ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସରେ ପହଞ୍ଚି ଭାରତୀୟ ଯବାନଙ୍କୁ ଭେଟିଲେ । ଇଣ୍ଡିଆନ୍ ଏୟାରଫୋର୍ସର ବାୟୁବୀରଙ୍କ ସହ ସାକ୍ଷାତ କରି ଘଣ୍ଟାଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏୟାରବେସରେ ରହିଲେ । ଯବାନଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ପ୍ରଧାନମନ୍ତ୍ରୀ ହସୁଥିବାର ନଜର ଆସିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଯବାନମାନେ ଅନେକ ଫଟୋ ମଧ୍ୟ ଉଠାଇଥିଲେ ।
Earlier this morning, I went to AFS Adampur and met our brave air warriors and soldiers. It was a very special experience to be with those who epitomise courage, determination and fearlessness. India is eternally grateful to our armed forces for everything they do for our nation. pic.twitter.com/RYwfBfTrV2
— Narendra Modi (@narendramodi) May 13, 2025
ଏଠାରେ ଆପଣଙ୍କୁ କହିରଖୁଛୁ କି ପାକିସ୍ତାନ ଭାରତ ବିପକ୍ଷରେ ମିଥ୍ୟା ଖବର ପ୍ରଚାର କରି କହିଥିଲା ଯେ ଭାରତ ଆଦମପୁର ଏୟାରବେସ୍ ଉପରେ ଆକ୍ରମଣ କରି ତାହାକୁ ଉଡ଼ାଇ ଦେଇଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିମାନ ଆଦମପୁର ଏୟାରବେସରେ ପହଞ୍ଚିବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ମିଥ୍ୟା କହୁଥିଲା । ଭାରତର ଲଢୁଆ ବିମାନ ମିଗ୍-୨୯ ର ବେସ୍ ହେଉଛି ଏହି ଏୟାରବେସ୍ । ପ୍ରଧାନମନ୍ତ୍ରୀଙ୍କ ସହ ଏୟାର୍ ଚିଫ୍ ମାର୍ଶଲ ଏପି ସିଂହ ମଧ୍ୟ ସାଙ୍ଗରେ ଥିଲେ । ପାକିସ୍ତାନ ସୀମା ନିକଟରେ ଥିବା ଏହି ଏୟାରବେସ୍ ଶତ୍ରୁଦେଶ ଉପରେ ଆକ୍ରମଣ କରିବା ପାଇଁ ଜଣାଶୁଣା ।