ଗତ କିଛି ଦିନ ଧରି ନିଜ ଖରାପ ପ୍ରଦର୍ଶନକୁ ନେଇ ଚିନ୍ତାରେ ଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲୀ ଅଷ୍ଟ୍ରେଲିଆରୁ ଫେରିବା ପରେ ବୃନ୍ଦାବନ ଗସ୍ତରେ ଆସିଛନ୍ତି । ଧର୍ମପତ୍ନୀ ଅନୁଷ୍କା ଶର୍ମା ଏବଂ ନିଜ ୨ ସନ୍ତାନଙ୍କ ସହ ପ୍ରେମାନନ୍ଦ ଗୋବିନ୍ଦ ଶରଣ ଜୀ ମହାରାଜଙ୍କ ଆଶ୍ରମରେ ପହଂଚି ଆଶିର୍ବାଦ ନେଇଛନ୍ତି ବିରାଟ୍ ।
/kanak/media/media_files/2025/01/10/QsgvuFtboCVQZOe2LEjO.jpg)
କୋହଲୀ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପହଂଚିବା ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ମାତ୍ର ଘଣ୍ଟାଏରେ ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ଲାଇକ୍ କରିସାରିଛନ୍ତି । ଭିଡିଓଟିକୁ ପ୍ରେମାନନ୍ଦ ମହାରାଜଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡଲରେ ପୋଷ୍ଟ୍ କରାଯାଇଛି । ଯେଉଁଥିରେ ବିରାଟ୍ , ଅନୁଷ୍କା ନିଜ ପୁଅ ଅକାୟ ଏବଂ ଝିଅ ଭାମିକାଙ୍କୁ ନେଇ ପହଂଚିଥିବାର ଦେଖାଯାଉଛି ।
/kanak/media/media_files/2025/01/10/P4FfksZ15v3Qf1C3Tw9f.webp)
ଏହାପୂର୍ବରୁ ମଧ୍ୟ ବିରୁଷ୍କା ଝିଅ ଭାମିକାଙ୍କୁ ନେଇ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବାକୁ ଯାଇଥିଲେ । କୋହଲୀ ଯେତେବେଳେ ପ୍ରେମାନନ୍ଦ ମହାରାଜଙ୍କୁ ମୁଣ୍ଡିଆ ମାରିଲେ , ପ୍ରଶ୍ନ ଆସିଲା ମନ ପ୍ରସନ୍ନ ଅଛି ତ ? ଏହି ପ୍ରଶ୍ନରେ କୋହଲୀ ମୁଣ୍ଡ ହଲାଇ ହଁ କରୁଥିବାର ଭିଡ଼ିଓରେ ନଜର ଆସୁଛନ୍ତି । ଭିଡ଼ିଓରେ ଅନୁଷ୍କା ମହାରାଜଙ୍କୁ କହୁଛନ୍ତି , ଆପଣ ମତେ ପ୍ରେମ , ଭକ୍ତିଭାବ ଦେଇଦିଅନ୍ତୁ। ଯେଉଁଥିରେ ପ୍ରେମାନନ୍ଦ ମହାରାଜ କହୁଛନ୍ତି , ଆପଣ ବହୁତ ସାହାସୀ କାରଣ ସଂସାରରେ ସମ୍ମାନର ସ୍ବାଦ ଚାଖିବା ପରେ ଭକ୍ତିମାର୍ଗ ଆଡ଼କୁ ଦିଗ ବଦଳାଇବା କଷ୍ଟକର ବ୍ୟାପାର । ଭଗବାନଙ୍କ ଉପରେ ବିଶ୍ବାସ ରଖ , ନାମଜପ କର ଏବଂ ପ୍ରେମଆନନ୍ଦର ସହ ରୁହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/01/10/oLN3ybtSY2v5sAAdJuEg.webp)