କନକ ବ୍ୟୁରୋ : ସେବେ ଥିଲା ୨୬ / ୧୧ , ଏବେ ୧୦/୧୧ । ସେଦିନ ଟାର୍ଗେଟରେ ଥିଲା ମୁମ୍ବାଇ ଏବେ ଟାର୍ଗେଟରେ ଦିଲ୍ଲୀ । ସେଦିନ ଆତଙ୍କୀଙ୍କ ହାତରେ ଥିଲା ଏକେ ୪୭ ଏଥର କାରରେ ଆରଡିଏକ୍ସ ।
ସେ ମୁମ୍ବାଇରେ ଆଖିବୁଜା ଗୁଳିଚାଳନା ହେଉ କି ଆମେରିକାରେ ଆତଙ୍କୀ ଆକ୍ରମଣ ଆଉ ଏବେ ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ … ସବୁଠି ୧୧ ଲିଙ୍କ୍ । ଏହି ୩ ଆତଙ୍କୀ ଆକ୍ରମଣରେ ଗୋଟିଏ ଜିନିଷ କମନ୍ ଥିଲା ଆଉ ସେ ହେଉଛି ନମ୍ବର ୧୧ । ସୁଦୂର ଆମେରିକାରେ ୨୦୦୧ ରେ ହୋଇଥିବା ଆତଙ୍କୀ ଆକ୍ରମଣ ପୂରା ଦେଶକୁ ଦୋହଲାଇ ଦେଇଥିଲା । ଏହି ଆକ୍ରମଣର ତାରିଖ ଥିଲା ୧୧ ସେପ୍ଟେମ୍ବର , ଯେଉଁଥିରେ ଚାଲିଯାଇଥିଲା ୩୦୦୦ ଲୋକଙ୍କ ଜୀବନ । ୧୧ ତାରିଖରେ ହୋଇଥିବା ଏହି ଆକ୍ରମଣକୁ ମନେ ପକାଇଲେ ଏବେ ବି ଭୟଭିତ ହେଉଛନ୍ତି ଆମେରିକାବାସୀ । ଅଲକାୟଦାର ଆତଙ୍କୀ ଆମେରିକାକୁ କିଛି ମିନିଟରେ ଶବର ଘର କରିଦେଇଥିଲେ , ଯାହାକୁ ୯/୧୧ ଆକ୍ରମଣ ବୋଲି ସାରା ବିଶ୍ବ ଜାଣେ । ଅଲକାୟଦାର ୧୯ ଜଣ ଆତଙ୍କବାଦୀ ୪ ଟି କମର୍ସିଆଲ୍ ବିମାନକୁ ହାଇଜ୍ୟାକ୍ କରିଥିଲେ । ଏହି ବିମାନକୁ ବିଭିନ୍ନ ସ୍ଥାନରେ କ୍ରାଶ୍ କରାଯାଇଥିଲା ଯେଉଁଥିରେ ୩ ହଜାର ଲୋକଙ୍କ ଜୀବନ ଚାଲିଯାଇଥିଲା ।
Delhi Blast : ଦିଲ୍ଲୀ ବିସ୍ଫୋରଣ ଘଟଣା : କୁଆଡେ ଗଲା ଲାଲ୍ EcoSport କାର୍
/filters:format(webp)/kanak/media/media_files/2025/11/12/10-11-2025-11-12-17-57-10.jpg)
Delhi Explosion : ଏହା ପୂର୍ବରୁ କେବେ କେବେ ଥରିଛି ଦିଲ୍ଲୀ ?
