କନକ ବ୍ୟୁରୋ: ବିହାରରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପୂର୍ବରୁ ଲାଲୁ ନନ୍ଦନ ତେଜସ୍ୱୀ ଯାଦବଙ୍କ ମାଇ-ବାପ୍ ଫର୍ମୁଲା (MY-BAAP) ବେଶ ଚର୍ଚ୍ଚାରେ ଥିଲା । ହେଲେ ସିଟ୍ ଭାଗବଣ୍ଟା ପରେ କିନ୍ତୁ ଏହି ଫର୍ମୁଲା ଏବେ ମାଇ (MY) ଫର୍ମୁଲାକୁ ବଦଳିଯାଇଥିବା କୁହାଯାଉଛି । ରାଜନୀତିକୁ ଭଲ ଭାବେ ବୁଝୁଥିବା ଲୋକ ଜାଣିଥିବେ ଯେ, ବିହାର ଏବଂ ଉତ୍ତର ପ୍ରଦେଶ ରାଜନୀତି ପରସ୍ପର ଭିତରେ କେତେ ପରିପୂରକ । ଏହି ଦୁଇ ରାଜ୍ୟରେ ଜାତିକୁ ନେଇ ଅନେକ ସମୟରେ ରାଜନୀତି ସରଗରମ ହୁଏ । ଆଉ ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ପିଡିଏ (PDA) ଫର୍ମୁଲା ସଫଳ ହେବା ପରେ, ଏବେ ତେଜସ୍ୱୀ ମାଇ (MY) ଫର୍ମୁଲାକୁ ନେଇ ବିହାରରେ ସରକାର ଗଠନ କରିବାକୁ ଅଙ୍କ କଷୁଛନ୍ତି ।

Advertisment

MY-BAAP ଫର୍ମୁଲା କଣ?

ଆପଣ ଭାବୁଥିବେ ଏ MY-BAAP ଫର୍ମୁଲା କଣ? ଆଉ ଅଖିଳେଶ ଯାଦବଙ୍କ ପିଡିଏ (PDA) ଫର୍ମୁଲା କଣ? ଆପଣଙ୍କୁ କହିରଖୁଛୁ ଯେ, ୨୦୨୪ ମସିହା ଲୋକସଭା ନିର୍ବାଚନରେ ଅଖିଳେଶ ଯାଦବ ପିଡିଏ ଅର୍ଥାତ ପଛୁଆ, ଦଳିତ ଏବଂ ଅଳ୍ପସଂଖ୍ୟକଙ୍କୁ ଫୋକସ୍ କରି ବେଶ ସଫଳତା ପାଇଥିଲେ । ଯାହାକି ସେତେବେଳେ ସପା-କଂଗ୍ରେସ ମେଣ୍ଟକୁ ସଫଳତା ଦେଇଥିଲା । ଆଉ ଠିକ୍ ସେହି ଢଙ୍ଗରେ ତେଜସ୍ୱୀ ଯାଦବ ଏବେ MY ଅର୍ଥାତ ମୁସଲିମ୍- ଯାଦବଙ୍କୁ ଫୋକସ୍ କରି ବିହାରରେ ସରକାର ଗଠନ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି ।

ହସ୍ପିଟାଲ ନା ହୋଟେଲ : ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ରହୁଛନ୍ତି ନିର୍ବାଚନ ପାଇଁ ମୁତୟନ ୧୫୦ରୁ ଅଧିକ ସୁରକ୍ଷାକର୍ମୀ

ବିହାର ରାଜନୀତିକୁ ପାଖରୁ ଜାଣିଥିବା ଲୋକଙ୍କ କହିବା ଅନୁସାରେ ପୂର୍ବରୁ ତେଜସ୍ୱୀ ଯେଉଁ ମାଇ-ବାପ୍ ଫର୍ମୁଲାକୁ ନେଇ ଆଗକୁ ବଢ଼ିବାକୁ ପ୍ଲାନ୍ କରିଥିଲେ, ସମୟ ସହିତ ସେହି ଫର୍ମୁଲା କେବଳ MY ଫର୍ମୁଲାରେ ରହିଯାଇଛି । ବର୍ତ୍ତମାନ ତେଜସ୍ୱୀଙ୍କ ପୂରା ନଜର କେବଳ ମୁସଲିମ୍ ଏବଂ ଯାଦବ ଭୋଟ୍ ବ୍ୟାଙ୍କ୍ ଉପରେ ରହିଛି । ଯାହାକି ତାଙ୍କୁ ବଡ଼ ସଫଳତା ଦେଇପାରେ ବୋଲି କୁହାଯାଉଛି । ତଥ୍ୟ ଅନୁସାରେ ବିହାରରେ ୧୭ରୁ ୧୮ ପ୍ରତିଶତ ହେଉଛନ୍ତି ମୁସଲିମ୍ ଭୋଟର ଏବଂ ଯାଦବ ଭୋଟରଙ୍କ ସଂଖ୍ୟା ହେଉଛି ୧୪ ପ୍ରତିଶତ । ଯାହାକୁ ମିଶାଇଲେ ପାଖାପାଖି ୩୦ରୁ ୩୫ ଭୋଟରଙ୍କ ଉପରେ ଏବେ ନଜର ରଖିଛନ୍ତି ତେଜସ୍ୱୀ ଯାଦବ । କାହିଁକି ନା ଏହା ପୂର୍ବରୁ ସିଟ୍ ଭାଗବଣ୍ଟା ବେଳେ ତେଜସ୍ୱୀ ଯାଦବ ୫୧ ଜଣ ଯାଦବ ଏବଂ ୧୮ ଜଣ ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇ ବଡ଼ ଗେମ୍ ଖେଳିଛନ୍ତି । ଯାହାକି ନିର୍ବାଚନରେ ତାଙ୍କୁ ବେଶ୍ ଫାଇଦା ଦେବ ବୋଲି ଚର୍ଚ୍ଚା ହେଉଛି ।

