କନକ ବ୍ୟୁରୋ :ସେ ହସ ଆଉ ସେ ଆଖି , ସାରା ଦୁନିଆକୁ ଦିୱାନା ବନାଇଦେଲା । ଗୋଟେ ବିଜ୍ଞାପନ ଆଉ ତା ପରେ ଆକ୍ଟିଙ୍ଗ କ୍ୟାରିଅରର ମାଇଲେଜ୍ । ୧୯୯୪ରେ ମିସ୍ ୱାର୍ଲ୍ଡ ହୋଇ ଭାରତ ପାଇଁ ଗୌରବ ଆଣିଲେ । କିନ୍ତୁ ଏ ସଫଳତା ଯାଏଁ ପହଁଚିବା ଏତେ ସହଜ ନଥିଲା । ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ସହ ତୁଳନା , ଫ୍ଲପ୍ ଫିଲ୍ମ, ଓ ଷ୍ଟାରଡମ୍ ହରାଇବାର ଭୟ ଏସବୁ ସହି ଆଗକୁ ବଢ଼ିଛନ୍ତି ଐଶ୍ବର୍ଯ୍ୟା

Advertisment

ତଥାପି ହାର ମାନିନଥିଲେ ଐଶ୍ବର୍ଯ୍ୟା ତାଙ୍କର କଠିନ ପରିଶ୍ରମ ନିଖୁଣ ଅଭିନୟ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲା । ତାଙ୍କୁ ୱାର୍ଲ୍ଡ ଆଇକନ୍ ବନାଇଦେଲା । କିନ୍ତୁ ଏସବୁ ପରେ ବି ଐଶ୍ବର୍ଯ୍ୟାଙ୍କ ସୌନ୍ଦର୍ଯ୍ୟ ଖାସ କରି ତାଙ୍କ ଦୁଇ ଆଖି ତାଙ୍କୁ ସମସ୍ତଙ୍କର ପ୍ରିୟ କରିଥିଲା । ନିକଟରେ ଜଣେ ଆଡ୍ ମେକର କହିଥିଲେ ଯେ ଯେବେ ଅମୀରଙ୍କ ସହ ପ୍ରଥମ ବିଜ୍ଞାପନ କରିବାକୁ ଐଶ୍ବର୍ଯ୍ୟା ପହଞ୍ଚାଇଥିଲେ, ତାଙ୍କ ଆଖି ତାଙ୍କୁ ବେଶି ଅ୍ରାକୃଷ୍ଟ କରିଥିଲା  । କାରଣ ତାଙ୍କ ଆଖିର ରଙ୍ଗ କାଳେ ତାଙ୍କ ମୁଡ୍ ଅନୁସାରେ ବଦଳୁଥିଲା  ।   

ଆଜି ଐଶ୍ବର୍ଯ୍ୟାଙ୍କ ୫୨ ତମ ଜନ୍ମଦିନ । ଏହି ଅବସରରେ ଆସନ୍ତୁ ଜାଣିବା ଐଶ୍ବର୍ଯ୍ୟାଙ୍କ ଜୀବନର କିଛି ଖାସ୍ କଥା…ପିଲାଟି ଦିନରୁ ଖୁବ୍ ଆକ୍ଟିଭ ଥିଲେ ଐଶ୍ । ବାପା କୃଷ୍ଣରାଜ ରାୟ ଜଣେ ମେରାଇନ୍ ଇଞ୍ଜିନିୟର ଓ ମା ବୃଷା ରାୟ ଜଣେ ଲେଖିକା । ମୁମ୍ବାଇରେ କଲେଜ୍ ପଢ଼ା ଶେଷ କରିବା ପରେ ମଡେଲିଂରେ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା । ୯ମ ଶ୍ରେଣୀରେ ପଢ଼ୁଥିବାବେଳେ କାମେଲିନ୍ ବିଜ୍ଞାପନ ସହ ମଡେଲିଂ ଆରମ୍ଭ କରିଥିଲେ । ୧୯୯୩ରେ ପେପ୍ସି ବିଜ୍ଞାପନରେ ତାଙ୍କର ‘ହାଏ ମୁଁ ତାନ୍ୟା’ ଲାଇନଟି ସବୁଠୁ ଲୋକପ୍ରିୟ ହୋଇଥିଲା । ଏହାପରେ ତାଙ୍କୁ ଫିଲ୍ମ ମିଳିଥିଲା । ଆଉ ପରେ ପରେ ମିସ୍ ଇଣ୍ଡିଆ ପାଇଁ ଫିଲ୍ମରୁ କିଛି ବର୍ଷ ଦୂରେଇଯାଇଥିଲେ । ଏହି ସମୟରେ ତାଙ୍କୁ ‘ରାଜା ହିନ୍ଦୁସ୍ତାନୀ’ ଫିଲ୍ମ ପାଇଁ ଅଫର୍ ମିଳିଥିଲେ ବି ମିସ୍ ଇଣ୍ଡିଆ ପାଇଁ ସେ ଏହି ମୁଭିକୁ ରିଜେକ୍ଟ କରିଥିଲେ । ଏହି ସମୟରେ ୪ଟି ଫିଲ୍ମକୁ ସେ ମନାକରିଦେଇଥିଲେ । ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ପାଇଥିଲେ । ଅବଶ୍ୟ ଏହି ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ ବିଜ୍ଞାପନ ଗୁରୁ ପ୍ରହଲ୍ଲାଦ ଗୁରୁ । 

