କନକ ବ୍ୟୁରୋ : ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଅଛନ୍ତି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଏସଆରସି ଦେଓ ରଞ୍ଜନ କୁମାର ସିଂ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଉପସ୍ଥିତ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ, କୃଷି, ସ୍ୱାସ୍ଥ୍ୟ, ଶକ୍ତି, ପଞ୍ଚାୟତିରାଜ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଭିସି ମାଧ୍ୟମରେ ଯୋଡ଼ି ହୋଇଛନ୍ତି ।

Advertisment

ଗୁମୁରି କାନ୍ଦୁଛି ଗଜପତି : ତିତଲି ଭଳି ହେବନି ତ ମୋନ୍ଥା ? ଗଜପତି ଛାତିରେ ‘ମୋନ୍ଥା’ ଛନକା

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା । ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ଏହାର ପ୍ରଭାବ ରହିବ । ଯେଉଁ କାରଣରୁ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାରେ ପ୍ରଭାବିତ ହେବା ଜିଲ୍ଲା ମଧ୍ୟରେ ରହିଛି ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ,କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ । ପ୍ରଥମ ଓ ଦ୍ବିତୀୟ ଦିନରେ ୫ ଜିଲ୍ଲା ପ୍ରଭାବିତ ହେବା ନେଇ ସୂଚନା ଆସୁଛି । ଏନେଇ ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ ରହିବ । ଯେଉଁଥିପାଇଁ ୨ ହଜାର ୪୮ ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୩୦ ହଜାର ୫୫୪ ଜଣଙ୍କୁ ନେବା ପାଇଁ ଚିହ୍ନଟ କରାଯାଇଛି । ୧ ହଜାର ୮୭୧ ଜଣ ଗର୍ଭବତୀ ହୋଇଛନ୍ତି ସ୍ଥାନାନ୍ତର । ଆଗକୁ ୮୨୨ ଜଣଙ୍କୁ ସ୍ଥାନାନ୍ତର କରାଯିବ । ୨ ହଜାର ୬୯୩ ଗର୍ଭବତୀ ହେବେ ସ୍ଥାନାନ୍ତର । ବିଦ୍ୟୁତ ଓ ପାଣି ପାଇଁ ୩୯ ଟି ଓଡ୍ରାଫ, ୧୨୩ ଟି ଅଗ୍ନିଶମ, ୫ ଟି NDRF ମୁତୟନ । ପର୍ଯ୍ୟଟକଙ୍କୁ ଗୋପାଳପୁର, ମହେନ୍ଦ୍ରଗିରି,ଦେଓମାଳୀକୁ ନ ଯିବା ପାଇଁ ସୂଚନା ଦିଆଯାଇଛି । ୩୦ ଯାଏଁ ବନ୍ଦ ଥିବା ବେଳେ ଆବଶ୍ୟକ ହେଲେ ଛୁଟି ବଢ଼ାଇବାକୁ ସରକାରଙ୍କ ଯୋଜନା ରହିଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞତା ଥିବା ଡାକ୍ତର ନିୟୋଜିତ ହୋଇଛନ୍ତି । ପମ୍ପ ସେଟ୍, ଜେନେରେଟ୍, ରନ୍ଧା ଖାଦ୍ୟ, ଗୋରୁ ଗାଈଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି କାହାର ଅନୁମତି ନେବାକୁ ପଡ଼ିବ ନାହିଁ । ଏବେ ବି ଚାଲିଛି ସ୍ଥାନାନ୍ତରିତ କାର୍ଯ୍ୟ । 

ମୋନ୍ଥା ପ୍ରଭାବରେ ରାତିରେ ପବନର ବେଗ ବଢ଼ିବ, IMD DGଙ୍କ ସୂଚନା

ସେହିପରି ବାତ୍ୟା ମୋନ୍ଥାର ପ୍ରଭାବରେ ତତ୍ପର ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବାତ୍ୟା ସମୟରେ ଅଧିକ ସମ୍ବେଦନଶୀଳ ଥିବା ଗର୍ଭବତୀ ଓ ବୃଦ୍ଧଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୦୩ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ମା’ ଗୃହ ଓ ୧୩୮ ଜଣ ଗର୍ଭବତୀଙ୍କୁ ସ୍ଥାନୀୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଛି । ସେଠାରେ ମଧ୍ୟ ୧୦ଟି ଅଗ୍ନିଶମ ଟିମ୍‌ ଓ ୧ଟି ଓଡ୍ରାଫ ଟିମ୍‌ ସଜାଗ ଅଛନ୍ତି ।