କନକ ବ୍ୟୁରୋ : ନବଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଦୀପାଳି ଦାସ । ହାଜର ନହେବାକୁ ଦୀପାଳି ଜଣାଇବା ସହ ସମୟ ମାଗିଥିବା ସୂଚନା ମିଳିଛି । ତଦନ୍ତକାରୀ ଅଧିକାରୀଙ୍କୁ ଏନେଇ ସମୟ ମାଗିଥିବା ସୂଚନା ମିଳିଛି । ଏହାସହ ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସମୟ ମାଗିଛନ୍ତି । କେବଳ ଦୀପାଳି ନୁହେଁ ବରଂ ବିଶାଳ ମଧ୍ୟ ଆଜି ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି । ତେବେ ଉଭୟ ବ୍ୟକ୍ତିଗତ କାରଣ ଲାଗି ହାଜର ହେବେ ନାହିଁ ବୋଲି ଦର୍ଶାଇଛନ୍ତି ।
ନବଦାସ ହତ୍ୟା ମାମଲାରେ ପୁଣି କ୍ରାଇମ୍ବ୍ରାଞ୍ଚର ତନାଘନା ଆରମ୍ଭ କରିଛି । ନବଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳଙ୍କୁ କ୍ରାଇମ୍ବ୍ରାଞ୍ଚରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା । ମାର୍ଚ୍ଚ ପ୍ରଥମ ସପ୍ତାହରେ ଯେକୌଣସି ଦିନ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା । କ୍ରାଇମ୍ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି କହିବାର ଥିଲେ ସେମାନେ ଜଣାଇପାରିବେ ବୋଲି କୁହାଯାଇଥିଲା । ଗୋଟିଏ ପଟେ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ ସିବିଆଇ କରୁ ବୋଲି ବୟାନବାଜି ଚାଲିଥିବା ବେଳେ ଅନ୍ୟପଟେ କ୍ରାଇମ୍ବ୍ରାଞ୍ଚର ନୋଟିସ୍ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଥିଲା । ନବଙ୍କ ପରିବାରକୁ କ୍ରାଇମ୍ବ୍ରାଞ୍ଚର ଏହି ନୋଟିସ୍ ପରେ ଏବେ ସବୁ ମହଲରେ ଚର୍ଚ୍ଚା ଯେ କ୍ରାଇମ୍ବ୍ରାଞ୍ଚକୁ କ’ଣ କହିବେ ଦୀପାଳି ଓ ବିଶାଳ ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି ? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ ? ହେଲେ ଦୀପାଳି ଓ ବିଶାଳ ଆଜି ହାଜର ହେବେ ନାହିଁ ବୋଲି ସୂଚନା ମିଳିଛି ।
ନବ ଦାସ ହତ୍ୟାକାଣ୍ଡ
ପୂରା ଘଟଣାକ୍ରମ
୨୦୨୩ ଜାନୁଆରୀ ୨୯ରେ ଘଟିଥିଲା ହତ୍ୟାକାଣ୍ଡ
ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା
ଗୁଳି କରିଥିଲା ଏଏସ୍ଆଇ ଗୋପାଳ ଦାସ
ଜାନୁଆରୀ ୨୯ ତାରିଖ ଦିନ ଦ୍ବିପ୍ରହରରେ ଅତି ପାଖରୁ ଗୁଳି କରିଥିଲା ଗୋପାଳ
ବ୍ରଜରାଜନଗର ଗାନ୍ଧୀ ଛକରେ ନବ ଦାସଙ୍କୁ ଗୁଳି କରାଯାଇଥିଲା
କ୍ରାଇମବ୍ରାଞ୍ଚ କରିଥିଲା ହତ୍ୟାକାଣ୍ଡର ତଦନ୍ତ
କାହିଁକି ଗୋପାଳ ଗୁଳି କରିଥିଲା ଏବେ ବି ରହସ୍ୟ ଘେରରେ
୫ ଥର ଉଦ୍ୟମ କରି ବିଫଳ ପରେ ଗୁଳି କରିଥିବା କ୍ରାଇମବ୍ରାଞ୍ଚ କହିଥିଲା
ଅଭିଯୁକ୍ତ ଗୋପାଳର ମିଛଧରା ପରୀକ୍ଷା ସତ୍ତ୍ବେ ସତ ଧରାପଡିନଥିଲା
ପୁଣି କାହିଁକି ଡାକିଲା କ୍ରାଇମବ୍ରାଞ୍ଚ?
