ଦିନକୁ ଦିନ ଅଭିନେତା ଭିକ୍କି କୌଶଲଙ୍କ ସିନେମା ଚୟନ କରିବାର ଧାରା ପରିବର୍ତ୍ତନ ହେଉଛି । ପୂର୍ବରୁ କମେଡି, ପାରିବାରିକ ଚରିତ୍ରରେ ନଜର ଆସୁଥିବା ଅଭିନେତା ବର୍ତ୍ତମାନ ଗମ୍ଭୀର ଚରିତ୍ର ଚୟନ କରୁଛନ୍ତି । ତାଙ୍କ ଅଭିନୀତ ପୂର୍ବ ସିନେମା ‘ଛାୱା’ ଦର୍ଶକଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିଥିଲା । ଏହି ସିନେମା ବକ୍ସ ଅଫିସରେ ଧମାଲ୍ ମଚାଇ ୮୦୦ କୋଟି ଟଙ୍କା ଆୟ କରିଥିଲା । ବର୍ତ୍ତମାନ ଅଭିନେତା ଭିକ୍କି କୌଶଲ୍ ସଞ୍ଜୟ ଲୀଲା ଭନ୍ସାଲିଙ୍କ ସହ ମିଶି ଗୋଟିଏ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏହି ସିନେମାର ନାଁ LOVE AND WAR ବୋଲି କୁହାଯାଉଥିବା ବେଳେ ଏହି ରଣବୀର କପୁର୍ ଏବଂ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ । ଅନ୍ୟ ଏକ ସିନେମା ଭଗବାନ ପର୍ଶୁରାମଙ୍କ ଜୀବନୀ ନେଇ ପ୍ରସ୍ତୁତ ହେଉଛି । ଯାହାର ସୁଟିଂ କାମ ଏଯାଏଁ ଆରମ୍ଭ ହୋଇନଥିବା ଖବର ଆସୁଛି । ଆଉ ଏହାରି ଭିତରେ ଅଲମ୍ପିଆନ୍ ଶରତ୍ କମଲ୍ ଇଚ୍ଛା ପ୍ରକଟ କରିଛନ୍ତି ଯେ ଅଭିନେତା ଭିକ୍କି କୌଶଲ୍ ତାଙ୍କ ବାୟୋପିକରେ ଅଭିନୟ କରନ୍ତୁ ।
/kanak/media/media_files/2025/04/27/ttvkNk6dQTh8XxM4DIdD.jpg)
ଅଲମ୍ପିଆନ୍ ତଥା ଭାରତୀୟ ଟେବଲ୍ ଟେନିସ୍ ଚ୍ୟାମ୍ପିୟନ୍ ଶରତ୍ କମଲ୍ ଫ୍ରି' ପ୍ରେସ୍ ଜର୍ଣ୍ଣାଲ୍ ସହ ଏନେଇ ଆଲୋଚନା କରିଛନ୍ତି । ଏହି ପ୍ରେସ୍ ଜର୍ଣ୍ଣାଲରେ ତାଙ୍କୁ ପଚରାଯାଇଥିଲା ଯେ ଯଦି ତାଙ୍କୁ ନେଇ ବାୟୋପିକ୍ ପ୍ରସ୍ତୁତ ହୁଏ ତେବେ ସେ କେଉଁ ଅଭିନେତାଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହାଁନ୍ତି ଏବଂ ଏହି କଥାରେ ସେ ଭିକ୍କି କୌଶଲଙ୍କ ନାଁ କହିଥିଲେ । ଶରତ୍ କମଲ୍ ସାକ୍ଷାତକାରରେ କହିଥିଲେ ଯେ ସିନେମା ନିର୍ମାଣ ପୂର୍ବରୁ ସେ ନିଜ ଜୀବନ ଉପରେ ଏକ ପୁସ୍ତକ ଲେଖିବାକୁ ଚାହାଁନ୍ତି । କାରଣ ପୁସ୍ତକ କ୍ଲାରିଟି ଆଣିଥାଏ ଏବଂ କ୍ଲାରିଟି ଆସିଲେ ସିନେମା ପ୍ରସ୍ତୁତ କରିବାରେ ଅସୁବିଧା ହୁଏ ନାହିଁ । ଯଦି ପୁସ୍ତକ ସମ୍ପୂର୍ଣ୍ଣ ହୋଇଗଲା, ସିନେମା ବି ପ୍ରସ୍ତୁତ ହୋଇଯିବ । ଶରତଙ୍କୁ ଅଭିନେତା ଭିକ୍କିଙ୍କ ଅଭିନୟ ବହୁତ ପସନ୍ଦ । ଖାସ୍ କରି ବାୟୋପିକ୍; ଯେମିତିକି ସର୍ଦ୍ଦାର ଉଦ୍ଧମ, ଶାମ୍ ବାହାଦୂର ଏବଂ ଛାୱା ।