କନକ ବ୍ୟୁରୋ : ଭୋଟ ପାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦରକାର ପଡିଲେ ନାଚିବେ ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖାଦେଇଛି । ବିରୋଧୀ ଦଳ ନେତାଙ୍କ ଏଭଳି ବୟାନ ଭାରତର କୋଟିକୋଟି ଭୋଟରଙ୍କ ପ୍ରତି ଅବମାନା ବୋଲି ବିଜେପି ମତ ଦେଇଛି ।

Advertisment

ପାଖାପାଖି ୫୮ ଦିନ ବ୍ୟବଧାନ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାରରେ ନିର୍ବାଚନୀ ରାଲି କରିଛନ୍ତି । ଆଉ ସ୍ବାଭାବିକ ଭାବେ ରାହୁଲ ତାଙ୍କ ଚିରାଚରିତ ଷ୍ଟାଇଲରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିବାକୁ ପଛାଇନାହାଁନ୍ତି । ଭୋଟ ପାଇବାକୁ ପ୍ରଧାନମନ୍ତ୍ରୀ ସବୁ କିଛି କରିପାରିବେ,ଏପରିକି ଦରକାର ପଡିଲେ ଭୋଟରଙ୍କ କଥାରେ ନାଚିବେ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିଛନ୍ତି ରାହୁଲ ।

ବିହାର ରାଜନୀତିର ଜାତି ଗଣତି ; ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବ କି MY ଫର୍ମୁଲା?

ରାହୁଲଙ୍କ ଏଭଳି ମନ୍ତବ୍ୟର ପାଲଟା ଜବାବ ଦେବାବକୁ ଅନାଇ ବସିଥିଲା ବିଜପି । ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ ଗୁଣ୍ଡା ଭାବେ ଚିତ୍ରଣ କରି ତାଙ୍କ ମନ୍ତବ୍ୟ ଭାରତୀୟ ଭୋଟରଙ୍କ ପ୍ରତି ଅପମାନ ବୋଲି ବିଜେପି ଅବିହିତ କରିଛି ।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହାଗଠବନ୍ଧନର ଘୋଷଣା ପତ୍ର, ମଦ ବନ୍ଦ ଆଇନକୁ ନେଇ ବଡ଼ ଘୋଷଣା

ନିର୍ବାଚନ ବେଳେ ରାଜନୈତିକ ଦଳମାନଙ୍କ ଏଭଳି ବୟାନ କିଛି ନୂଆ କଥା ନୁହେଁ । ଏହାଠାରୁ ଅଧିକ ବିବାଦୀୟ ବୟାନ ଦେବାକୁ ରାଜନେତାମାନେ ପଛାଇ ନାହାଁନ୍ତି । ଭୋଟ ଗ୍ରହଣ ତାରିଖ ପାଖଉଥିବାବେଳେ ଏଭଳି ବୟାନବାଜି ଅଧିକ ଶୁଣିବାକୁ ମିଳିବ । ମାତ୍ର ରାହୁଲଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟ  ଧିମାଇଥବାବେଳେ କଂଗ୍ରେସ କର୍ମୀମାନଙ୍କ  ଏହା ମନୋବଳ ଫେରାଇବାକୁ ସାହାଯ୍ୟ  କରିପାରେ ।    

କଲ୍ ସେଣ୍ଟରରୁ ଆରମ୍ଭ, ଏବେ ବିହାର ରାଜନୀତିରେ ନୂଆ ମୁହଁ

ସେପଟେ ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟ ନିଜର ପ୍ରଚାର କାର୍ଯ୍ୟକ୍ରମକୁ  ଜୋରଦାର କରିଛି  । ଆଜି ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