କ୍ରାଇମବ୍ରାଞ୍ଚକୁ କ’ଣ କହିବେ ଭାଇ ଭଉଣୀ?
ମୁହଁ ଖୋଲିବେ କି ନବଙ୍କ ପୁଅ ଝିଅ?
ସିବିଆଇ ତଦନ୍ତ ପାଇଁ ଲିଖିତ ଦେବେ କି?
୨ ବର୍ଷ ପରେ କାହିଁକି ଲେଉଟିଲା କ୍ରାଇମ୍ବ୍ରାଞ୍ଚ?
ଚାର୍ଜଫ୍ରେମ୍ ଦାଖଲ ପରେ ପୁଣି କ’ଣ ହେବ?
ପୁଣି ମୂଳରୁ ଆରମ୍ଭ ହେବ କି ତଦନ୍ତ?
କ୍ରାଇମ୍ବ୍ରାଞ୍ଚ ଚାର୍ଜସିଟ୍, ଫାଇନାଲ୍ ଫର୍ମ ବଦଳିଛି କି?
ଏହା କ୍ରାଇମ୍ବ୍ରାଞ୍ଚର ଖାମଖିଆଲି ନା ଆଉ କିଛି?
ଗୋପାଳ ପଛରେ ପଡ଼ି ଅନ୍ୟଦିଗ ଭୁଲିଗଲେ କି?
କେବଳ ଗୋପାଳକୁ ଦୋଷୀ ସଜାଇବାକୁ ଷଡ଼ଯନ୍ତ୍ର ଥିଲା କି?
କ୍ରାଇମବ୍ରାଞ୍ଚ ତଦନ୍ତ: ଚାଲିବ ନା ସରିବ?
ପୂର୍ବରୁ ଷଡ଼ଯନ୍ତ୍ର କଥା ଉଠାଇଥିଲେ ନବଦାସଙ୍କ ପରିବାର
ପତ୍ନୀ ଓ ପୁଅ ସୁପରିକଳ୍ପିତ ହତ୍ୟା ବୋଲି କହିଥିଲେ
ମିଳିନଥିଲା ଗୁଳି, ଜବତ ହୋଇନି ତଉଲିଆ
ଗୁଳିବିଦ୍ଧ ସାର୍ଟ ଓ ରକ୍ତଭିଜା ତଉଲିଆ ମିଳିଲାନି
ମୁଖ୍ୟ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ବଦଳିଛି
ପିନ୍ଧିଥିଲେ ହଳଦିଆ, ଚାର୍ଜସିଟ୍ରେ ଧଳା ସାର୍ଟ
ଏସ୍ଏଫ୍ଏଲ୍ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ
ଏକାଧିକ ବନ୍ଧୁକରୁ ବି ଗୁଳିମାଡ଼ ଆଶଙ୍କା
ଦ୍ବିତୀୟ କାର୍ ଉପରେ ହୋଇଥିଲା ଗୁଳିମାଡ଼
ପଛ କାର୍ରେ ବସିଥିଲେ ପିଏସ୍ଓ, ସହଯୋଗୀ
ଇନୋଭା କାର୍ କାଚରେ ୫ଟି ଗନ୍ ସଟ୍ ହୋଲ୍
ପୁଲିସ ଏତଲାରେ ନଥିଲା ଦ୍ବିତୀୟ ଗୁଳିମାଡ଼ କଥା
ବଦଳିବ କି ତଦନ୍ତ ଦିଗ?
ନବ ହତ୍ୟା ଫାଇଲ୍ ଖୋଲିବାକୁ କହିଥିଲେ ସରକାର । ଏନେଇ ସୂଚନା ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେଣୁ ଚର୍ଚ୍ଚା ହେଲା କି ବଦଳିପାରେ ନବ ଦାସ ହତ୍ୟା ମାମଲାର ଦିଗ । ଦୁଇ ବିଜେଡି ନେତାଙ୍କ ଉପରେ ସନ୍ଦେହ ଥିଲା ।ବିରୋଧୀ ଦାବି ବି କରୁଥିଲେ ସିବିଆଇ ତଦନ୍ତ ପାଇଁ । ତେଣୁ ସେହି ସମୟରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରାଇଥିଲେ ବିଜେଡି ସରକାର । ପରେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବାବଧାନରେ ଚାଲିଥିଲା ତଦନ୍ତ । ହେଲେ ଏଯାଏଁ ଘଟଣାର ପର୍ଦ୍ଦାଫାଶ ହୋଇପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/03/xvw9cVLAIgqNfXQGpVFG.jpg)