ଏହା ପରେ ପରେ ୨୦୦୮ ରେ ହୋଇଥିଲା ବଡ଼ ଧରଣର ଆତଙ୍କୀ ଆକ୍ରମଣ । କିନ୍ତୁ ଏଥର ତାରିଖକୁ ନୁହେଁ ମାସକୁ ଆଖି ଆଗରେ ରଖିଥିଲେ ଆତଙ୍କବାଦୀ । ମାୟାନଗରୀ ମୁମ୍ବାଇ ସହ ପୂରା ଭାରତ ଆଜି ବି ସେ କାଳରାତିକୁ ଭୁଲିପାରିନାହିଁ । ଅଚାନକ ଗୁଳିବର୍ଷାର ସେ ଶବ୍ଦ ଏବେ ବି ମୁମ୍ବାଇବାସୀଙ୍କ ମନରେ ଭୟ ଜାତ କରୁଛି । କ’ଣ ହୋଟେଲ୍,କ’ଣ ହସ୍ପିଟାଲ୍ , କ’ଣ ରେଲୱେ ଷ୍ଟେସନ୍ … ପାକିସ୍ତାନରୁ ଆସିଥିବା ଏହି ଆତଙ୍କବାଦୀ ଗୋଟିଏ ଜାଗାକୁ ବି ଛାଡ଼ିନଥିଲେ । ଏହି ଆକ୍ରମଣରେ ୧୬୦ ନିରୀହ ଜୀବନ ଚାଲିଯାଇଥିଲା । ହସଖୁସିରେ ହୋଟେଲ୍ ଭିତରେ ସମୟ ବିତାଉଥିବା ପରିବାର ହଠାତ୍ ଶବରେ ପରିଣତ ହୋଇଥିଲା । ପ୍ରଥମେ ତ କେହି ଏହି ଆକ୍ରମଣକୁ ଜାଣିପାରିନଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଏହା କେତେ ବଡ଼ ଆକ୍ରମଣ ଥିଲା ତାହା ଜଣାପଡ଼ିଥିଲା । ଏହି ଘଟଣାରେ ମୁମ୍ବାଇ ପୁଲିସର ଅନେକ କର୍ମଚାରୀ ମଧ୍ୟ ସହିଦ୍ ହୋଇଥିଲେ । ପ୍ରତିଶୋଧ ନେବା ପାଇଁ ରକ୍ତର ଚାଉଳ ଚୋବାଉଥିବା ସେହି ଆତଙ୍କୀଙ୍କୁ କାବୁ କରିବା ପାଇଁ ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହି ଘଟଣା ଭାରତ ଇତିହାସରେ ୨୬/୧୧ ଆକ୍ରମଣର ନାଁ ନେଲା ।
ଏତେ ବର୍ଷ ପରେ ଲାଗୁଥିଲା ଯେମିତି ୧୧ ର ଏହି ଆତଙ୍କ ଏଇଠି ଥମିଯାଇଛି । କିନ୍ତୁ ୧୦/୧୧ ସୋମବାର ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର 1 ନିକଟରେ ଯେଉଁ ବିସ୍ଫୋରଣ ଘଟିଲା ତାହାର ଭୟାବହତାକୁ ଦେଖିଲା ଦେଶ । କାରରେ ଥିବା ଆରଡିଏକ୍ସ ବିସ୍ଫୋରଣ ଯୋଗୁ ଚାଲିଯାଇଥିଲା ୧୨ ଜଣଙ୍କ ଜୀବନ ଆଉ ୨୫ ରୁ ଅଧିକ ହୋଇଥିଲେ ଆହତ । ବର୍ତ୍ତମାନ ଆହତଙ୍କ ଚିକିତ୍ସା ଲୋକନାୟକ ଜୟ ପ୍ରକାଶ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆତଙ୍କବାଦୀ ଆକ୍ରମଣ ପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ୧୪ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହୋଇଛି ଯେଉଁଠି ଦିଲ୍ଲୀରେ ଏତେ ବଡ଼ ବିସ୍ଫୋରଣ ହୋଇଛି । ତେବେ ୧୧ ର ଏହି ଆତଙ୍କର ଖେଳ ଆଉ କେତେ ଦିନ ଚାଲିବ ତାହା ସମୟ ହିଁ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/12/unlucky-11-2025-11-12-18-02-41.jpg)