ଖଟା-ମିଠା , ପାଟିରେ ପକେଇଦେଲେ ମିଳେଇଗଲା ପରି ଅଙ୍ଗୁର ପ୍ରାୟ ସମସ୍ତଙ୍କୁ ଭାରି ପସନ୍ଦ । ଏହି ଫଳର ସ୍ବାଦ ଖାଇବାକୁ ଯେମିତି ମିଠା ଲାଗେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଡାଏଟେସିଆନ୍ ଜାହ୍ନବୀ ହୋଗେଙ୍କ ଅନୁସାରେ , ଉଭୟ କଳା ଏବଂ ସବୁଜ ଅଙ୍ଗୁର ଆମ ଦେହ ପାଇଁ ବହୁତ ଭଲ ହୋଇଥାଏ । ଦୁଇପ୍ରକାର ଅଙ୍ଗୁର ଭିତରେ କ୍ୟାଲସିୟମ୍, ମିନେରାଲ୍ସ ଏବଂ ଭିଟାମିନର ମାତ୍ରା ପ୍ରଚୁର ପରିମାଣରେ ଥାଏ । ଏହାସହ ଏହି ଫଳରେ କ୍ୟାଲୋରୀର ମାତ୍ରା ମଧ୍ୟ କମ୍ ଥାଏ । କଳା ଅଙ୍ଗୁରରେ ଭରପୂର ମାତ୍ରାରେ ରେସଭେରାଟ୍ରୋଲ୍ ଗଚ୍ଛିତ ହୋଇ ରହିଥାଏ । ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡିତ ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ । ଉଭୟ ଅଙ୍ଗୁରରେ ଭିଟାମିନ୍ ସି, ଭିଟାମିନ୍ କେ, ପୋଟାସିୟମ୍, କ୍ୟାଲସିୟମ୍, ଫାଇବରର ମାତ୍ରା ପ୍ରଚୁର ପରିମାଣରେ ଥାଏ ଏବଂ ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । 

Advertisment
grapes
grapes Photograph: (google)

ଅନ୍ୟପକ୍ଷରେ ସବୁଜ ଅଙ୍ଗୁର ହୃଦୟ ପାଇଁ ମହୌଷଧୀ ଭଳି କାମ କରେ । ହୃଦରୋଗ ସହ ଜଡ଼ିତ ସମସ୍ୟାକୁ ନାଶ କଲା ଭଳି ସାମର୍ଥ୍ୟ ଏହି ଅଙ୍ଗୁରରେ ଥିବା କଥା କୁହନ୍ତି ଡାଏଟେସିଆନ୍ ଜାହ୍ନବୀ ହୋଗେ । ସବୁଜ ଅଙ୍ଗୁରରେ ମଧ୍ୟ କ୍ୟାଲୋରୀ ଏବଂ ସୁଗରର ମାତ୍ରା କମ୍ ଥାଏ । ଓଜନ କମ୍ କରିବାକୁ ଚାହୁଁଥିବା ଲୋକ ସବୁଜ ଅଙ୍ଗୁରର ସେବନ କରିପାରିବେ । ଏହି ଅଙ୍ଗୁରକୁ ସକାଳ ଜଳଖିଆ କିମ୍ବା ସନ୍ଧ୍ୟାବେଳର ସ୍ନାକ୍ସ ସହ ମଧ୍ୟ ଆପଣ ଖାଇପାରିବେ । ଏହି ସବୁ ଅଙ୍ଗୁର କିଣିବା ସମୟରେ ଥରୁଟିଏ ଭଲରେ ଦେଖିନିଅନ୍ତୁ । ଏହାସହ ୨ ରୁ ୩ ଥର ପାଣିରେ ଧୋଇନିଅନ୍ତୁ ଏବଂ ଅଙ୍ଗୁର ଖାଆନ୍ତୁ । କାରଣ ଅଙ୍ଗୁରରେ ବି କ୍ୟାମିକାଲ୍ ଏବଂ ଅନ୍ୟ ମେଡିସିନ୍ ସିଞ୍ଚନ କରାଯାଏ । ଯାହା ଧୋଇବା ପରେ ବାହାରି ଯାଇଥାଏ । ସେଥିପାଇଁ କେବଳ ଅଙ୍ଗୁର ନୁହେଁ ଯେକୌଣସି ଫଳ ଖାଇବା ପୂର୍ବରୁ ପ୍ରଥମେ ଭଲରେ ଧୋଇ ଖାଇବା ଉଚିତ୍ ।