ଭାରତୀୟ କ୍ରିକେଟ୍ ଜଗତର ଦମଦାର୍ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି ପୁଣିଥରେ ନିଜର କ୍ୟାରିୟରର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ବର୍ଡର-ଗାଭାସ୍କର ଟେଷ୍ଟ୍ ସିରିଜରେ ତାଙ୍କୁ ପରାଜୟର ପିତା ଚାଖିବାକୁ ପଡ଼ିଥିଲା । ପରିସ୍ଥିତି କିଛି ଏମିତି ହେଲା ଯେ କ୍ରିକେଟପ୍ରେମୀ ତାଙ୍କୁ ସନ୍ନ୍ୟାସ ନେଇଯିବାକୁ ମଧ୍ୟ ବାଧ୍ୟ କଲେ । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ନିଜର ଲେଡିଲକ୍ ଏବଂ ୨ ସନ୍ତାନକୁ ନେଇ ବୃନ୍ଦାବନରେ ପହଂଚିଥିଲେ ବିରାଟ୍ କୋହଲି । 

Advertisment

1YqTVhffPSx4EMEjbpTL

ଧର୍ମପତ୍ନୀ ଅନୁଷ୍କା ଶର୍ମା ଏବଂ ସନ୍ତାନଙ୍କ ସହ ପ୍ରେମାନନ୍ଦ ଗୋବିନ୍ଦ ଶରଣ ଜୀ ମହାରାଜଙ୍କ ଆଶ୍ରମରେ ପହଂଚି ଆଶିର୍ବାଦ ନେଇଥିଲେ ବିରାଟ୍ । କୋହଲି ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପହଂଚିବା ଭିଡ଼ିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ମାତ୍ର ଘଣ୍ଟାଏରେ ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ଲାଇକ୍ କରିସାରିଛନ୍ତି । ଭିଡିଓଟିକୁ ପ୍ରେମାନନ୍ଦ ମହାରାଜଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରେ ପୋଷ୍ଟ୍ କରାଯାଇଛି । ଯେଉଁଥିରେ ବିରାଟ୍ , ଅନୁଷ୍କା ନିଜ ପୁଅ ଅକାୟ ଏବଂ ଝିଅ ଭାମିକାଙ୍କୁ ନେଇ ପହଂଚିଥିବାର ଦେଖାଯାଉଛି । 

grtfhrtg

ଭିଡ଼ିଓରେ କୋହଲି ଯେତେବେଳେ ପ୍ରେମାନନ୍ଦ ମହାରାଜଙ୍କୁ ମୁଣ୍ଡିଆ ମାରୁଛନ୍ତି , ପ୍ରଶ୍ନ ଆସୁଛି , ମନ ପ୍ରସନ୍ନ ଅଛି ତ ? ଏହି ପ୍ରଶ୍ନରେ କୋହଲି ମୁଣ୍ଡ ହଲାଇ ହଁ କରୁଥିବାର ଭିଡ଼ିଓରେ ନଜର ଆସୁଛନ୍ତି । ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କୁ କହୁଛନ୍ତି , ଆପଣ ମତେ ପ୍ରେମ,ଭକ୍ତିଭାବ ଦେଇଦିଅନ୍ତୁ। ଯେଉଁଥିରେ ପ୍ରେମାନନ୍ଦ ମହାରାଜ କହୁଛନ୍ତି , ଆପଣ ବହୁତ ସାହାସୀ କାରଣ ସଂସାରରେ ସମ୍ମାନର ସ୍ବାଦ ଚାଖିବା ପରେ ଭକ୍ତିମାର୍ଗ ଆଡ଼କୁ ଦିଗ ବଦଳାଇବା କଷ୍ଟକର ବ୍ୟାପାର । ଭଗବାନଙ୍କ ଉପରେ ବିଶ୍ବାସ ରଖ , ନାମଜପ କର ଏବଂ ପ୍ରେମଆନନ୍ଦର ସହ ରୁହ । 

ଆପଣଙ୍କୁ କହିରଖୁଛୁ , ବିବାହ ପୂର୍ବରୁ ବିରାଟ୍ ଈଶ୍ବର ଭକ୍ତି , ସାଧୁସନ୍ଥଙ୍କ ସାନ୍ନିଧ୍ୟ ଉପରେ ଆସ୍ଥା ରଖୁନଥିଲେ । ଏକ ପ୍ରେସମିଟରେ ଈଶ୍ବରଙ୍କ ଉପରେ ଆସ୍ଥାକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ସେ କହିଥିଲେ , କ’ଣ ମୁଁ ଆପଣଙ୍କୁ ପୂଜାପାଠ କଲାଭଳି ଦେଖାଯାଉଛି କି ? କିନ୍ତୁ ଯେବେଠାରୁ ତାଙ୍କ ଜୀବନରେ ଲେଡିଲକ୍ ଅନୁଷ୍କା ଶର୍ମା ଆସିଲେଣି ସେ ବିଭିନ୍ନ ମନ୍ଦିର , କୀର୍ତ୍ତନ ଏବଂ ସାଧୁସନ୍ଥଙ୍କ ସାନ୍ନିଧ୍ୟ ଲାଭ କରୁଥିବାର ନଜର ଆସୁଛନ୍ତି ।   

gfrtfgrgt

ଏହାପୂର୍ବରୁ ମଧ୍ୟ ବିରୁଷ୍କା ଝିଅ ଭାମିକାଙ୍କୁ ନେଇ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବାକୁ ଯାଇଥିଲେ । କୋହଲି ଏବେ ଚ୍ୟାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଏହା ପୂର୍ବରୁ ସେ ପରିବାର ଏବଂ ଆଧ୍ୟାତ୍ମିକ ମାର୍ଗକୁ ସମୟ ଦେଉଛନ୍ତି । 
 

gfrfgtrg