ୟୁପିରେ ଅଖିଳେଶଙ୍କୁ ମିଳିଥିଲା ସଫଳତା

୨୦୨୪ ଲୋକସଭା ନିର୍ବାଚନରେ ୟୁପିରେ ପିଡିଏ ଫର୍ମୁଲାକୁ ଆପଣାଇଥିଲେ ଅଖିଳେଶ ଯାଦବ । ପଛୁଆ (୫୧%), ଦଳିତ (୧୬%), ଅଳ୍ପସଂଖ୍ୟକ (୧୭%)ଙ୍କୁ ହାତ କରି ସେ ନିର୍ବାଚନରେ ସଫଳତା ପାଇଥିଲେ । ଏମିତି କି ଟିକେଟ୍ ଭାଗବଣ୍ଟା ବେଳେ ମଧ୍ୟ ଏହି ଫର୍ମୁଲାକୁ ଆପଣାଇଥିଲେ ଅଖିଳେଶ ଯାଦବ । ଆଉ ଠିକ୍ ସେହି ଢଙ୍ଗରେ ଏବେ ତେଜସ୍ୱୀ ଯାଦବ ମାଇ (ଗଣ) ଫର୍ମୁଲା ଆପଣାଇବା ସହିତ ଟିକେଟ୍ ଭାଗବଣ୍ଟାରେ ମଧ୍ୟ ଏହି ଫର୍ମୁଲାକୁ ଆପ୍ଲାଏ କରିଛନ୍ତି । ଯାହାକି ନିର୍ବାଚନରେ ସଫଳତା ଦେଉଛି କି ନାହିଁ ତା ଉପରେ ସମସ୍ତଙ୍କର ନଜର ।

ସ୍ଥଳଭାଗ ଛୁଇଁଲା ଶକ୍ତିଶାଳୀ ମହାବାତ୍ୟା ମେଲିସା : ଜାମାଇକାରେ ଲ୍ୟାଣ୍ଡଫଲ୍ କରି ରଚିଲା ତାଣ୍ଡବ

ଯାଦବ-ମୁସଲିମଙ୍କୁ ଅଧା ଟିକେଟ୍

ତେଜସ୍ୱୀ ଯାଦବ ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡିର ୧୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଯାହା ଭିତରୁ ୫୧ ଜଣ ହେଲେ ଯାଦବ ଏବଂ ୧୮ ଜଣ ହେଲେ ମୁସଲିମ୍ । ତେଣୁ ଦେଖିବାକୁ ଗଲେ ଆରଜେଡିର ଅଧା ଅଧି ପ୍ରାର୍ଥୀ କେବଳ ଏହି ଦୁଇ ସମ୍ପ୍ରଦାୟରୁ ଆସୁଛନ୍ତି । କିଛି ଜାଗାରେ ଆରଜେଡ଼ିର କୁର୍ମୀ, କୁଶବାହା ଆଉ ଧାନୁକ ସମ୍ପ୍ରଦାୟର ନେତା ଭୋଟରେ ଶକ୍ତିଶାଳୀ ଥିଲେ ବି ସେହି ଜାଗାରେ ଜାଣିଶୁଣି ଯାଦବ ନେତାଙ୍କୁ ପ୍ରାର୍ଥୀ କରାଯାଇଛି । ଯାହାକି ନିର୍ବାଚନରେ ତେଜସ୍ୱୀଙ୍କ ପାଇଁ ବୁମେରାଂ ହୋଇପାରେ । ତେଣୁ ଦେଖିବାକୁ ବାକି ରହିଲା ଏବେ ଅଖିଳେଶଙ୍କ ପରେ ତେଜସ୍ୱୀଙ୍କ ଏହି ନିର୍ବାଚନୀ ଫର୍ମୁଲା କେତେ ସଫଳ ହେଉଛି?