କନକ ବ୍ୟୁରୋ : ଭାରତର ପ୍ରସିଦ୍ଧ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ ହେଉଛି ତିରୁପତି ମନ୍ଦିର । ଯେଉଁଠାକୁ ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥା’ନ୍ତି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ରୂପେ ଲଡୁ ଭୋଗ ଦିଆଯାଏ । କିନ୍ତୁ ଗତବର୍ଷ ଏହି ଲଡୁକୁ ନେଇ ଯାଞ୍ଚ୍ କରାଯାଇଥିଲା । ଯେଉଁଥିରେ ବ୍ୟବହୃତ ହେଉଥିବା ଘିଅ ଗୋରୁ ଚର୍ବିରୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଥିଲା । ଏହି ମାମଲା ସେତେବେଳେ ଏତେ ଗମ୍ଭୀର ହୋଇଥିଲା ଯେ କଥା ଯାଇ ପଡ଼ିଥିଲା ସୁପ୍ରିମକୋର୍ଟଙ୍କ କାନରେ । ସର୍ବୋଚ୍ଚ ନ୍ୟାୟାଳୟରେ ଏନେଇ କେସ୍ ମଧ୍ୟ କରାଯାଇଥିଲା । ବର୍ତ୍ତମାନ ଏହି କେସରେ ୫୦ ଲକ୍ଷ ଟଙ୍କାର ନେଣଦେଣର ମାମଲା ସାମ୍ନାକୁ ଆସିଛି । ଯାଞ୍ଚ୍ ରିପୋର୍ଟରେ ଜଣାପଡ଼ିଛି ଯେ ତିରୁମାଲା ତିରୁପତି ଦେବସ୍ଥାନମ୍ କୁ ଘିଅ ସପ୍ଲାଇ ମାମଲାରେ ଏହି ବଡ଼ ଧରଣର ଗଡ଼ବଡ଼ ହୋଇଛି । ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ୫୦ ଲକ୍ଷ ଟଙ୍କା ହେଉଛି ମନ୍ଦିର ଟ୍ରଷ୍ଟର ଚେୟାରମ୍ୟାନ୍ ବାଇବି ସୁବ୍ବା ରେଡ୍ଡିଙ୍କ ସହାୟକଙ୍କର । ଚିନ୍ନାପନ୍ନାଙ୍କୁ ଏହି ଟଙ୍କା ଦିଆଯାଇଥିଲା । ବାଇବି ରେଡ୍ଡି ସେତେବେଳେ ଲୋକସଭାର ସାଂସଦ ଥିଲେ ଏବଂ ବର୍ତ୍ତମାନ ସେ ରାଜ୍ୟସଭାରେ ଅଛନ୍ତି ।
ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର
/filters:format(webp)/kanak/media/media_files/2025/11/12/tirupati-mandir-ladoo-2025-11-12-18-43-39.jpg)
ଚିନ୍ନାପନ୍ନାଙ୍କୁ ୫୦ ଲକ୍ଷ ଟଙ୍କାର ରାଶି ନଗଦ ମିଳିଥିଲା । ଏଜେଣ୍ଟଙ୍କ ଜରିଆରେ ଏହି ଟଙ୍କା ଦିଆଯାଇଥିଲା । ଯାହା ଉତ୍ତରପ୍ରଦେଶ ସ୍ଥିତ ଏଗ୍ରି ଫୁଡସ୍ ପ୍ରାଇଭେଟ୍ ଲିମିଟେଡ୍ ଭଳି ବେସରକାରୀ କମ୍ପାନି ଦ୍ବାରା ପଠାଯାଇଥିଲା । କେବଳ ଏତିକି ନୁହେଁ ଯାଞ୍ଚ୍ ରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଦିଲ୍ଲୀ ସ୍ଥିତ ଅମନ ଗୁପ୍ତା ନାମକ ଜଣେ ଏଜେଣ୍ଟ୍ ୨୦ ଲକ୍ଷ ଟଙ୍କା ଦେଇଛନ୍ତି । ଏହାପରେ କମ୍ପାନିର