ବୈଜ୍ଞାନିକଙ୍କୁ ପଛରେ ପକାଇଲା ଏଆଇ ! ଯେଉଁ କାମ ଦଶନ୍ଧିରୁ ଅଧିକ ସମୟ ଧରି ଝୁଲନ୍ତା ଅବସ୍ଥାରେ ଥିଲା ମାତ୍ର ୪୮ ଘଣ୍ଟା ଭିତରେ ସମାଧାନ କରିଦେଲା ଏଆଇ

ଆଧୁନିକ ସମୟ କହିଲେ ଏଆଇର ଯୁଗ । ବର୍ତ୍ତମାନ ସମୟରେ ଆର୍ଟିଫେସିଆଲ୍ ଇଣ୍ଟେଲିଜେନ୍ସ ଏତେ ଆଡଭାନ୍ସ ହୋଇଛି ଯେ ଲୋକଙ୍କ ବର୍ଷ ବର୍ଷରୁ ଅଟକିଥିବା କାମକୁ ଚୁଟକିରେ ପୁରା କରି ଦେଖାଉଛି । କହିବାକୁ ଗଲେ ଏଆଇ ଏବେ ସୁପରମ୍ୟାନ୍ ସାଜିଛି ଏବଂ ଲୋକଙ୍କ କାମକୁ ସହଜ ଏବଂ ସରଳ କରି ଦେଖାଉଛି ।

AI 212

AI 212 Photograph: (Kanak News)

ଆଧୁନିକ ସମୟ କହିଲେ ଏଆଇର ଯୁଗ । ବର୍ତ୍ତମାନ ସମୟରେ ଆର୍ଟିଫେସିଆଲ୍ ଇଣ୍ଟେଲିଜେନ୍ସ ଏତେ ଆଡଭାନ୍ସ ହୋଇଛି ଯେ ଲୋକଙ୍କ ବର୍ଷ ବର୍ଷରୁ ଅଟକିଥିବା କାମକୁ ଚୁଟକିରେ ପୁରା କରି ଦେଖାଉଛି । କହିବାକୁ ଗଲେ ଏଆଇ ଏବେ ସୁପରମ୍ୟାନ୍ ସାଜିଛି ଏବଂ ଲୋକଙ୍କ କାମକୁ ସହଜ ଏବଂ ସରଳ କରି ଦେଖାଉଛି । ଲାଗୁଛି ଯେମିତି ଏଆଇ ହାତରେ ଯାଦୁର ବାଡ଼ି ଅଛି ଆଉ ବାଡ଼ି ବୁଲାଇ ସବୁ କାମକୁ ମିନିଟରେ ସଜାଡ଼ି ଦେଉଛି ଏହି ଆର୍ଟିଫେସିଆଲ୍ ଇଣ୍ଟେଲିଜେନ୍ସ । ଯାହାର ପ୍ରମାଣ ଏବେ ବୈଜ୍ଞାନିକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟରେ ପକାଇଛି । ନୂଆ ଏଆଇ ଟୁଲ୍ ମାଧ୍ୟମରେ ମାତ୍ର ୪୮ ଘଣ୍ଟା ଭିତରେ ସୁପରବଗ୍ ର ରହସ୍ୟର ସମାଧାନ କରି ଦେଖାଇ ବୈଜ୍ଞାନିକଙ୍କୁ ତାଜୁବ୍ କରିଦେଇଛି ଏଆଇ । 

AI
AI Photograph: (google)

ଏକ ରିପୋର୍ଟ ମୁତାବକ , ମାଇକ୍ରୋବାୟୋଲଜିଷ୍ଟ୍ ଏକ ଜଟିଳ ପ୍ରସଙ୍ଗର ସମାଧାନ ପାଇଁ ପାଖାପାଖି ଦଶନ୍ଧିରୁ ଅଧିକ ସମୟ ଧରି ପ୍ରୟାସ କରୁଥିଲେ । ଇମ୍ପେରିଆଲ କଲେଜ୍ ଲଣ୍ଡନର ପ୍ରଫେସର୍ ଜୋସ୍ ପେନାଡିସ୍ ଏବଂ ତାଙ୍କ ଟିମ୍ ଅନେକ ବର୍ଷ ଧରି ସୁପରବଗ୍ ଏଣ୍ଟିବାୟୋଟିକ୍ ଔଷଧ ପ୍ରତି କାହିଁକି ପ୍ରତିରୋଧକ ଅଟେ ଏହାର ଅନୁସନ୍ଧାନ କରିଥିଲେ । ଏହା ପରେ ପେନାଡିସ୍ ଏହି ସମସ୍ୟାର ସମାଧାନ ପାଇଁ ଗୁଗଲର ଏଆଇ ଟୁଲ୍ କୋ-ସାଇଣ୍ଟିଷ୍ଟକୁ ଦେବାକୁ ନିଷ୍ପତ୍ତି ନେଲେ । ଏହି ଏଆଇ ମାତ୍ର ୪୮ ଘଣ୍ଟା ମଧ୍ୟରେ ଏକ ସିଦ୍ଧାନ୍ତରେ ପହଞ୍ଚିଲା, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। 

AII
AII Photograph: (google)

ଏହି ମାମଲାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଅନୁସନ୍ଧାନ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ, ଯାହାର ଅର୍ଥ ହେଉଛି ଏଆଇ ଏହାକୁ ସର୍ବସାଧାରଣ ଡୋମେନରୁ ପ୍ରବେଶ କରିପାରିବ ନାହିଁ । ପେନାଡିସ୍ ଏବଂ ତାଙ୍କ ଟିମ୍ କିଛି ସୁପରବଗ୍, କ୍ଷତିକାରକ ବ୍ୟାକ୍ଟେରିଆ ନିର୍ମାଣ ଉପରେ ବିଚାର କରୁଥିଲେ ଯାହା ଆଣ୍ଟିବାୟୋଟିକ୍ ଔଷଧ ପ୍ରତି ପ୍ରତିରୋଧକ ଅଟନ୍ତି ।

AI 2
AI 2 Photograph: (google)

ଏହି ଗବେଷଣା ପେନାଡିସଙ୍କ ଟିମ୍ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ଟିମ୍ ଯେତେବେଳେ ଏନେଇ ଗୁଗଲର ଏଆଇ ଟୁଲ୍ ସହିତ ଏହାକୁ ପରୀକ୍ଷା କଲେ, ଦୁଇ ଦିନ ମଧ୍ୟରେ ସେମାନଙ୍କ ଗବେଷଣା ଏଆଇର ସିଦ୍ଧାନ୍ତ ସହିତ ସମ୍ପୂର୍ଣ୍ଣ ମେଳ ଖାଉଥିଲା। ପେନାଡେସ୍ କହିଛନ୍ତି ଯେ , ଏଆଇ ଟୁଲ୍ କେବଳ ସେମାନଙ୍କ ଗବେଷଣାକୁ ଦୋହରାଇ ନାହିଁ ବରଂ ଏହା ଆଶାଠାରୁ ମଧ୍ୟ ଅଧିକ ଥିଲା । ସେ କହିଛନ୍ତି ଯେ ତାଙ୍କ ମୁଣ୍ତ ଏବଂ ଟିମର ମସ୍ତିଷ୍କରେ ଯେଉଁ କଥା ପଶିଲାନାହିଁ ତାହା ଏଆଇ ନିମିଷକ ମଧ୍ୟରେ କରି ଦେଖାଇଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe