ଭାରତୀୟ କ୍ରିକେଟର୍ ବିରାଟ୍ କୋହଲି ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ଏବେ ସେ କ୍ରିକେଟ୍ ଗ୍ରାଉଣ୍ଡରେ ହେଉ କି ବ୍ୟକ୍ତିଗତ ଜୀବନରେ । କ୍ୟାମେରାର ନଜରରେ ସର୍ବାଗ୍ରେ ଥାଆନ୍ତି ବିରାଟ୍ । ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଅଷ୍ଟ୍ରେଲିୟାନ୍ ପତ୍ରକାରଙ୍କ ସଙ୍ଗେ ଯୁକ୍ତିତର୍କ କରୁଥିବାର ନଜର ଆସିଛନ୍ତି । ଘଟଣାଟି ମେଲବର୍ଣ୍ଣ ଏୟାରପୋର୍ଟର ବୋଲି ଜଣାପଡ଼ିଛି । ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟର ସମାପନ ପରେ ଭାରତୀୟ ଟିମ୍ ମେଲବର୍ଣ୍ଣ ପହଞ୍ଚିଥିଲା। ବିମାନବନ୍ଦରରେ ମିଡିଆକର୍ମୀ ବିରାଟଙ୍କ ସହ ଅନ୍ୟ କ୍ରିକେଟରଙ୍କ ଫଟୋ ଉଠାଉଥିଲେ । ଅଷ୍ଟ୍ରେଲିଆ ଚ୍ୟାନେଲ ୭ ନ୍ୟୁଜ୍ ମୁତାବକ , ବିରାଟଙ୍କ ବିନା ଅନୁମତିରେ ମିଡିଆ କର୍ମୀ ତାଙ୍କ ପିଲାଙ୍କ ଫଟୋ ଉଠାଇଥିଲେ । ଏହି ଘଟଣାକୁ ନେଇ ଚିହିଁକି ଉଠିଥିଲେ ଆଗ୍ରେସିଭ୍ କ୍ରିକେଟର୍ ବିରାଟ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କରିଥିଲେ ଯୁକ୍ତିତର୍କ । 

Advertisment

image 8777

ଆପଣଙ୍କୁ ଏଠାରେ କହିରଖୁଛୁ , କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ଲାଇମ୍ ଲାଇଟରୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି । ଖାସ୍ ଏଥିପାଇଁ ସେ ନିଜ ୨ ସନ୍ତାନ ଭାମିକା ଓ ଅକାୟକୁ ଗଣମାଧ୍ୟମଠାରୁ ଦୂରେଇ ରଖନ୍ତି । କିନ୍ତୁ ମିଡ଼ିଆ ଦ୍ବାରା ତାଙ୍କ ପିଲାଙ୍କ ଫଟୋ କ୍ୟାପ୍ଚର କରିବା ଘଟଣାକୁ ସେ ସହଜରେ ଗ୍ରହଣ କରିପାରିଲେ ନାହିଁ । 
ବିମାନବନ୍ଦରରେ ଥିବା ୭ ନ୍ୟୁଜର ରିପୋର୍ଟର ସମ୍ପୁର୍ଣ୍ଣ ଘଟଣାକୁ ବିସ୍ତାର କରିବାକୁ ଯାଇ କହିଲେ , ଅପେକ୍ଷାରତ କ୍ୟାମେରାମ୍ୟାନଙ୍କୁ ଏକାଥରେ ଫଟୋ ନେବାକୁ ନେଇ ବିରାଟ୍ ବିରକ୍ତ ପ୍ରକାଶ କଲେ । କୋହଲିଙ୍କୁ ଲାଗିଲା ଯେ ମିଡିଆ ତାଙ୍କ ପିଲାଙ୍କ ଫଟୋ ତାଙ୍କ ବିନା ଅନୁମତିରେ ଉଠାଉଛନ୍ତି । ଏହାକୁ ନେଇ ସେ ବଡ଼ ପାଟିରେ କହିଲେ , ମୋ ପିଲାଙ୍କ ସହ ମତେ ପ୍ରାଇଭେସି ଦରକାର । ମୋ ବିନା ଅନୁମତିରେ ଆପଣ ଫଟୋ ଉଠାଇ ପାରିବେନାହିଁ ।