ କରାଯାଇଥିଲା । ୧ ଜୁଲାଇ ୧୯୬୪ ରେ ମଧ୍ୟପ୍ରଦେଶର ରେୱାରେ ଜନ୍ମିତ ଉପେନ୍ଦ୍ର ଦ୍ୱିବେଦୀ ସୈନିକ ସ୍କୁଲ, ରେୱାରୁ ନିଜର ପ୍ରାରମ୍ଭିକ ଶିକ୍ଷାଗ୍ରହଣ କରିଥିଲେ। ସେ ୧୯୭୩ ରେ ସୈନିକ ସ୍କୁଲରେ ଆଡମିଶନ ନେଇଥିଲେ ଏବଂ ୧୯୮୧ ରେ ପାସଆଉଟ୍ ହୋଇଥିଲେ । ଏହି ସମୟରେ ଆଡମିରାଲ ଦିନେଶ ତ୍ରିପାଠୀ ତାଙ୍କର ବ୍ୟାଚମେଟ୍ ଥିଲେ । ଦିନେଶ ତ୍ରିପାଠୀ ବର୍ତ୍ତମାନ ନୌସେନାର ସେନାଧ୍ୟକ୍ଷ ଅଛନ୍ତି ।
/kanak/media/media_files/2025/05/08/hH7KHX5igw1SlZq1E62v.jpg)
ଏହା ପରେ ଉପେନ୍ଦ୍ର ଦ୍ୱିବେଦୀଙ୍କର ସିଲେକ୍ସନ ଏନଡିଏରେ ହୋଇଗଲା, ଯାହା ପରେ ସେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (NDA), ଖଡକୱାସଲାରୁ ଗ୍ରାଜୁଏସନ କଲେ । ଏଠାରେ ତାଙ୍କୁ ଶାରୀରିକ ପ୍ରଶିକ୍ଷଣରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବ୍ଲୁ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏହା ପରେ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଭାରତୀୟ ସାମରିକ ଏକାଡେମୀ (IMA), ଡେରାଡୁନରୁ ୧୫ ଡିସେମ୍ବର ୧୯୮୪ ରେ ଜମ୍ମୁ ଏବଂ କାଶ୍ମୀର ରାଇଫଲ୍ସର ୧୮ ତମ ବାଟାଲିୟନରେ କମିସନ କରାଯାଇଥିଲା । ଏଠାରେ ମଧ୍ୟ ତାଙ୍କୁ ଶାରୀରିକ ପ୍ରଶିକ୍ଷଣରେ ସ୍ୱର୍ଣ୍ଣ ପଦକ ମିଳିଥିଲା । ଉପେନ୍ଦ୍ର ଦ୍ୱିବେଦୀ ସାମରିକ ଅଧ୍ୟୟନ ଏବଂ ସାମରିକ ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ଏହା ବ୍ୟତୀତ ତାଙ୍କ ପାଖରେ ଏମ.ଫିଲ୍.(ପ୍ରତିରକ୍ଷା ଏବଂ ପରିଚାଳନା ଅଧ୍ୟୟନ)ର ଡିଗ୍ରୀ ମଧ୍ୟ ଅଛି । ୩୯ ବର୍ଷର କ୍ୟାରିୟରରେ ଉପେନ୍ଦ୍ର ଦ୍ୱିବେଦୀ ଜମ୍ମୁ-କାଶ୍ମୀର, LAC, ଏବଂ ଉତ୍ତର ପୂର୍ବରେ ଆତଙ୍କବାଦ ବିରୋଧୀ ଏବଂ ସୀମା ସୁରକ୍ଷା ସହିତ ଅନେକ ଅଭିଯାନରେ ସାମିଲ ହୋଇଛନ୍ତି ।
/kanak/media/media_files/2025/05/08/TH7dmQLo7wWA1AYD9pUf.jpg)
ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ ୩୦ ମେ ୨୦୨୪ ରେ ନୌସେନା ପ୍ରମୁଖ (Chief of Naval Staff, CNS) କରାଯାଇଛି । ଦିନେଶ ତ୍ରିପାଠୀଙ୍କର ଜନ୍ମ ୧୫ ମେ ୧୯୬୪ ରେ ଉତ୍ତରପ୍ରଦେଶର ଏକ ଗାଁରେ ହୋଇଥିଲା । ବାପା ଜଣେ ଶିକ୍ଷକ ଥିବାରୁ ଗାଁର ସରକାରୀ ସ୍କୁଲରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ଦିନେଶଙ୍କ ଆଡମିଶନ ୧୯୭୩ ରେ ସୈନିକ ସ୍କୁଲ, ରେୱାରେ ହୋଇଗଲା । ଯେଉଁଠାରୁ ସେ ୧୯୮୧ ରେ ପାସଆଉଟ୍ ହୋଇଥିଲେ । ଉପେନ୍ଦ୍ର ଦ୍ୱିବେଦୀ ତାଙ୍କର ବ୍ୟାଚମେଟ୍ ଥିଲେ । ଏଠାରୁ ପାସଆଉଟ୍ ହେବା ପରେ ଦିନେଶଙ୍କ ସିଲେକ୍ସନ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (NDA), ପୁଣେ ପାଇଁ ହୋଇଗଲା ଯେଉଁଠାରୁ ସେ ଗ୍ରାଜୁଏସନ କରିଥିଲେ । ସେ ଭାରତୀୟ ନୌସେନା ଏକାଡେମୀ, ଏଝିମାଲାରୁ ନୌସେନାର ପ୍ରଶିକ୍ଷଣ ନେଇଛନ୍ତି । ଏହା ବ୍ୟତୀତ ସେ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ (DSSC), ୱେଲିଙ୍ଗଟନର ଷ୍ଟାଫ୍ କୋର୍ସରେ ପଦକ ଜିତିଛନ୍ତି । ଦିନେଶ ନେଭାଲ ହାୟର କମାଣ୍ଡ କୋର୍ସ, କରଞ୍ଜରୁ ନୌସେନା ସଞ୍ଚାଳନର ଟ୍ରେନିଂ ନେଇଛନ୍ତି । ଏହା ସହିତ ୟୁଏସ ନେଭାଲ ୱାର କଲେଜ, ନ୍ୟୁପୋର୍ଟରୁ ନୌସେନା କମାଣ୍ଡ କୋର୍ସ କରିଛନ୍ତି । ସେ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଙ୍ଗ ଇନ ଚିଫ୍ ପଦରେ ମଧ୍ୟ ରହିଛନ୍ତି । ଉପ ନୌସେନା ପ୍ରମୁଖ (୨୦୨୩-୨୦୨୪) ଭାବରେ ନୌସେନା ସଞ୍ଚାଳନ ଏବଂ ନୀତି ନିର୍ମାଣରେ ମଧ୍ୟ ଭୂମିକା ନିଭାଇଛନ୍ତି ।
/kanak/media/media_files/2025/05/08/rqyGwIJqVKPHE5yIKnD9.jpg)
୩୦ ସେପ୍ଟେମ୍ବର ୨୦୨୪ ରେ ଏୟାର ମାର୍ଶଲ ଅମର ପ୍ରୀତ ସିଂହଙ୍କୁ ବାୟୁସେନା ପ୍ରମୁଖ (Chief of Air Staff, CAS) ରୂପେ ନିଯୁକ୍ତ କରାଯାଇଥିଲା । ୧୯୬୪ ଅକ୍ଟୋବର ୨୭ ତାରିଖ ହେଉଛି ତାଙ୍କ ଜନ୍ମଦିନ । ସେ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ (NDA), ଖଡକୱାସଲାରୁ ଗ୍ରାଜୁଏସନ କରିଛନ୍ତି । ସେ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଦିନେଶ ତ୍ରିପାଠୀଙ୍କ ସହିତ ୧୯୮୪ ର ଏନଡିଏ ବ୍ୟାଚମେଟ୍ ରହିଛନ୍ତି । ଅମର ପ୍ରୀତ ସିଂହ ଜଣେ ପ୍ରଶିକ୍ଷିତ ଫାଇଟର ପାଇଲଟ ଅଟନ୍ତି, ମିଗ-21, ମିଗ-29, ସୁଖୋଇ-30 MKI, ଏବଂ ଅନ୍ୟ ବିମାନଗୁଡ଼ିକୁ ସେ ଉଡ଼ାଇଛନ୍ତି । ସେ ଫ୍ଲାଇଙ୍ଗ ଇନଷ୍ଟ୍ରକ୍ଟର ଏବଂ ଟେଷ୍ଟ୍ ପାଇଲଟ ମଧ୍ୟ ରହିଛନ୍ତି । ଏହା ବ୍ୟତୀତ ସେ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ (DSSC), ୱେଲିଙ୍ଗଟନ, ନ୍ୟାସନାଲ ଡିଫେନ୍ସ କଲେଜ (NDC), ନୂଆଦିଲ୍ଲୀରୁ ମଧ୍ୟ ଟ୍ରେନିଂ ନେଇଛନ୍ତି ।