ପାହାଡ଼ ଭଳି ବଳିଷ୍ଠ ଶରୀର , ଚାଲିଲେ ଏମିତି ଲାଗୁଥିଲା ଯେମିତି ଜଙ୍ଗଲରେ କେଉଁ ବାଘ ଚାଲୁଛି । ବିମାନରୁ ଯେତେବେଳେ ତଳକୁ ଓହ୍ଲାଇ ଆସିଲେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଆଲିଙ୍ଗନ । ଆମେ ଏଠାରେ କହୁଛୁ କତାରର ଧନୀ ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍-ଥାନୀଙ୍କ ବିଷୟରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ କତାରର ଧନୀ ଶେଖ୍ ଭାରତ ଭୂମିରେ ପାଦ ରଖିଥିଲେ । ରୋଚକ କଥା ହେଉଛି ପ୍ରଧାନମନ୍ତ୍ରୀ ନିଜେ ପ୍ରୋଟୋକଲ୍ ଭାଙ୍ଗି ଶେଖ୍ ତମିମଙ୍କୁ ସ୍ବାଗତ କରିବା ପାଇଁ ଏୟାରପୋର୍ଟରେ ପହଁଞ୍ଚିଥିଲେ । ଅନ୍ୟ ଦେଶର ଶାସକଙ୍କ ଭଳି ଶେଖ୍ ତମିମ୍ ସାଧାରଣ ନୁହଁନ୍ତି । ତାଙ୍କର ଲାଇଫଷ୍ଟାଇଲ୍ ସାରା ଦେଶରେ ଚର୍ଚ୍ଚିତ ।

Advertisment
Amir
Amir Photograph: (google)

ଏହି ଧନୀ ଶେଖ୍ ଜୀବନରେ ୩ ଥର ବିବାହ କରିଛନ୍ତି ଏବଂ ତାଙ୍କର ୧୩ ଜଣ ସନ୍ତାନ ଅଛନ୍ତି । ୧୯୮୦ ମସିହା ଜୁନ୍ ୩ ରେ ଜନ୍ମିତ ତମିମ୍ ପୂର୍ବ ଧନୀ ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନୀଙ୍କ ଚତୁର୍ଥ ପୁଅ । ବ୍ରିଟେନରେ ଶିକ୍ଷାଗ୍ରହଣ କରି ସେ ୧୯୯୮ ରେ କତାର ଆର୍ମିରେ ନେତୃତ୍ବ ନେଇଥିଲେ । ୨୦୧୩ ସେ କତାରର ଧନୀ ବା ଅମିର ହେଲେ । ଏହାପରଠାରୁ ତାଙ୍କ ଲୋକପ୍ରିୟତାର ଚର୍ଚ୍ଚା ସାରା ଦେଶରେ ହେଉଛି । ଆପଣଙ୍କୁ କହିରଖୁଛୁ , ୨୦୨୨ ରେ ତାଙ୍କୁ ରୟାଲ୍ ଇସଲାମିକ୍ ଷ୍ଟ୍ରେଟେଜିକ୍ ଷ୍ଟଡିଜ୍ ସେଣ୍ଟର ତରଫରୁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ମୁସଲିମଙ୍କ ତାଲିକାରେ ସାମିଲ୍ କରାଗଲା । 

modi 444
modi 444 Photograph: (google)

୩ ପତ୍ନୀଙ୍କ ସ୍ବାମୀ ଓ ୧୩ ସନ୍ତାନଙ୍କ ପିତା ଥିବା ଶେଖ୍ ଙ୍କ ଜୀବନ ଖୁବ୍ ବିଳାସପୂର୍ଣ୍ଣ । କତାରର ରାଜଧାନୀ ଦୋହାରେ ତାଙ୍କର ରୟାଲ୍ ପ୍ୟାଲେସ୍ ରହିଛି । ଏହି ପ୍ରାସାଦର ମୂଲ୍ୟ ଆମେରିକା ଡଲାର ତୁଳନାରେ ୧ ବିଲିୟନ୍ । ଯେଉଁଥିରୁ ୧୦୦ ରୁ ଅଧିକ କୋଠରୀ ରହିଛି । ଶେଖ୍ ଙ୍କ ପାଖରେ ରହିଛି ୫୦୦ ରୁ ଅଧିକ କାର୍ । ଏହିସବୁ କାରକୁ ପାର୍କିଂ କରିବା ପାଇଁ ମଧ୍ୟ ପ୍ୟାଲେସରେ ବ୍ୟବସ୍ଥା ରହିଛି । ମହଲରେ କିଛି ଅଂଶରେ ସୁନା ଖଚିତ ହୋଇରହିଛି । ଦୁନିଆର ସବୁଠାରୁ ମହଙ୍ଗା ବିମାନ ବି ଶେଖଙ୍କ ସଂପତ୍ତିରେ ସାମିଲ୍ ଅଛି । ଯାହାର ମୂଲ୍ୟ ପାଖାପାଖି ୩.୩ ବିଲିୟନ୍ ଟଙ୍କା ହେବ । ୧୨୪ ମିଟର ଲମ୍ବା ଏହି ବିମାନ ପାଇଁ ହେଲିପ୍ୟାଡ୍ ର ସୁବିଧା ମଧ୍ୟ କରିଛନ୍ତି ଶେଖ୍ । ୩୫ ଜଣ ଅତିଥି ଏବଂ ୯୦ କ୍ରୁ ମେମ୍ବର ଏହି ବିମାନରେ ଯାଇପାରିବେ । 

car 33
car 33 Photograph: (google)
ship
ship Photograph: (google)

ଶେଖ୍ ଙ୍କ ପାଖରେ ନିଜସ୍ବ ଏୟାରଲାଇନ୍ ମଧ୍ୟ ରହିଛି ଯାହାକୁ ‘କତାର ଅମିରି ଏୟାରଲାଇନ୍’ ବୋଲି କୁହାଯାଏ  , ୧୯୭୭ ମସିହାରେ ଏହାର ନିର୍ମାଣ କରାଯାଇଥିଲା । ଏହି ଏୟାରଲାଇନ୍ କେବଳ ରାଜପରିବାର ପାଇଁ ହିଁ ଚାଲିଥାଏ । ଯେଉଁଥିରେ ୧୪ ଟି ବିମାନ ଛିଡା ହେବାର ସାମର୍ଥ୍ୟ ରହିଛି । କାର୍ ସୌଖିନ ଶେଖ୍ ଙ୍କ କାର୍ କଲେକ୍ସନର କଥା ଯଦି କହିବା ଫେରାରୀରୁ ଆରମ୍ଭ କରି ଲେମ୍ବରଗିନି , ବୁଗାଟି , ରୋଲ୍ସ ରଏସ୍ ଭଳି ଗାଡ଼ି ଶେଖଙ୍କ ପାଖରେ ରହିଛି । 

home
home Photograph: (google)