ବିହାର ନିର୍ବାଚନ ପୂର୍ବରୁ ତେଜ ପ୍ରତାପ ଯାଦବ ଆରଜେଡିରେ ଥିବା କଥିତ ବିଭୀଷଣଙ୍କ ପଛରେ ପଡିଛନ୍ତି । ଅନୁଷ୍କା ଯାଦବଙ୍କ ସହ ପ୍ରେମ ସଂପର୍କ ଏବଂ ପାର୍ଟି-ପରିବାରରୁ ବାହାର କରାଯିବା ଉପରେ ତେଜ ପ୍ରତାପ ନିରବତା ଭାଙ୍ଗିଛନ୍ତି । ରବିବାର ସେ ଏକ୍ସରେ ପୋଷ୍ଟ କରି ନିଜ ମନ କଥା କହିଛନ୍ତି । ଯେଉଁଠି ସେ ବାପା ଲାଲୁ ଯାଦବ ଏବଂ ମାତା ରାବ୍ରି ଦେବୀଙ୍କ ପାଇଁ ଭଲପାଇବା ଦେଖାଇବା ସହ ପିତାଙ୍କୁ ସତର୍କ ମଧ୍ୟ କରାଇଥିଲେ । ବର୍ତ୍ତମାନ ତେଜ ପ୍ରତାପ ଭାଇ ତେଜସ୍ୱୀ ଯାଦବଙ୍କ ପ୍ରତି ଭଲପାଇବା ଦେଖାଇବା ସହ ବିଭୀଷଣଙ୍କୁ ମଧ୍ୟ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି

Advertisment
tej
tej Photograph: (google)

ଭାଇ ତେଜସ୍ୱୀଙ୍କୁ ସମ୍ବୋଧିତ କରି ସେ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି । ଯେଉଁଥିରେ ସେ ତେଜସ୍ୱୀଙ୍କୁ ଅର୍ଜୁନ ବୋଲି କହିଥିବା ବେଳେ ନିଜକୁ କୃଷ୍ଣ ବୋଲି କହିଛନ୍ତି । ସେ ଏହି ପୋଷ୍ଟରେ ବିଭୀଷଣଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, "ମୋ ଅର୍ଜୁନଠାରୁ ମୋତେ ଅଲଗା କରିବାର ସ୍ୱପ୍ନ ଦେଖୁଥିବା ଲୋକମାନେ, ତୁମେମାନେ କେବେବି ନିଜର ଷଡ୍‌ଯନ୍ତ୍ରରେ ସଫଳ ହୋଇପାରିବ ନାହିଁ । କୃଷ୍ଣଙ୍କ ସେନା ତୁମେ ନେଇପାରିବ କିନ୍ତୁ ସ୍ୱୟଂ କୃଷ୍ଣଙ୍କୁ ନୁହେଁ । ପ୍ରତ୍ୟେକ ଷଡ୍‌ଯନ୍ତ୍ରକୁ ଶୀଘ୍ର ଉନ୍ମୋଚନ କରିବି । ମୋ ଭାଇ ମୋ ଉପରେ ଭରସା ରଖ । ମୁଁ ପ୍ରତ୍ୟେକ ପରିସ୍ଥିତିରେ ତୋ ସହ ଅଛି । ଏବେ ଦୂରରେ ଅଛି କିନ୍ତୁ ମୋ ଆଶୀର୍ବାଦ ସର୍ବଦା ତୋ ଉପରେ ଥିଲା ଏବଂ ରହିବ । ମୋ ଭାଇ ମାଆ-ବାପାଙ୍କ ଯତ୍ନ ନେବୁ । ବିଭୀଷଣ ଚାରିଆଡ଼େ ଅଛନ୍ତି , ଭିତରେ ବି ଏବଂ ବାହାରେ ବି ।"

ତେବେ କିଛି ଦିନ ତଳେ ତେଜ ପ୍ରତାପଙ୍କୁ ଅନୁଷ୍କା ଯାଦବଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ପରିବାର ଏବଂ ପାର୍ଟିରୁ ବିଦା କରାଯାଇଥିଲା , ଯାହା ଖୋଦ୍ ତାଙ୍କ ପିତା ଲାଲୁଙ୍କ ନିଷ୍ପତ୍ତି ଥିଲା । ଏହା ପରେ ତେଜ ପ୍ରତାପ ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ହ୍ୟାକ୍ ହୋଇଥିବା କଥା କହିଥିଲେ । ସମସ୍ତେ ତାଙ୍କ ପ୍ରତିକ୍ରିୟାକୁ ଚାତକ ପରି ଚାହିଁଥିବା ବେଳେ ବର୍ତ୍ତମାନ ସବୁ ସସପେନ୍ସରୁ ପରଦା ହଟାଇଛନ୍ତି ତେଜ ପ୍ରତାପ । ଏହି ପୋଷ୍ଟ୍ ଜରିଆରେ ପରିବାର ପ୍ରତି ଥିବା ପ୍ରେମକୁ ସେ ଜାହିର କରିଛନ୍ତି ।