କନକ ବ୍ୟୁରୋ: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତା ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛନ୍ତି । ଦୁଇ ବିଶ୍ବ ନେତା ୱାନ ଟୁ ୱାନ ଆଲୋଚନା କରିବା ପରେ ଚିନ୍ତାରେ ପାକିସ୍ତାନ-ବାଂଲାଦେଶ ଓ ଚୀନ । କାରଣ ଆମେରିକା ଭାରତ ମଧ୍ୟରେ ଲଗାତାର ସମ୍ପର୍କ ମଜବୁତ ହେବାରେ ଲାଗିଛି । ତେଣୁ ଟ୍ରମ୍ପ ସେମାନଙ୍କ ଉପରେ କି ନିର୍ଦ୍ଦେଶନାମା ଜାରି କରୁଛନ୍ତି ସେନେଇ ଏବେଠୁ ଛାତିରେ ପଶିଲାଣି ଛନକା । ଗୁରୁତ୍ବପୂର୍ଣ୍ଣ କଥା ହେଲା ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦୀଙ୍କୁ ଫୋନ୍‌ କରି କଥା ହୋଇଥିଲେ ଟ୍ରମ୍ପ । ଖାଲି କଥା ହୋଇଥିଲେ ତାହା ନୁହେଁ ବରଂ ଆମେରିକା ଯିବାକୁ ନିମନ୍ତ୍ରଣ ଦେଇଥିଲେ । ମୋଦୀ ବି କଥା ରଖି ଟ୍ରମ୍ପ ଶପଥ ନେବାର ମାତ୍ର ୩ ସପ୍ତାହ ମଧ୍ୟରେ ଆମେରିକା ଗସ୍ତରେ ଯାଇଛନ୍ତି । ତେଣୁ ଦୁଇ ନେତା ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଚିନ୍ତାରେ ପଡ଼ୋଶୀ । 

Advertisment

ମୋଦୀ-ଟ୍ରମ୍ପ ସାକ୍ଷାତକାର
ଚିନ୍ତାରେ ଚୀନ, ବାଂଲାଦେଶ ଓ ପାକିସ୍ତାନ
ପ୍ରତିରକ୍ଷାଠୁ ଆତଙ୍କବାଦ
ବେପାର ବାଣିଜ୍ୟ…ଅନେକ ପ୍ରସଙ୍ଗରେ ଚାଲିଛି ଆଲୋଚନା

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆମେରିକା ଗସ୍ତରେ ମୋଦୀ ଥିବା ବେଳେ ଟ୍ରମ୍ପଙ୍କ ସହ ବେପାର, ବାଣିଜ୍ୟ, ପ୍ରତିରକ୍ଷା, ଆତଙ୍କବାଦ, ଚୀନର ଦାଦାଗିରି, ଋଷିଆ-ୟୁକ୍ରେନ୍‌ ଯୁଦ୍ଧ ସହ ଏଚୱାନ-ବି ଭିସା ସମ୍ପର୍କରେ ଆଲୋଚନା ହେଉଛି । ଯେଉଁଥି ଲାଗି ଏହି ଦ୍ବିପାକ୍ଷିକ ବୈଠକ ଉପରେ ପୁରା ବିଶ୍ବର ନଜର ରହିଛି । କୁହାଯାଉଛି ଉଭୟ ରାଷ୍ଟ୍ର ଅନେକ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇପାରନ୍ତି । ପୂର୍ବରୁ ଚୀନ ଓ ପାକିସ୍ତାନ ଉପରେ ଆଲୋଚନା ହୋଇଛି ହେଲେ ଏଥର ବାଂଲାଦେଶ ବି ମୁଦ୍ଦାରେ ରହିଛି । 
କୁହାଯାଉଥିଲା କି, ୬ ମାସ ହେଲାଣି ଉଭୟ ରାଷ୍ଟ୍ର ୟୁକ୍ରେନ୍‌ ଓ ଋଷିଆ ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ଭିତ୍ତିରେ ଆଲୋଚନା ଚାଲିଥିଲା । ଆଲୋଚନା ପରେ ଆମେରିକା ଯୁଦ୍ଧ ସମ୍ପର୍କରେ ଋଷିଆ ସହ ଆଲୋଚନା କରିଛି । ଖାଲି ଆଲୋଚନା କରିଛି ତାହା ନୁହେଁ ବରଂ କେମିତି ଯୁଦ୍ଧ ବନ୍ଦ ହେବ ସେନେଇ ଆମେରିକା ଚେଷ୍ଟା ବି କରୁଛି । ସେପଟେ ବର୍ତ୍ତମାନ ସ୍ଥିତିରେ ଚୀନ ଭାରତ ସହ ପଙ୍ଗା ନେବାକୁ ଚାହୁଁନି ହେଲେ ଚୀନ ଯେଉଁପରି ଭାବରେ ଆଗ୍ରେସିଭ୍ ହେଉଛି ତାହାକୁ କମାଇବାକୁ ଚାହୁଁଛି ଭାରତ । ମିଳିଥିବା ସୂଚନା ଅନୁସାରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ଅନେକ କ୍ଷେତ୍ରରେ ମିଶିକି କାମ କରୁଛନ୍ତି । କେବଳ ଏହି ଦେଶ ଗୁଡ଼ିକ ନୁହେଁ ବରଂ ଅନେକ ଛୋଟ ଛୋଟ ଦେଶ ମଧ୍ୟ ମିଶିକି କାମ କରୁଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପାକିସ୍ତାନ ସହ ଆମେରିକା କୌଣସି କଥାବାର୍ତ୍ତା ହେବାକୁ ଚାହୁଁନି । ଏମିତିକି ସେ ଦେଶ ଆମେରିକାର ରାଡାର୍‌ରେ ବି ନାହିଁ ବୋଲି କୁହାଯାଉଛି । ତେଣୁ ପାକିସ୍ତାନ ଯେଉଁ ଆଶା ରଖିଛି ଆମେରିକା ଉପରେ ଆର୍ଥିକ ସହାୟତା ଲାଗି ତାହା ମଧ୍ୟ ମିଳିବ ନାହିଁ । 

ଏପଟେ, ବାଂଲାଦେଶର ଦଳ ଆମେରିକାରେ ଅନେକ ପ୍ରଚାର କରିଛି । ତେଣୁ ବାଂଲାଦେଶ ଉପରେ କିଛି ଆକ୍ସନ ହେଲେ ସରକାର ଚାପରେ ଆସିବ । ଯାହା ଆମେରିକା ଚାହୁଁନି । ହେଲେ ବାଂଲାଦେଶକୁ ଭାରତ ଅନେକାଂଶରେ ସାହାଯ୍ୟ କରୁଛି । ତେଣୁ ବିବାଦ ବେଶୀ ଦିନ ରହିବ ନାହିଁ ବୋଲି କୁହାଯାଉଛି । ମୋଟ୍‌ ଉପରେ ମୋଦୀ-ଟ୍ରମ୍ପଙ୍କ ଆଲୋଚନା ପରେ ଜଣାପଡ଼ିବ ଦୁଇ ବିଶ୍ବ ନେତା କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।