କନକ ବ୍ୟୁରୋ: ନବଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଛି ବିଜେଡି । ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣେଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ପୁରା ଘଟଣାରେ ଫସିଯିବେ । ସେମାନେ ଜେଲକୁ ଯିବେ । ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଦେବା ଲାଗି ମନା କରିଛି ବିଜେଡି । ଏମିତି କିଛି ସାଙ୍ଘାତିକ ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ଯାହାକୁ ନେଇ ପୁଣି ଥରେ ତେଜିଛି ନବହତ୍ୟା ରାଜନୀତି ।
ପ୍ରଦୀପଙ୍କ ବୟାନ ଅନୁସାରେ...
ଦୀପାଳି ଦାସ ବିଜେଡିର ଚାପ କାରଣରୁ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ପାରୁ ନାହାନ୍ତି
ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା
ଜଣେ ଆଇଏଏସ୍ ଅଧିକାରୀ ଥିଲେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ, ଆଉ ଜଣେ ବିଜେଡିର ବଡ଼ ନେତା ଥିଲେ ଯିଏ ସାରା ରାଜ୍ୟକୁ ଚଳାଉ ଥିଲେ
ସେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଥିଲା । ନବୀନ ପଟ୍ଟନାୟକଙ୍କ ଆବର୍ତ୍ତମାନରେ ମୁଖ୍ୟମନ୍ତ୍ରୀ ହେବାକୁ ସେମାନଙ୍କ ଭିତରେ ବୁଝାମଣା ଥିଲା । ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ ସେଥିପାଇଁ ସେମାନେ ନବ ଦାସଙ୍କୁ ରାସ୍ତାରୁ ହଟେଇ ଦେଲେ
ଗୋପାଳ ଦାସ ଜରିଆରେ ଯେଉଁମାନେ ମାରିଲେ ସେମାନଙ୍କ ବିଷୟରେ ରାଜ୍ୟବାସୀଙ୍କ ଜାଣିବାର ଅଧିକାର ଅଛି
ଯଦି ସିବିଆଇ ତଦନ୍ତ ହେବ ତାହା ହେଲେ ଏହାର ପର୍ଦ୍ଦାଫାଶ ହେବ
ଖାଲି ଏତିକି ନୁହେଁ ବରଂ ଯଦି ପ୍ରକୃତରେ ନବ ଦାସଙ୍କ ପରିବାର ହତ୍ୟାକାଣ୍ଡର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାନ୍ତୁ । ଯେବେ ବି ଦୀପାଳି କିଛି ଷ୍ଟେଟମେଣ୍ଟ ଦେଉଛନ୍ତି ବିଜେଡି ନେତାମାନେ ବସିକି ତାଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ବିଜେଡି ନବଙ୍କ ପରିବାର ଉପରେ ଭାରି ହୋଇ ପଡ଼ିଛି । ନୂଆ ସରକାର ସେଥିପାଇଁ କ୍ରାଇମବ୍ରାଞ୍ଚ ଜରିଆରେ ନବ ପରିବାରଙ୍କୁ ତଦନ୍ତ ନେଇ ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ଦେବାକୁ କହିଛନ୍ତି । ପୁର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଦିଶାହୀନ କରି ଫାଇଲ କ୍ଲୋଜ କରି ରଖିଛି । ନବଙ୍କ ପରିବାର ଯଦି କିଛି ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ନଦେବେ ନବଙ୍କ ଫାଇଲ କ୍ଲୋଜ ହୋଇ ଯାଇପାରେ । ତେଣୁ ନବଙ୍କ ପରିବାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାନ୍ତୁ ବୋଲି ପ୍ରଦୀପ କହିଛନ୍ତି ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସରକାର ଚାହୁଁଛି ନବ ଦାସଙ୍କ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ସେଥିପାଇଁ କ୍ରାଇମବ୍ରାଞ୍ଚ ଦୀପାଳି ଓ ବିଶାଳଙ୍କୁ ନୋଟିସ ଦେଇଛି । ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହା ଯାଇଥିଲା ସିବିଆଇ ତଦନ୍ତ ପାଇଁ ପରିବାର ପକ୍ଷରୁ ଲିଖିତ ଭାବେ ଦିଆଯାଉ । ମୋଟ୍ ଉପରେ ପ୍ରଦୀପ ନବଦାସଙ୍କ ମାମଲାରେ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/02/eMo5sNwUfxLQ9AAj6TPP.jpg)