କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନେ ଲୋକଙ୍କୁ ପ୍ରତିଶ୍ରୁତିର ହିମାଳୟ ଉପରେ ଠିଆ କରାଉଛନ୍ତି । ଏହି କ୍ରମରେ ଆଜି ମହାଗଠବନ୍ଧନ ତରଫରୁ ପ୍ରତିଶ୍ରୁତି ପତ୍ର ପ୍ରକାଶ ପାଇଛି । ଘୋଷଣାପତ୍ରରେ ବିହାରରେ ମଦ ବନ୍ଦ ଆଇନକୁ ନେଇ ବଡ଼ ଘୋଷଣା କରାଯାଇଛି । କୁହାଯାଇଛି କି, ମହାଗଠବନ୍ଧନର ସରକାର ଆସିଲେ ବିହାରର ମଦ ବନ୍ଦ ଆଇନ ଉପରେ ପୁଣିଥରେ ସମୀକ୍ଷା କରାଯାଇ ସୁସଂଗତ ନୀତି ଲାଗୁ କରାଯିବ । ଏହାସହ ଚୋରା ମଦ କାରବାର ଅଭିଯୋଗରେ ଜେଲରେ ଥିବା ଦଳିତ ଓ ଅନ୍ୟ ଗରିବ ଲୋକଙ୍କ ତକ୍ରାଳ ବାହାର କରାଯିବ । ତାଡ଼ି ଓ ମହୁଆ ଭଳି ପାରମ୍ପରିକ ରୋଜଗାର ଉପରେ ମଦ ବନ୍ଦ ଆଇନ ଲାଗୁ ହେବ ନାହିଁ ।
ଘୋଷଣାପତ୍ର ଜାରି ହେବା ପରେ ମହାଗଠବନ୍ଧନର ନେତା ତଥା ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଏହା ଇଣ୍ଡିଆ ମେଣ୍ଟର ସଂକଳ୍ପପତ୍ର, ପ୍ରତିଟି ସଂକଳ୍ପ ହୃଦୟରୁ ନିଆଯାଇଥିବା ଏକ ପ୍ରଣ । ଆମେ ସରକାରକୁ ଆସିଲେ ପ୍ରତିଟି ପ୍ରତିଶ୍ରୁତି ପୂରଣ କରିବାକୁ ଜୀବନ ବାଜିରେ ଲଗାଇଦେବୁ । ଜଣେ ବିହାରୀ ଯେତେବେଳେ ପ୍ରତିଶ୍ରୁତି ଦିଏ, ସେତେବେଳେ ତାକୁ ପୂରଣ କରିବାକୁ ପୂରା ଦମ୍ ଲଗାଇଦିଏ ।
ଘୋଷଣାପତ୍ରରେ ରହିଛି କ'ଣ ?
- ପ୍ରତି ପରିବାରକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
- ଗରିବ ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
- ତ୍ରୁଟିପୂର୍ଣ୍ଣ ସ୍ମାର୍ଟ ମିଟର ସମସ୍ୟାର ସମାଧାନ
- ଯୁବା ସାହାନୀ ପୁରସ୍କାର ଆରମ୍ଭ
- ନିଶା ନିୟନ୍ତ୍ରଣ ପାଇଁ କଠୋର ଆଇନ
- ୱାକଫ୍ ସଂଶୋଧନ ବିଧେୟକ ଉପରେ ପ୍ରତିବନ୍ଧକ
- ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ରୋକିବାକୁ କଠୋର ଆଇନ ପ୍ରଣୟନ
- ଦିବ୍ୟାଙ୍ଗଙ୍କୁ ମାସିକ ୩ ହଜାର ଟଙ୍କାର ଭତ୍ତା
- ବିଧବା ଓ ବୟସ୍କଙ୍କୁ ମାସିକ ୧୫ ଶହ ଟଙ୍କା ଭତ୍ତା
- ଗାଁରେ ରହୁଥିବା ଭୂମିହୀନମାନଙ୍କୁ ମାଗଣାରେ ୫ ଡେସିମିଲ ଜମି
- ସହରରେ ରହୁଥିବା ଭୂମିହୀନମାନଙ୍କୁ ମାଗଣାରେ ୩ ଡେସିମିଲ ଜମି
- ମନରେଗାରେ ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି
- ପୁରୁଣା ପେନସନ ଯୋଜନା ପୁଣି ଲାଗୁ
- ୨୦୦୦ ଏକର ଜମିରେ ଏଜୁକେଶନାଲ ସିଟି
- ସବୁ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ଚାକିରି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/28/49-2025-10-28-19-39-00.jpg)