କନକ ବ୍ୟୁରୋ : ପ୍ରକୃତି ଆଉ ରହସ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଭଳି । ପ୍ରକୃତିର ସବୁଠାରୁ ସୁନ୍ଦର ସୃଷ୍ଟି ହେଉଛି ନଦୀ । ପ୍ରାକୃତିକ ମନୋରମ ପରିବେଶ ଭିତରେ ନଦୀର ସୌନ୍ଦର୍ଯ୍ୟ ସୁନ୍ଦରତାକୁ ଆହୁରି ଦ୍ବିଗୁଣିତ କରିଥାଏ । ସମାଜ ପାଇଁ ନଦୀର ମାହାତ୍ମ୍ୟ ଅନେକ । କହିବାକୁ ଗଲେ ଆମ ଜୀବନ ଜୀବିକାର ଧାରା ହେଉଛି ଏହି ନଦୀ । ହେଲେ ଏମିତି କିଛି ବିଚିତ୍ର ଦୃଶ୍ୟ ଆମ ସାମ୍ନାକୁ ଆସିଛି ଏହି ନଦୀକୁ ନେଇ । ଯେଉଁଠାରେ ରାତିଦିନ ତମାମ ପାଣି ଗରମ ହୋଇ ରହିଥାଏ ଏବଂ ଫୁଟୁଥାଏ ।
/filters:format(webp)/kanak/media/media_files/2025/11/04/river-2025-11-04-13-06-15.jpg)
ଏହି ନଦୀକୁ ନେଇ ଅନେକ ରହସ୍ୟ ରହିଛି । କିନ୍ତୁ ଗରମ ପାଣିକୁ ନେଇ ଥିବା ରହସ୍ୟକୁ ଏପର୍ଯ୍ୟନ୍ତ କେହି ଭେଦି ପାରିନାହାନ୍ତି । ଏହି ନଦୀର ପାଣି ସବୁବେଳେ ଉତ୍ତପ୍ତ ରହିଥାଏ । ଯଦି ଭୁଲରେ ବି ପାଣିରେ କେହି ଆସିଯାଆନ୍ତି ତା’ହେଲେ ଅଘଟଣ ଘଟିବା ସୁନିଶ୍ଚିତ । ଏହି ଉତ୍ତପ୍ତ ନଦୀ ପେରୁରେ ପ୍ରବାହିତ ହେଉଛି । ଭୂ-ବିଜ୍ଞାନୀ ଆଣ୍ଡ୍ରେ ରୁଜୋ ଏହି ରହସ୍ୟମୟୀ ନଦୀର ଅନୁସନ୍ଧାନ କରିଥିଲେ । ଯାହାର ନାମ ‘ମୟନ୍ତୁୟାକୁ’ ରଖାଯାଇଥିଲା । ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ ଯଦି କେହି ବି ଭୁଲରେ ଏହି ନଦୀରେ ପାଣିକୁ ଯିବାପାଇଁ ଚେଷ୍ଟା କରନ୍ତି ସେମାନଙ୍କ ମୃତ୍ୟୁ ନିଶ୍ଚିତ । ମୟନ୍ତୁୟାକୁ ନଦୀର ଆବିଷ୍କାର ନେଇ ରହିଛି ଏକ ପୁରୁଣା କାହାଣୀ । । କାହାଣୀରେ ଏମିତି ଏକ ଉତ୍ତପ୍ତ ନଦୀ ନେଇ ବର୍ଣ୍ଣିତ ହୋଇଥିଲା । ଆଉ ବର୍ଣ୍ଣନା ଅନୁସାରେ ସେମିତି ନଦୀର ଆବିଷ୍କାର ମଧ୍ୟ ହୋଇଛି ।
ଅଧିକ ପଢ଼ନ୍ତୁ : ମଣିଷ ମାଂସ ଖାଏ ମୁଗ ଡାଲି ! IAS ଇଣ୍ଟରଭ୍ୟୁରେ ପଚରାଗଲା ପ୍ରଶ୍ନ ; କ’ଣ ରହିଛି ଏହା ପଛର ସତ୍ୟତା ?
ପୌରାଣିକ କାହାଣୀ ଅନୁସାରେ ଏହି ନଦୀର ଉପସ୍ଥିତି ରହିଛି । ଯାହାର ଜଳ ରହସ୍ୟମୟ ଭାବରେ ଫୁଟୁଥିଲା । ଆହୁରି ବିସ୍ମୟକର କଥା ହେଉଛି ନଦୀଟି ପ୍ରାୟ ୭ କିଲୋମିଟର ଲମ୍ବା ଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ୮୦ ଫୁଟ ଚଉଡ଼ା ହୋଇଯାଇଛି । ଏହା ସହିତ ଗୋଟିଏ ସ୍ଥାନରେ ଏହି ନଦୀର ଗଭୀରତା ୧୬ ଫୁଟ ପର୍ଯ୍ୟନ୍ତ ରହୁଛି । ରାତି ଦିନ ସବୁବେଳେ ଟକ ମକ ହୋଇ ଫୁଟୁଥିବାର ଏହାର ଜଳରାଶିକୁ ଯଦି କେହି ରୋଷେଇ କରିବାକୁ ଚାହିବେ ତା’ହେଲେ ମଧ୍ୟ ରୋଷେଇ କରି ପାରିବେ । ତା’ହେଲେ ଭାବନ୍ତୁ ନଦୀର ପାଣି କେତେ ଗରମ ହୋଇନଥିବ ।
/filters:format(webp)/kanak/media/media_files/2025/11/04/mayantuyacu-2025-11-04-13-07-05.jpg)
ତେବେ ମନରେ ବେଳେବେଳେ ପ୍ରଶ୍ନ ଉଠେ ବର୍ଷ ବର୍ଷ ଧରି ନଦୀର ପାଣି ଏମିତି ଉତ୍ତପ୍ତ କିଭଳି ? ନଦୀ ଚାରିପାଖରେ କୌଣସି ଆଗ୍ନେୟଗିରି ନାହିଁ । ଏହା ସହିତ ଆମାଜନର ଜଙ୍ଗଲ ମଧ୍ୟରେ ଲୁଣି ନଦୀ ଏବଂ ହଟ୍ ନଦୀ ନାମକ ଦୁଇଟି ନଦୀ ମୟନ୍ତୁୟାକୁ ନଦୀରେ ମିଶେ । ଏହି ନଦୀ ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ରହିଥାଏ । ହେଲେ ଦିନ ରାତି ଉତ୍ତପ୍ତ ଥିବା ନଦୀ ପାଣି ରହସ୍ୟ କାହାକୁ ଜଣାନାହିଁ । ଏହା ପଛରେ ରହସ୍ୟ କ’ଣ ସମାଧାନ ପାଇଁ ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି । ରୁଜୋ ‘ଆଡଭେନ୍ଚର ଆଣ୍ଡ ଡିସକଭରି ଇନ୍ ଦ ଆମାଜନ୍’ ନାମକ ଏକ ପୁସ୍ତକରେ ଏହି ନଦୀର ରହସ୍ୟ ବିଷୟରେ କିଛି ଉଲ୍ଲେଖ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/04/river-hot-2025-11-04-13-08-50.jpg)