କନକ ବ୍ୟୁରୋ : ଚେତନା ଝାମ୍, ଯାହାଙ୍କ ନାମ ଏବେ ସାରା ବିହାରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚର୍ଚ୍ଚିତ ସିନେମା ବେଗୁନାହ ର ପ୍ରଯୋଜକ ଚେତନା ଏବେ ବିହାରର ସମସ୍ତିପୁର ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ଏହି ଯାତ୍ରା ଅଚାନକ ନୁହେଁ ବରଂ ୬ ମାସ ପୂର୍ବରୁ ସେ ସମସ୍ତିପୁରରେ ଜନସମ୍ପର୍କ ଯାତ୍ରା ଚଳାଇଛନ୍ତି । ପ୍ରଥମେ ସେ ଜନସ୍ୱରାଜ ପାର୍ଟିରେ ଯୋଗଦେଇଥିଲେ । ମାତ୍ର ପାର୍ଟି ତାଙ୍କୁ ଟିକେଟ୍ ନଦେବାରୁ ସେ ନିର୍ଦ୍ଦଳୀୟ ଭାବେ ପ୍ରାର୍ଥୀ ହୋଇଛନ୍ତି । 

Advertisment

ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠ ମୁତାବକ ଚେତନାଙ୍କ ପାଖରେ ମୋଟ ୩ କୋଟି ଟଙ୍କାର ସମ୍ପତ୍ତି ଓ ୧ ଲକ୍ଷ ଟଙ୍କା ନଗଦ ଟଙ୍କା ରହିଛି । ଏତେ ଟଙ୍କାର ମାଲିକାଣୀ ହୋଇଥିଲେ ବି ତାଙ୍କ ଜୀବନଶୈଳୀ ବେଶ୍ ସାଧାରଣ । ସେ କେବେ ବି ତାଙ୍କ ସଫଳତାକୁ ନେଇ ଗର୍ବ କରନ୍ତି ନାହିଁ, ବରଂ ସମାଜ ସେବା ଓ ଲୋକଙ୍କୁ ସଚେତନ କରାଇବା କାମରେ ଲାଗିଥାନ୍ତି । 

ବିହାର ନିର୍ବାଚନ: ୬ ଜିଲ୍ଲାରେ ନାହାନ୍ତି ବିଜେପି ପ୍ରାର୍ଥୀ

ସମସ୍ତିପୁରର ଝିଅ ଚେତନା ତାଙ୍କ କ୍ୟାରିୟର ଦିଲ୍ଲୀର ଏକ କଲ ସେଣ୍ଟରରୁ ଆରମ୍ଭ କରିଥିଲେ । ମାସିକ ୩ ହଜାର ଟଙ୍କା ଦରମାରେ ଚେତନା କଲ ସେଣ୍ଟରରେ କାମ କରୁଥିଲେ । ପାଠ ପଢ଼ା ଓ ଚାକିରି ଏକା ସାଂଗରେ କରୁଥିବା ଚେତନା ଏୟାର ହୋଷ୍ଟେସ ପାଠ୍ୟକ୍ରମ ସମାପ୍ତ କରିଥିଲେ । ହେଲେ ଅଚାନକ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ସୁଯୋଗ ମିଳିଥିଲା । ଏହିଠାରୁ ତାଙ୍କ ଜୀବନର ରାସ୍ତା ବଦଳିବା ଆରମ୍ଭ କରିଥିଲା । ସେ ଭୋଜପୁରୀ ସିନେମାର ଚର୍ଚ୍ଚିତ ଅଭିନେତା ରିତେଶ ପାଣ୍ଡେଙ୍କ ସିନେମା ବେଗୁନାହରେ ପ୍ରଯୋଜକ ହୋଇଯାଇଥିଲେ । ଏବେ ଏବେ ସେ ସମସ୍ତିପୁରରେ ଅନମୋଲ ଘଡ଼ି ନାମକ ଏକ ସିନେମା କରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ । ତାଙ୍କର ଏହି ଯାତ୍ରା ସେହି ଯୁବସମାଜକୁ ପ୍ରେରିତ କରିବ ଯେଉଁମାନେ ଛୋଟ ସହରରେ ରହି ବଡ଼ ବଡ଼ ସ୍ୱପ୍ନ ଦେଖୁଛନ୍ତି । 

ବିହାରରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପରେ ପ୍ରଚାର ଆରମ୍ଭ , ଶାହଙ୍କ ମନ୍ତ୍ରଣା ପରେ ଏନଡିଏ ଉତ୍ସାହିତ

ସମସ୍ତିପୁରରେ ଚେତନାଙ୍କ ପରିବାର ଏକ ମଧ୍ୟବର୍ଗିୟ ପରିବାର । ତାଙ୍କ ବାପା ଜଣେ କପଡ଼ା ବ୍ୟବସାୟୀ ଓ ମା ଗୃହିଣୀ । ଚେତନାଙ୍କ ପାଇଁ ସବୁଠାରୁ ଆଗରେ ନିଜ ଅଞ୍ଚଳର ବିକାଶ । ମହିଳା ଓ ଯୁବକମାନଙ୍କ ଭିତରେ ଏବେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଉଛି । ଚେତନା କେବଳ ଜଣେ ପ୍ରାର୍ଥୀ ନୁହନ୍ତି ବରଂ ପରିବର୍ତ୍ତନର ଏକ ଆଶା ।