ଅଧିକ ପଢ଼ନ୍ତୁ--କୁନି ଝିଅର ଗୋଟେ କଲ୍ … ପ୍ରଶାସନକୁ ଦୋହଲାଇଦେଲା

ମିସ୍ ଇଣ୍ଡିଆରେ ଐଶ୍ ସୁସ୍ମିତା ସେନଙ୍କଠାରୁ ହାରିବା ପରେ ମିସ୍  ୱାର୍ଲ୍ଡ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ । ୧୯୯୪ ନଭେମ୍ବର ୧୯ ତାରିଖରେ ଐଶ୍ବର୍ଯ୍ୟା ପିନ୍ଧିଥିଲେ ବିଶ୍ବ ସୁନ୍ଦରୀ ମୁକୁଟ । ସେହି ବର୍ଷ ସୁସ୍ମିତା ସେନ୍ ମଧ୍ୟ ମିସ୍ ୟୁନିଭର୍ସ ଟାଇଟଲ ଜିତି ଭାରତର ପ୍ରଥମ ମିସ୍ ୟୁନିଭର୍ସ ହୋଇଥିଲେ । ମିସ୍ ୱାର୍ଲ୍ଡ ପରେ, ସେ ୧୯୯୭ ମସିହାରେ ମଣିରତ୍ନମଙ୍କ "ଇରୁଭର" ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ଏବଂ ସେହି ବର୍ଷ "ଔର ପ୍ୟାର ହୋ ଗୟା" ଚଳଚ୍ଚିତ୍ର ସହିତ ବଲିଉଡରେ ପ୍ରବେଶ କରିଥିଲେ । ଯଦିଓ ତାଙ୍କର  ଏହି ଫିଲ୍ମ ଗୁଡ଼ିକ ଫ୍ଲପ୍ ହୋଇଥିଲା କିନ୍ତୁ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା ମିଳିଥିଲା । 

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା "ହମ୍ ଦିଲ୍ ଦେ ଚୁକେ ସନମ୍" ଚଳଚ୍ଚିତ୍ର ଐଶ୍ୱର୍ଯ୍ୟାକୁ ବଲିଉଡ୍ ସୁପରଷ୍ଟାର କରିଥିଲା । ନନ୍ଦିନୀ ଭୂମିକାରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା । ଏହି ଚଳଚ୍ଚିତ୍ରଟି ଐଶ୍ୱର୍ଯ୍ୟାଙ୍କ କ୍ୟାରିଅରରେ ଏକ ମୋଡ଼ ଦେଇଥିଲା  । ଅପଶ୍ୟ ଏହି ଫିଲ୍ମ ପାଇଁ ସଂଜୟ ଲିଲା ବନସାଲି ମାଧୁରୀ ଓ ମନୀଷା କୋଇରାଲାଙ୍କୁ ଅଫର୍ ଦେଇଥିବାବେଳେ କୌଣସି କାରଣ ପାଇଁ ଦୁହେଁ ଏହି ଫିଲ୍ମ ପାଇଁ ମନା କରେିଥିଲେ ତେଣୁ ଭାଗ୍ୟ ବଶତଃ ଏହା ଐଶଙ୍କୁ ମିଳିଥିଲା, ଯାହା ତାଙ୍କୁ ନେମ୍ ଆଣ୍ଡ୍ ଫେମ୍ ଦେଇଥିଲା । ପରେ ପରେ ସେ "ତାଲ୍" ଏବଂ "ହମାରେ ଦିଲ୍ ଆପକେ ପାସ୍ ହେ" ଭଳି ଚଳଚ୍ଚିତ୍ର ସହିତ ବଲିଉଡରେ ନିଜର ଅସ୍ତିତ୍ବକୁ ଦୃଢ଼ କରିଥିଲେ । 

୨୦୦୨ ମସିହାରେ, ଐଶ୍ୱର୍ଯ୍ୟା ସଞ୍ଜୟ ଲୀଲା ବଂଶାଲିଙ୍କ "ଦେବଦାସ" ରେ ପାରୋ ଭୂମିକାରେ ଅଭିନୟ କରିଥିଲେ ଏବଂ ଭାରତୀୟ ସିନେମାର ଏକ କ୍ଲାସିକ୍ ହୋଇଯାଇଥିଲେ । ସେଠାରୁ ତାଙ୍କର ଅନ୍ତର୍ଜାତୀୟ ମଞ୍ଚକୁ ଯାତ୍ରା ଆରମ୍ଭ ହୋଇଥିଲା । ଐଶ୍ୱର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଥିଲେ । ଏଭଳି ୫୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ଐଶ୍। କିନ୍ତୁ ଝିଅ ଆରାଧ୍ୟା ପାଇଁ ଫିଲ୍ମଠାରୁ ଦୂରେଇ ଗଲେ ଐଶ୍ବର୍ଯ୍ୟା। ହାତରେ ଫିଲ୍ମ ନଥାଇ ବି ତାଙ୍କ ପାଖରେ ଅପରିଯ୍ୟାପ୍ତ ସମ୍ପତ୍ତି ।