କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ପରେ ଆତଙ୍କିତ ହୋଇ ପଡିଛନ୍ତି ଲୋକେ। ପ୍ରଶାସନ ପକ୍ଷରୁ ସତର୍କ କରାଯିବା ପରେ ଅଘଟଣକୁ ଏଡାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଚାଲି ଆସିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।
ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭୁସ୍ଖଳନ ହେବାର ଆଶଙ୍କା ରହିଛି । ଚିହ୍ନଟ କରାଯାଇଛି ଭୁସ୍ଖଳନ ପ୍ରବଣ ଅଂଚଳ । ଆଉ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯିବା ପରେ ଲୋକେ ଛାଡିଛନ୍ତି ଘର ଜୀବନ ବଂଚାଇବା ପାଇଁ ବାଧ୍ୟ ହୋଇ ଯାଇଛନ୍ତି ବାତ୍ୟା ଆଶ୍ରୟ ସ୍ଥଳକୁ ।
ପୂର୍ବ ଅନୁଭୂତିରୁ ଗଜପତି ଜିଲ୍ଳାର ପାହାଡିଆ ଅଂଚଳରେ ଥିବା ୧୩୯ଟି ଭୁସ୍ଖଳନ ପ୍ରବଣ ଅଂଚଳ ଚିହ୍ନଟ କରାଯାଇଛି। ସେହି ସବୁ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଉଦୟଗିରି, ମୋହନା, ନୂଆଗଡ଼, ରାୟଗଡ଼, କାଶୀନଗର, ଗୁମ୍ମା, ଗୋଷାଣୀ ବ୍ଲକରେ ପ୍ରାୟ ୫ ହଜାର ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି।
ଆହୁରି ପଢ଼ନ୍ତୁ... ଆବାସ ଯୋଜନା ସାତ ସପନ; ପାଲ ତଳେ ବିତୁଛି ଜୀବନ
ରେଡ୍ ଆଲର୍ଟରେ ଥିବା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ସମାନ ସ୍ଥିତି। ଏହି ସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ବିପଦପୂର୍ଣ୍ଣ ଓ ଦୁର୍ଗମ ଅଂଚଳରେ ଥିବା ଲୋକଙ୍କ ଚିନ୍ତା ବଢ଼ିଛି। ଇଛା ନଥିଲେ ବି ସରକାରୀ ଆଶ୍ରୟସ୍ଥଳୀକୁ ଯିବାକୁ ବାଧ୍ୟ ହୋଇଛନ୍ତି।
ପ୍ରବଳ ବର୍ଷା ଆସୁଥିବା ଚାଷୀ ଯନ୍ତ୍ରଣା ବଢ଼ି ଯାଇଛି। ପାଚିଲା, ଅଣପାଚିଲା ଧାନ କାଟି ନେଇଛନ୍ତି । ଅମଳ ଯୋଗୁଁ ହୋଇନଥିଲେ ବି କସି ପରିବାକୁ ତୋଳି ନେଇଛନ୍ତି । ତେବେ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/27/cyclone-rescue-2025-10-27-20-31-40.jpg)