ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍ର କ୍ରେଜ୍ ହିଁ କିଛି ଅଲଗା । କ୍ରିକେଟପ୍ରେମୀ ଏହି ଅବସରକୁ ଚାତକ ପରି ଚାହିଁଥାନ୍ତି । ଉଭୟ ଦେଶର ଲୋକ ମ୍ୟାଚ୍ ପରେ କେତେ ଟିଭି ଭାଙ୍ଗନ୍ତି କେତେ ବାଣ ଫୁଟାନ୍ତି ଏହା ତ ସମସ୍ତେ ଜାଣିଥିବେ । ମ୍ୟାଚ୍ ପୂର୍ବରୁ ବି ହୋମଯଜ୍ଞ , ପୂଜାପାଠର ମାହୋଲ୍ ଜମିଥାଏ । ଆଉ ବିଜୟ ପରର ସେଲିବ୍ରେସନ୍ ତ ହିଁ କିଛି ଅଲଗା । କହିବାକୁ ଗଲେ ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ତ ନୁହଁ ଏକପ୍ରକାରର ପର୍ବ ।
/kanak/media/media_files/2025/02/23/iyuR5iaQKFqhgcWVPwAR.jpg)
ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଭାରତ ସରକାର ଭାରତ-ପାକ୍ ସିରିଜ୍ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁଥିପାଇଁ ଏହି ଦୁଇ ଦଳ କେବଳ ICC ଟୁର୍ଣ୍ଣାମେଣ୍ଟରେ ହିଁ ପରସ୍ପରକୁ ଭେଟିଥାନ୍ତି । ଏହି କାରଣରୁ ଉଭୟ ଦେଶର ଦର୍ଶକଙ୍କ ମଧ୍ୟରେ ଭାରତ-ପାକ୍ କ୍ରିକେଟ ମ୍ୟାଚ୍କୁ ନେଇ କ୍ରେଜ୍ ରହିଥାଏ । ତେବେ ମ୍ୟାଚ୍ ଦେଖିବାକୁ ନେଇ ବି ଲୋକଙ୍କ ମନରେ ଉତ୍କଣ୍ଠା ଜମିଥାଏ । ପୂର୍ବରୁ ଟିଭିରେ ମ୍ୟାଚ୍ ଦେଖାଯାଉଥିଲେ ବି ଆଜିର ସମୟରେ ପ୍ରତି ହାତରେ ମୋବାଇଲ୍ ତେଣୁ ଅଧିକ ଲୋକ ଅନଲାଇନରେ ହିଁ କ୍ରିକେଟ୍ ଦେଖିବାକୁ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ଅନଲାଇନରେ ଫ୍ରିରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି ତାହେଲେ ଏହି ଖବରଟି ଆପଣଙ୍କ କାମରେ ଆସିପାରେ ।
/kanak/media/media_files/2025/02/23/RKHOQ1gtYvcETKmh1N6y.jpg)
ଭାରତ-ପାକ୍ କ୍ରିକେଟ୍ ମ୍ୟାଚ୍ର ଟିଭିରେ ପ୍ରସାରଣ ଅଧିକାର ସ୍ପୋର୍ଟ୍ସ ୧୮ ପାଖରେ ଅଛି, ଯାହାକି ଏକ ପେଡ୍ ଚ୍ୟାନେଲ୍ । ଯଦି ଆପଣଙ୍କ ପ୍ଲାନ୍ରେ ଏହି ଚ୍ୟାନେଲ୍ ନାହିଁ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଜିଓ ହଟ୍ଷ୍ଟାର୍ରେ ଏହି ମ୍ୟାଚ୍କୁ ମାଗଣାରେ ଦେଖିପାରିବେ ।
/kanak/media/media_files/2025/02/23/wwZp62HJEK3oUADmEB5q.jpg)
ଜିଓ ହଟ୍ଷ୍ଟାର୍ରେ ମାଗଣାରେ କେମିତି ଦେଖିବେ ମ୍ୟାଚ୍ ?
BCCI ଅନ୍ଲାଇନ୍ କ୍ରିକେଟ୍ ମ୍ୟାଚ୍ର ପ୍ରସାରଣ ଅଧିକାର ଜିଓକୁ ଦେଇଛି ଏବଂ ନିକଟରେ ଜିଓ ହଟ୍ଷ୍ଟାର୍କୁ କିଣି ଏହାର ନାମ ବଦଳାଇ ଜିଓ ହଟ୍ଷ୍ଟାର୍ କରିଦେଇଛି । ଏଭଳି ପରିସ୍ଥିତିରେ ଜିଓ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାମାନେ ଜିଓ ହଟ୍ଷ୍ଟାର୍ରେ ମାଗଣାରେ ଭାରତ-ପାକିସ୍ତାନ ମ୍ୟାଚ୍ ସହଜରେ ଦେଖିପାରିବେ ।
Ready to go again on Super Sunday 🙌#TeamIndia | #ChampionsTrophy | #PAKvIND pic.twitter.com/wzgEvycPWG
— BCCI (@BCCI) February 22, 2025
ଜିଓ ହଟଷ୍ଟାର ସବସ୍କ୍ରିପସନ୍ ପ୍ଲାନ୍ :
ଜିଓ ୮୯୯ ପ୍ରିପେଡ୍ ପ୍ଲାନରେ ଡାଟା, ଭଏସ୍ କଲିଂ ସହିତ ୯୦ ଦିନ ପାଇଁ ମାଗଣା ଜିଓ ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍ ପ୍ଲାନ୍ ଦେଉଛି । ଏହି ପ୍ଲାନର ବୈଧତା ୯୦ ଦିନ ଅଟେ । ଉପଭୋକ୍ତାମାନଙ୍କୁ କଲିଂ ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ, କାରଣ ଏଥିରେ ଅସୀମିତ ପ୍ଲାନ୍ ଦିଆଯାଇଛି । ଏହା ସହିତ, ପ୍ରତିଦିନ 2GB ଡାଟା ମଧ୍ୟ ମିଳିଥାଏ । ଅନ୍ୟପଟେ, ଜିଓ ହଟଷ୍ଟାରର ମୋବାଇଲ୍ ସବସ୍କ୍ରିପସନ୍ ପ୍ଲାନ୍ ୧୪୯ ଟଙ୍କାରେ ଉପଲବ୍ଧ । ଏହି ପ୍ଲାନ୍ ତିନି ମାସ ପାଇଁ ବୈଧ ଅଟେ ।
/kanak/media/media_files/2025/02/23/4oZkPIRpWyxe48z9FQMh.jpg)
ମ୍ୟାଚ୍ କେବେ, କେଉଁଠାରେ ଏବଂ କେତେବେଳେ ଅଛି ?
ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହେବ ଏବଂ ମ୍ୟାଚ୍ ପାଇଁ ଭାରତୀୟ ସମୟ ଅନୁସାରେ ଦିନ ୨ ଟାରେ ଟସ୍ ହେବ ଏବଂ ସାଢେ ୨ ଟା ସମୟରୁ ଦୁଇ ଦଳ ଖେଳିବା ପାଇଁ ଷ୍ଟାଡିୟମରେ ପ୍ରବେଶ କରିବେ ।