କନକବ୍ୟୁରୋ : ଭୟ ନକରି ସତର୍କ ରୁହନ୍ତୁ ।  ଆମେ ଏକାଠି ବାତ୍ୟାର ମୁକାବିଲା କରିବା । ବାତ୍ୟା 'ମୋନ୍ଥା'ର ଲ୍ୟାଣ୍ଡଫଲ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମନୋବଳ ବଢ଼ାଇଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ  । ବାତ୍ୟା 'ମୋନ୍ଥା'ର ପ୍ରଭାବରେ ଏବେ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟାରେ ବାତ୍ୟାର ଲ୍ୟାଣ୍ଡଫଲ୍ ଥିବା ବେ‌ଳେ ଏନେଇ ଓଡ଼ିଶା ସରକାର ସତର୍କ ରହିଛନ୍ତି  ।  ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା କରାଯାଉଛି। ଏମଧ୍ୟରେ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି  ।

Advertisment

ଭୟ କରନ୍ତୁ ନାହିଁ: ନବୀନ ପଟ୍ଟନାୟକ

ଭିଡିଓରେ ସେ କହିଛନ୍ତି ଯେ, ପ୍ରିୟ ଭାଇ ଓ ଭଉଣୀମାନେ  ସମସ୍ତଙ୍କୁ ନମସ୍କାର  ।   ଆପଣ ଜାଣନ୍ତି ବାତ୍ୟା 'ମୋନ୍ଥା' ଆସୁଛି ।  ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ। ତେଣୁ ଭୟ କରନ୍ତୁ ନାହିଁ। ସତର୍କ ରୁହନ୍ତୁ। ପ୍ରଶାସନକୁ ପୁରା ସହଯୋଗ କରନ୍ତୁ  ।   ଆମର ଦଳର ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ  ଯେ , ସେମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ। ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ  ।  ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ  ବିପର୍ଯ୍ୟୟର  ମୁକାବିଲା କରି ଆସୁଛେ। ଏଥର ମଧ୍ୟ ଏକାଠି ହୋଇ  ବାତ୍ୟାର ମୁକାବିଲା କରିବା । ଧନ୍ୟବାଦ । ବନ୍ଦେ ଉତ୍କଳ ଜନନୀ  ।

 ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାତ୍ୟା ସମୀକ୍ଷା କରିଛନ୍ତି 

ଅଧିକ ପଢନ୍ତୁ ... 

ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଅଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,  ଏସଆରସି ଦେଓ ରଞ୍ଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୁଲିସ ଡିଜି ଯୋଗେଶ  ବାହାଦୂର ଖୁରାନିଆ ଉପସ୍ଥିତ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ, କୃଷି, ସ୍ୱାସ୍ଥ୍ୟ, ଶକ୍ତି, ପଞ୍ଚାୟତିରାଜ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଭିସି ମାଧ୍ୟମରେ ଯୋଡ଼ି ହୋଇଛନ୍ତି  । 

ମୁଖ୍ୟମନ୍ତ୍ରୀଙ୍କ ‘ମୋନ୍ଥା’ ସମୀକ୍ଷା : ସନ୍ଧ୍ୟାରେ କାକିନାଡ଼ାରେ ସ୍ଥଳଭାଗ ଛୁଇଁବ ବାତ୍ୟା

ଅଧିକ ପଢନ୍ତୁ...... 

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ଏହାର ପ୍ରଭାବ ରହିବ । ଯେଉଁ କାରଣରୁ ବର୍ଷା ଆରମ୍ଭ ହୋଇଯାଇଛି ।  ବାତ୍ୟାରେ ପ୍ରଭାବିତ ହେବା ଜିଲ୍ଲା ମଧ୍ୟରେ ରହିଛି ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ,କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ । ପ୍ରଥମ ଓ ଦ୍ବିତୀୟ ଦିନରେ ୫ ଜିଲ୍ଲା ପ୍ରଭାବିତ ହେବା ନେଇ ସୂଚନା ଆସୁଛି  ।  ଏନେଇ ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ ରହିବ । ଯେଉଁଥିପାଇଁ ୨ ହଜାର ୪୮ ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ; ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ କରାଯିବ ବିଦ୍ୟୁତ୍ ସଂଯୋଗ

ଅଧିକ ପଢନ୍ତୁ...... 

୩୦ ହଜାର ୫୫୪ ଜଣଙ୍କୁ ନେବା ପାଇଁ ଚିହ୍ନଟ କରାଯାଇଛି । ୧ ହଜାର ୮୭୧ ଜଣ ଗର୍ଭବତୀ ହୋଇଛନ୍ତି ସ୍ଥାନାନ୍ତର । ଆଗକୁ ୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯିବ । ୨ ହଜାର ୬୯୩ ଗର୍ଭବତୀ ହେବେ ସ୍ଥାନାନ୍ତର ।  ବିଦ୍ୟୁତ ଓ ପାଣି ପାଇଁ ୩୯ ଟି ଓଡ୍ରାଫ, ୧୨୩ ଟି ଅଗ୍ନିଶମ, ୫ ଟି NDRF ମୁତୟନ । ପର୍ଯ୍ୟଟକଙ୍କୁ ଗୋପାଳପୁର, ମହେନ୍ଦ୍ରଗିରି,ଦେଓମାଳୀକୁ ନ ଯିବା ପାଇଁ ସୂଚନା ଦିଆଯାଇଛି । 

୩୦ ଯାଏଁ ବନ୍ଦ ଥିବା ବେଳେ ଆବଶ୍ୟକ ହେଲେ ଛୁଟି ବଢ଼ାଇବାକୁ ସରକାରଙ୍କ ଯୋଜନା ରହିଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞତା ଥିବା ଡାକ୍ତର ନିୟୋଜିତ ହୋଇଛନ୍ତି । ପମ୍ପ ସେଟ୍, ଜେନେରେଟ୍, ରନ୍ଧା ଖାଦ୍ୟ, ଗୋରୁ ଗାଈଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଛି ।  ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି କାହାର ଅନୁମତି ନେବାକୁ ପଡ଼ିବ ନାହିଁ ।  ଏବେ ବି ଚାଲିଛି ସ୍ଥାନାନ୍ତରିତ କାର୍ଯ୍ୟ  ।