ରାପର୍ ତଥା ପଞ୍ଜାବୀ ସିଙ୍ଗର୍ ୟୋ ୟୋ ହନି ସିଂହଙ୍କୁ ଅବା କିଏ ନ ଚିହ୍ନିଛନ୍ତି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ହନି ସିଂହଙ୍କ ଗୀତରେ ସାରା ଦୁନିଆ ଝୁମିଛି କହିଲେ କିଛି ଭୁଲ୍ ହେବନି । ସୋ’ ବିଜର ଟପରେ ଥାଇ ଅଚାନକ ଦେହ ଅସୁସ୍ଥ କାରଣରୁ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇଥିଲେ ହନି । ଚିକିତ୍ସା ସମୟରେ ସିଙ୍ଗରଙ୍କୁ ନେଇ ଅନେକ ଗୁଜବ ମଧ୍ୟ ଖେଳିଯାଇଥିଲା । ହନିଙ୍କ ଅନୁପସ୍ଥିତି ସମୟରେ ସେତେବେଳେ ରାପ୍ ଦୁନିଆରେ କାୟା ବିସ୍ତାର କଲେ ରାପର୍ ବାଦଶାହା । ହନି ଏବଂ ବାଦଶାହାଙ୍କ ଭିତରେ ଥିବା ଅହିନକୁଳ ସଂପର୍କ ତ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ହନିଙ୍କ ପପୁଲାର୍ ଗୀତ ‘ବ୍ରାଉନ୍ ରଙ୍ଗ୍’ କୁ ନିଜେ ଲେଖିଥିବା କଥା ଅନେକ ସମୟରେ କହିଛନ୍ତି ବାଦଶାହା କିନ୍ତୁ ହନି ସବୁବେଳେ ଏହାକୁ ଖଣ୍ଡନ କରି ଆସିଛନ୍ତି । ସମୟ ଥିଲା ବାଦଶାହା ଏବଂ ହନି ଏକସଙ୍ଗରେ କାମ କରୁଥିଲେ କିନ୍ତୁ ଏବେ ଦୁହେଁ କାହାରି ମୁହଁ ଦେଖିବାକୁ ମଧ୍ୟ ପସନ୍ଦ କରୁନାହାନ୍ତି । 

Advertisment
yo yo
yo yo Photograph: (google)

କିଛି ଦିନ ତଳେ ବାଦଶାହା ନିଜ ଗୀତରେ ହନିଙ୍କ ନାଁ ନନେଇ ଟାର୍ଗେଟ୍ କରିଥିବା କଥା ଦେଖିବାକୁ ମିଳିଥିଲା । ତେବେ ବହୁ ବର୍ଷ ପରେ ହନି ସିଂହଙ୍କ ଜବରଦସ୍ତ କମବ୍ୟାକ୍ ହୋଇଛି । ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଦେଇ ଫ୍ୟାନ୍ସଙ୍କୁ ପୁଣିଥରେ ବେକାବୁ କରିଛନ୍ତି ହନି । ଏହାରି ଭିତରେ ସେ ବାଦଶାହାଙ୍କ ଉପରେ ମଧ୍ୟ ବାକଯୁଦ୍ଧ କରିବାକୁ ପଛାଇ ନାହାଁନ୍ତି । ନିକଟରେ ନିଜ କନସର୍ଟରେ ହନି ବାଦଶାହାଙ୍କ ନାଁ ନନେଇ କହିଲେ ଏବେ ତାକୁ କମବ୍ୟାକ୍ କରିବାକୁ ପଡ଼ିବ ।

ଲାଇଭ୍ କନସର୍ଟ ଚାଲିଥିବା ବେଳେ ହନି ଗାଳିଗୁଲଜ କରିବା ସହ କହିଲେ , ‘ଲୋକ ମତେ କମବ୍ୟାକ୍ ହେଉନି ବୋଲି କହୁଥିଲେ , ଏବେ ତାକୁ କମବ୍ୟାକ୍ କରିବାକୁ ପଡ଼ିବ । ମୋ ପାଇଁ ଗୀତ ଲେଖିଛନ୍ତି , ମୋର ଭାଗ୍ୟ ଲେଖିଦେବେ ବୋଲି ଲୋକ କହୁଥିଲେ , ଏବେ ତୁମ ଭାଗ୍ୟ କେମିତି ଲେଖିବ ?’ ଏତିକି କହି ହନି ଷ୍ଟେଜ୍ ଉପରେ ଗୋଟିଏ ସାଏରୀ କହି ଫ୍ୟାନ୍ସଙ୍କ ଆଡକୁ ମାଇକ୍ ବଢାଇଦେଲେ ତାପରେ ଫ୍ୟାନ୍ସ ମଧ୍ୟ ହନିଙ୍କ କଥାକୁ ସପୋର୍ଟ କଲେ । ହନି କହିଲେ , ‘ଅହଙ୍କାର ତ ରାବଣର ବି ଭାଙ୍ଗିଥିଲା , ତୁମେ ତ ମଣିଷ ମାତ୍ର । ମତେ ମୋ ଫ୍ୟାନ୍ସ ଏ ଜାଗାରେ ପହଁଞ୍ଚାଇଛନ୍ତି , କାହାରି ସାହାରାରେ ମୁଁ ଆସିନି । ’ 

honey
honey Photograph: (google)

ହନି ସିଂହଙ୍କ ଏହି ଭିଡିଓ ଭାଇରାଲ୍ ହେବା ପରେ ଫ୍ୟାନ୍ସ ହନିଙ୍କ ପ୍ରଶଂସା କରିବା ସହ କହୁଛନ୍ତି , ବାପା ସବୁବେଳେ ବାପା ହୋଇଥାଏ । କିଛି ୟୁଜର୍ସ ବାଦଶାହାଙ୍କୁ ଟ୍ୟାଗ୍ କରି ଲେଖୁଛନ୍ତି , ତୁମର କମବ୍ୟାକ୍ ହୋଇ ପାରିବନି , ଯେତେ ଚେଷ୍ଟା କରିକି ଦେଖିନିଅ । 

badshah
badshah Photograph: (google)