ବର୍ତ୍ତମାନର ସମୟ ହେଉଛି ଟେକ୍ନୋଲଜିର ଯୁଗ । ଏଆଇ , ରୋବର୍ଟ , ମେସିନକୁ ଆହୁରି ଉନ୍ନତ କରିବା ପାଇଁ ସାରା ଦୁନିଆ ଯେମିତି ଅଣ୍ଟା ଭିଡ଼ିଛି । ଟେକ୍ନୋଲଜିକୁ ଆଗେଇବା କ୍ଷେତ୍ରରେ ଜୋରସୋରରେ ଚାଲିଛି କାମ । ଆଉ ଏହାରି ଭିତରେ ଏବେ ଏକ ବଡ଼ ଅପଡେଟ୍ ଚର୍ଚ୍ଚାକୁ ଆସିଛି । ଆଜିର ସମୟରେ ମଣିଷ ମଣିଷର ଭାବନା , ସମ୍ବେଦନକୁ ବୁଝିପାରୁନଥିବା ବେଳେ ଭବିଷ୍ୟତରେ ରୋବର୍ଟ କେବଳ ସ୍ପର୍ଶ କରି ମଣିଷର ଭାବନାକୁ ଜାଣିପାରିବ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।
ଜର୍ନାଲ୍ IEEE Access ରେ ପବ୍ଲିସ୍ ହୋଇଥିବା ଏକ ଲେଟେଷ୍ଟ୍ ରିସର୍ଚ୍ଚରୁ ଏକଥା ଜଣାପଡ଼ିଛି । ଏହି ରିସର୍ଚ୍ଚ ଉପରେ କାମ କରୁଥିବା ଗବେଷକ କହିଛନ୍ତି ଯେ Skin Conductance ର ସହାୟତାରେ ରୋବର୍ଟ ମଣିଷର ଫିଲିଙ୍ଗ୍ସକୁ ଜାଣିପାରିବେ । Skin Conductance ର ସାହାଯ୍ୟରେ ଚର୍ମରେ ପରିବର୍ତ୍ତନର ସ୍ବରୂପକୁ ରୋବର୍ଟ ଜାଣିପାରିବେ । ଯେଉଁଥିରେ ଝାଳ ବାହାରିବା , ନର୍ଭ ସିଷ୍ଟମ୍ ର ସକ୍ରିୟତା , ହୃଦୟର ଗତିବିଧି ଆଦିକୁ ଅନୁଭବ କରିବା ସାମିଲ୍ ରହିଛି ।
ଟ୍ରାଡିସନାଲ୍ ଇମୋସନ୍ ଡିଟେକ୍ସନ୍ ଟେକ୍ନୋଲଜିରେ ଫେସିଆଲ୍ ରେକୋଗନାଇଜେସନ୍ ଏବଂ ସ୍ପିଚ୍ ଏନାଲାଇଜ୍ ଆଦି ସାମିଲ୍ ରହିଛି । ଯେଉଁଥିରେ ଅଡିଓ ଏବଂ ଭିଜୁଆଲ୍ ଉପରେ ଅଧିକ ଗୁରୁତ୍ବ ଦିଆଯାଏ । ବୈଜ୍ଞାନିକଙ୍କ କହିବାନୁସାରେ , ମଣିଷଙ୍କ ଭାବନାକୁ ଜାଣିବା ପାଇଁ Skin Conductance ଏକ ଭଲ ଉପାୟ । ଯାହା ରିୟଲ୍ ଟାଇମ୍ କାମ କରେ । ଏହି ଷ୍ଟଡିରେ ୩୩ ଜଣ ପ୍ରତିଯୋଗୀଙ୍କୁ ସାମିଲ୍ କରାଯାଇଥିଲା । ପ୍ରତିଯୋଗୀଙ୍କୁ Skin Conductance ରେ ସ୍ପର୍ଶ କରି ସେମାନଙ୍କ ଭାବନା ସମ୍ବନ୍ଧରେ ଅବଗତ କରାଯାଇଥିଲା ।