କନକ ବ୍ୟୁରୋ : ୧୯୯୦ ଦଶକରେ ବଲିଉଡରେ ଗ୍ଲାମରର ଯାଦୁ ଦେଖାଇ ସୋ’ବିଜର ଟପକୁ ଯାଇଥିବା ବଲିଉଡର ଜଣେ ଅଭିନେତ୍ରୀ , ଯାହାଙ୍କୁ ସେତେବେଳେ ୩ ଖାନ୍ ମଧ୍ୟ ଡରୁଥିଲେ । ସଫଳତାର ଏକ ସୋପାନକୁ ଯିବା ପରେ ମଧ୍ୟ ସେ ବିବାଦ ଘେରରେ ରହିଥିଲେ । ଅନେକ ଅପବାଦ ଏବଂ ଗୁଜବ କାରଣରୁ ତାଙ୍କ ସିନେ କ୍ୟାରିଅର୍ ସହ ବ୍ୟକ୍ତିଗତ ଜୀବନ ମଧ୍ୟ ଅଶାନ୍ତ ହୋଇଯାଇଥିଲା । ଏକଦା ବଲିଉଡର ଅନେକ ନାମୀଦାମୀ ସିନେମାରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଅଭିନେତ୍ରୀ ବର୍ତ୍ତମାନ ଲାଇମ୍ ଲାଇଟଠାରୁ କୋଷ କୋଷ ଦୂରରେ ରହିଛନ୍ତି । ନାଁ ତାଙ୍କର ମମତା କୁଲକର୍ଣ୍ଣି । ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ଏବଂ ଏକ କୁଖ୍ୟାତ ଡ୍ରଗ୍ସ ମାମଲାରେ ଜଡ଼ିତ ରହିବା ଘଟଣା ତାଙ୍କ କ୍ୟାରିଅରକୁ ନଷ୍ଟ କରିଦେଲା କହିଲେ ଭୁଲ୍ ହେବନି । 

Advertisment

‘ଓଡ଼ିଆ ଖାଦ୍ୟ’ ପ୍ରେମରେ ବଲିଉଡ୍ ଅଭିନେତ୍ରୀ : କହିଲେ ‘I Love Odia Food’ , ଲାଇମ୍ ଲାଇଟ୍ ନେଲା ଛେନାପୋଡ଼

daud
daud Photograph: (google)

ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ନାଁରେ ବିବାଦୀୟ ଟ୍ୟାଗ୍ ଲାଗିବା ପଛର କାରଣ ଥିଲା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କ ସହିତ ତାଙ୍କର କଥିତ ସମ୍ପର୍କ । ୧୯୯୮ ମସିହାରେ ରାଜନଙ୍କ ସହିତ ତାଙ୍କ ସମ୍ପର୍କର ଗୁଜବ ଖେଳିବା ପରେ ଗଣମାଧ୍ୟମରେ ଏହା ଏକ ଚର୍ଚ୍ଚିତ ବିଷୟ ପାଲଟିଥିଲା । "ଚାଇନା ଗେଟ୍" ସିନେମା ସୁଟିଂ ସମୟରେ ମମତାଙ୍କର ଅଣ୍ଡରୱାର୍ଲ୍ଡ ସହିତ ସମ୍ପର୍କ ତୀବ୍ର ହୋଇଥିଲା । ରାଜକୁମାର ସନ୍ତୋଷୀଙ୍କ ସହ ମତଭେଦ ପରେ ତାଙ୍କୁ ଫିଲ୍ମରୁ ବାହାର କରାଯାଇଥିଲା । କୁଲକର୍ଣ୍ଣି ରାଜନଙ୍କଠାରୁ ଧମକ ପାଇବା ପରେ ଫିଲ୍ମକୁ ଫେରିଥିବା ଜଣାପଡ଼ିଥିଲା । ଫିଲ୍ମର ବିଫଳତା ତାଙ୍କ ପାଇଁ ଏକ ବଡ଼ ଆଘାତ ଥିଲା ଏବଂ ସେ ସନ୍ତୋଷୀଙ୍କ ଉପରେ ଅସଦାଚରଣ ଅଭିଯୋଗ ଆଣିଥିଲେ । 
ତେବେ ଏହି ଘଟଣାକୁ ଅନେକ ବର୍ଷ ବିତିଯାଇଥିଲା ଏବଂ ଲୋକଙ୍କ ମନରେ ମମତାଙ୍କୁ ନେଇ ଏହି ପ୍ରଶ୍ନ ମଧ୍ୟ ଶୀଥିଳ ପଡ଼ିଯାଇଥିଲା । ତେବେ ବର୍ତ୍ତମାନ ପୁଣି ପୁରୁଣା ଘା’ରେ ହାତ ମାରିଛନ୍ତି ମମତା । ସେ ଅଣ୍ଡରୱାର୍ଲ୍ଡର ପ୍ରମୁଖ ଡନ୍ ଦାଉଦ୍ ଇବ୍ରାହିମର ନାଁ ନେଇ କହିଛନ୍ତି ଯେ "ଦାଉଦ ଜଣେ ଆତଙ୍କବାଦୀ ନୁହଁନ୍ତି କିମ୍ବା ଦାଉଦଙ୍କ ନାମ କେବେ କୌଣସି ବୋମା ବିସ୍ଫୋରଣ ଘଟଣାରେ ଜଡ଼ିତ ହୋଇନାହିଁ । ଗଣମାଧ୍ୟମ ଏବଂ କିଛି ରାଜନୈତିକ ଶକ୍ତି ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି । କାହାକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଅଭିଯୋଗ ପ୍ରମାଣିତ ହେବା ଆବଶ୍ୟକ । ପ୍ରଚାର କାହାକୁ ଅପରାଧୀ କରେ ନାହିଁ ।" ଅଭିନେତ୍ରୀ ଆହୁରି କହିଛନ୍ତି, "ଦାଉଦଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ସେ କୌଣସି ବୋମା ବିସ୍ଫୋରଣ କରିନାହାଁନ୍ତି । ସେ ଦେଶରେ କୌଣସି ଦେଶ ବିରୋଧୀ କାର୍ଯ୍ୟ କରିନାହାଁନ୍ତି । ଯାହାଙ୍କ ସହ ମୋର ନାମ ଯୋଡ଼ା ଯାଉଛି ସେ କେବେ ବି ବୋମା ବିସ୍ଫୋରଣ କରିନାହାଁନ୍ତି । ମୁଁ ମୋ ଜୀବନରେ ଦାଉଦଙ୍କୁ କେବେ ଭେଟି ନାହିଁ ।" ତେବେ ଅଭିନେତ୍ରୀଙ୍କ ଏହି ମନ୍ତବ୍ୟରେ ପ୍ରଶ୍ନ ଆସୁଛି ଯେ ଯଦି ମମତା ଦାଉଦଙ୍କୁ କେବେ ଭେଟିନାହାନ୍ତି ତାହେଲେ ସେ ବୋମା ବିସ୍ଫୋରଣ କରିନାହାନ୍ତି ବୋଲି କେମିତି ଜାଣିଲେ ! 

ଆଉ ନାହାନ୍ତି ଇଂରେଜ ଅମଳର ଜେଲର୍ ଅସରାନି : କେବେ ହସାଉଥିଲେ , ଏବେ କନ୍ଦାଇ ଚାଲିଗଲେ

ଅଭିନୟରୁ ଅବସର ନେବା ପୂର୍ବରୁ ମମତା କୁଲକର୍ଣ୍ଣି ଶେଷ ଥର ପାଇଁ ୨୦୦୨ ମସିହାରେ ନିର୍ମିତ ଚଳଚ୍ଚିତ୍ର "କଭି ତୁମ୍ କଭି ହମ୍" ରେ ସିଲଭର୍ ସ୍କ୍ରିନରେ ନଜର ଆସିଥିଲେ । ଭାରତୀୟ ସିନେମାର ଏକଦା ଲୋକପ୍ରିୟ ଚେହେରା ଥିବା ମମତା ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଚାଲାଣ ମାମଲାରେ ସମ୍ପୃକ୍ତି ଏବଂ ଡ୍ରଗ୍ସ ଲର୍ଡ ଭିକି ଗୋସ୍ୱାମୀଙ୍କ ସହିତ ବିବାହ ଗୁଜବ ପରେ ଦେଶ ଛାଡ଼ି ପଳାଇଥିଲେ । ଏହି ମାମଲାରୁ ବାହାରିବା ପରେ ଅଭିନେତ୍ରୀ ୨୫ ବର୍ଷ ପରେ ୨୦୨୪ ଶେଷ ଭାଗରେ ଭାରତ ଫେରି ଆସିଥିଲେ ।