କନକ ବ୍ୟୁରୋ : କୁହନ୍ତି ଯେଉଁ ଘରେ ମହିଳାଙ୍କ ସମ୍ମାନ ହୁଏନାହିଁ ସେହି ଘରେ ମା’ଲକ୍ଷ୍ମୀ ରୋଷ କରନ୍ତି । ପୁରୁଷ ପ୍ରଧାନ ଦେଶ ଭାରତରେ ମହିଳାଙ୍କୁ ସମ୍ମାନ ମିଳୁଥିଲେ ହେଁ କିଛି ସ୍ଥାନରେ ମହିଳା କେଉଁ ଶ୍ରେଣୀରୁ ଆସନ୍ତି , ତାଙ୍କ ବେଶପରିପାଟି କ’ଣ ଏବଂ କ’ଣ କାମ କରନ୍ତି ଏହାକୁ ନେଇ ବାଛବିଚାର କରାଯାଏ । ଯେତେ ଆଧୁନିକତାର ଡିଣ୍ଡିମ ପିଟୁଥିଲେ ହେଁ ମଣିଷ ଭିତରର କଳୁଷିତ ଚିନ୍ତାଧାରା ହିଁ ଚିହ୍ନାଏ ଯେ କିଏ ମଣିଷ ଆଉ କିଏ କେବଳ ନାମକୁ ମାତ୍ର ମଣିଷ ! ଆଉ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିଆଣାର ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟରେ । ନାଁ ମହର୍ଷି କିନ୍ତୁ ମହିଳାଙ୍କୁ ଏଠାରେ ଅସମ୍ମାନର ସାମ୍ନା କରିବାକୁ ପଡ଼ିଛି ।
କିଡନି ଦେବାକୁ ଭକ୍ତ ପ୍ରସ୍ତୁତ ହେଲେ କାହିଁକି ନେଉନାହାନ୍ତି ପ୍ରେମାନନ୍ଦ ମହାରାଜ ? ସନ୍ଥ କହିଦେଲେ ବଡ଼ କାରଣ
ହରିଆଣାର ଏହି ବିଶ୍ବବିଦ୍ୟାଳୟରେ ଜଣେ ମହିଳା ସଫେଇ କର୍ମଚାରୀ ବିଳମ୍ବରେ କାମ କରିବାକୁ ପହଞ୍ଚିଥିଲେ । ଯେଉଁଥିରେ ରାଗି ଯାଇ ସୁପରଭାଇଜର୍ କର୍ମଚାରୀଙ୍କୁ ପାଟି କରିଥିଲେ । ମହିଳା କର୍ମଚାରୀ ଋତୁସ୍ରାବ ହୋଇଥିବାରୁ ବିଳମ୍ବ ହେବା କଥା କହିବା ସତ୍ତ୍ବେ ସୁପରଭାଇଜର୍ ଏହାକୁ ମିଛ କହି ପ୍ରମାଣ ମାଗିଥିଲେ । କର୍ମଚାରୀ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସାନିଟାରି ନାପକିନ୍ ବାହାର କରିବା ଏବଂ ଫଟୋ ଉଠାଇବା ପାଇଁ କୁହାଯାଇଥିଲା । ଏହି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିବା ପରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ । ମ୍ୟାନେଜମେଣ୍ଟ୍ ଅଭିଯୁକ୍ତ ସୁପରଭାଇଜରଙ୍କ ବିରୋଧରେ ଥାନାରେ ଏତଲା ଦେବା ସହିତ ନିଲମ୍ବନ ମଧ୍ୟ କରିଛନ୍ତି ।
/filters:format(webp)/kanak/media/media_files/2025/11/01/dignity-2025-11-01-19-17-17.jpg)
ORS ପିଉଥିଲେ ସାବଧାନ ! ବଜାରରେ ବୁଲୁଛି ନକଲି ORS , ଡାକ୍ତର କଲେ ସାଙ୍ଘାତିକ ଖୁଲାସା
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଅକ୍ଟୋବର ୨୬ ତାରିଖରେ ହରିୟାଣା ରାଜ୍ୟପାଳ ଅସୀମ କୁମାର ଘୋଷ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେହି ଦିନ କିଛି ମହିଳା ସଫେଇ କର୍ମଚାରୀ କାମ ପାଇଁ ବିଳମ୍ବରେ ପହଞ୍ଚିଥିଲେ । ସୁପରଭାଇଜର ବିନୋଦ କୁମାର ଏବଂ ବିତେନ୍ଦର କୁମାର ସେମାନଙ୍କୁ ଅଟକାଇ ବିଳମ୍ବର କାରଣ ପଚାରିଥିଲେ । ଯେତେବେଳେ ମହିଳା କର୍ମଚାରୀ ଋତୁସ୍ରାବ କଥା କହିଥିଲେ ,ତାଙ୍କୁ ମିଛ କହୁଥିବାର କହି ଉକ୍ତ ସୁପରଭାଇଜର ପ୍ରମାଣ ଦେବାକୁ କହିଥିଲେ । ମହିଳା ସଫେଇ କର୍ମୀଙ୍କ ଅଭିଯୋଗ ଅନୁସାରେ ପ୍ରଥମେ ତାଙ୍କୁ ପୋଷାକ ବାହାର କରିବାକୁ କୁହାଯାଇଥିଲା ଏବଂ ସାନିଟାରି ନାପକିନର ଫଟୋ ଉଠାଇ ଦେବା ପାଇଁ ମଧ୍ୟ କୁହାଯାଇଥିଲା । ତା’ପରେ ଏହି ଘଟଣା ଉଗ୍ର ରୂପ ନେଇଥିଲା । ତେବେ ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିବା ପରେ ବିଶ୍ବବିଦ୍ୟାଳୟର ଭାଇସ୍ ଚାନ୍ସେଲର୍ ରାଜବୀର ସିଂହ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପର୍ଯ୍ୟବେକ୍ଷକଙ୍କୁ ନିଲମ୍ବନ କରାଯିବା ସହିତ ହରିଆଣା ରାଜ୍ୟ ମହିଳା କମିଶନ ମଧ୍ୟ ଏହି ଘଟଣାର ବିଚାର କରିଛନ୍ତି ଏବଂ MDU ଭାଇସ୍ ଚାନ୍ସେଲରଙ୍କୁ ଚିଠି ଲେଖି ୫ ଦିନ ମଧ୍ୟରେ ଜବାବ ମାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/01/women-diginity-2025-11-01-19-15-47.jpg)