କନକ ବ୍ୟୁରୋ : ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ସୂଚନା , ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗକୁ ଗୁରୁତ୍ୱ । ଶକ୍ତି ବିଭାଗ ପକ୍ଷରୁ ଚାଲିଛ ବଡ଼ ପ୍ରସ୍ତୁତି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ସରିଛି । ବାତ୍ୟା ପ୍ରଭାବିତ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର, ଇଲେକ୍ଟ୍ରି ଖୁଣ୍ଟ ମହଜୁଦ କରି ରଖାଯାଇଛି । ବର୍ତ୍ତମାନ ଅମଳ ସମୟ ଥିବାରୁ ବର୍ଷା ହେଲେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ସେଥିପାଇଁ ବାତ୍ୟା ପରେ ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦାନା ସମୟରେ ୭ ଦିନ ଭିତରେ କ୍ଷତିପୂରଣ ଦିଆଯାଇଥିଲା । ଏବେ ମଧ୍ୟ ସେହି ତତ୍ପରତା କାର୍ଯ୍ୟକାରୀ କରାଯିବ ।
ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ସୂଚନା , ବାତ୍ୟା ଟଳିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗକୁ ଗୁରୁତ୍ୱ । ଶକ୍ତି ବିଭାଗ ପକ୍ଷରୁ ଚାଲିଛି ବଡ଼ ପ୍ରସ୍ତୁତି ।#BigBreaking#CycloneMontha#CycloneUpdate#Montha#Odisha#KanakNewspic.twitter.com/jPGXhAMBdO
— Kanak News (@kanak_news) October 28, 2025
ବାତ୍ୟା 'ମୋନ୍ଥା' ସମୟରେ ବିଦ୍ୟୁତ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଶକ୍ତି ବିଭାଗ ପ୍ରସ୍ତୁତ । ବାତ୍ୟା 'ମୋନ୍ଥା' ଉପରେ ନଜର ରଖି, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା ପାଇଁ ବିଭିନ୍ନ ସରକାରୀ ବିଭାଗର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ବୈଠକରେ ଉନ୍ନୟନ କମିଶନର, ଏସିଏସ୍ ତଥା-ସ୍ୱତନ୍ତ୍ର ରିଲିଫ୍ କମିଶନର, ଶକ୍ତି ବିଭାଗ ପ୍ରମୁଖ ସଚିବ ଏବଂ ଅନ୍ୟ ବିଭାଗର ସଚିବମାନେ ଯୋଗ ଦେଇଥିଲେ । ଶକ୍ତି ବିଭାଗ ତାର ପ୍ରସ୍ତୁତି ଏବଂ ବିଦ୍ୟୁତ୍ ଭିତ୍ତିଭୂମି ଉପରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ କମ କରିବା ଏବଂ ରାଜ୍ୟ ସାରା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପସ୍ଥାପନ କରିଥିଲା । ପ୍ରଭାବିତ ଗ୍ରାହକମାନଙ୍କୁ ପୁନରୁଦ୍ଧାର ଅଗ୍ରଗତି ବିଷୟରେ ସୂଚନା ଦେବା ପାଇଁ କଲ୍ ସେଣ୍ଟର ସହିତ ସମନ୍ୱୟକୁ ମଧ୍ୟ ସୁଦୃଢ଼ କରାଯାଇଛି । ଗ୍ରାହକମାନେ ୨୪ ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୧୨ ମାଧ୍ୟମରେ ବିଦ୍ୟୁତ୍ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ବିଷୟରେ ରିପୋର୍ଟ କରିପାରିବେ ।
ଅଧିକ ପଢ଼ନ୍ତୁ--ମୋନ୍ଥା ପ୍ରଭାବରେ ରାତିରେ ପବନର ବେଗ ବଢ଼ିବ, IMD DGଙ୍କ ସୂଚନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/28/k-v-sing-deo-2025-10-28-13-34-02.jpg)