ଜଣେ ସିନିୟର୍ ଏକ୍ସକ୍ୟୁଟିଭ୍ ବିଜୟ ଗୁପ୍ତା ବଳକା ଟଙ୍କା ଦେଇଥିଲେ । ଦୁଇଥର ଟଙ୍କା ନେଣଦେଣର ଏହି ପ୍ରକ୍ରିୟା ଦିଲ୍ଲୀ ପଟେଲ୍ ନଗର ମେଟ୍ରୋ ଷ୍ଟେସନ୍ ପାଖରେ ହୋଇଥିବା କଥା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଥିଲା । ଗତବର୍ଷ ଏହି ମାମଲାକୁ ନେଇ ଦେଶସାରା ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା । ପ୍ରସାଦର ପବିତ୍ରତା ଉପରେ ପ୍ରଶ୍ନ ଉଠିଥିଲା । ମାମଲା ଯେତେବେଳେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲା ସେତେବେଳେ ସିବିଆଇ , ରାଜ୍ୟ ପୁଲିସ ଏବଂ ଫୁଡ୍ ସେଫ୍ଟି ଅଧିକାରୀଙ୍କ ମିଳିତ ଆନୁକୁଲ୍ୟରେ ଏକ ଯାଞ୍ଚ୍ କମିଟି ଗଠନ କରାଯାଇଥିଲା । ଏହି କମ୍ପାନିର ଯାଞ୍ଚ୍ ପରେ ଜଣାପଡ଼ିଥିଲା ଯେ ଲଡୁ ପ୍ରସ୍ତୁତ କରିବା ପାଇଁ ସପ୍ଲାଇ କରାଯାଉଥିବା ଘିଅ ୪ ଟି କମ୍ପାନି ଯୋଗାଉଥିଲେ ।
ସେବେ ଥିଲା ୨୬ / ୧୧ , ଏବେ ୧୦/୧୧ : ଅଶୁଭ ‘୧୧’ … ଧମାକା ହିଁ ଧମାକା
ଏହି କମ୍ପାନିଙ୍କ ଦ୍ବାରା ଦସ୍ତାବିଜରେ ଜାଲିଆତି କରାଯାଇଛି ଏବଂ ଟେଣ୍ଡର୍ ହାସଲ କରିବା ପାଇଁ ମୂଲ୍ୟରେ ମଧ୍ୟ ଏପଟସେପଟ କରାଯାଇଛି । ଯାଞ୍ଚରୁ ଜଣାପଡ଼ିଛି ଯେ ୬୦.୩୭ ଲକ୍ଷ କିଲୋ ଘିଅ ୨୪୦.୮ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଭୋଲେବାବା ଅର୍ଗାନିକ୍ ଡେୟରି ମିଲ୍କ ପ୍ରାଇଭେଟ୍ ଲିମିଟେଡ୍ ଏହି ଘିଅ ପ୍ରସ୍ତୁତ କରିଥିବା ଜଣାପଡ଼ିଥିଲା । ଯେଉଁଥିରେ ପାମ୍ ଅଏଲ୍ ଏବଂ କ୍ୟାମିକାଲର ବ୍ୟବହାର କରାଯାଇଥିଲା । କମ୍ପାନି ପ୍ରଥମେ ଘିଅ ତିଆରି କରୁଥିଲା ପରେ ଅନ୍ୟ ୩ କମ୍ପାନିକୁ ୧୩୩.୧୨ କୋଟି ଟଙ୍କାରେ ସପ୍ଲାଇ କରୁଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମହିସୂର ସ୍ଥିତ କମ୍ପାନି ସେଣ୍ଟ୍ରାଲ୍ ଫୁଡ୍ ଟେକ୍ନୋଲଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଘିଅରେ ଚର୍ବି ମିଶୁଥିବାର ବିଷୟ ପ୍ରଥମେ ସାମ୍ନାକୁ ଆଣିଥିଲା । ଏହାପରେ ମଧ୍ୟ ୨୦୨୪ ପର୍ଯ୍ୟନ୍ତ ଘିଅର ସପ୍ଲାଇ ଜାରି ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/12/tirupati-2025-11-12-18-41-50.jpg)