ଡେଟିଂ ନା ଗୁଜବ ? ମୁହଁ ଖୋଲିଲେ ଅଭିନେତ୍ରୀ ମାହିରା ଶର୍ମା ଏବଂ କ୍ରିକେଟର୍ ମହମ୍ମଦ ସିରାଜ୍

ନିକଟରେ ‘ବିଗ୍ ବସ୍ ୧୩’ ଫେମ୍ ତଥା ପଞ୍ଜାବୀ ଅଭିନେତ୍ରୀ ମାହିରା ଶର୍ମାଙ୍କ ନାଁ କ୍ରିକେଟର୍ ମହମ୍ମଦ ସିରାଜଙ୍କ ସହ ଯୋଡ଼ା ଗଲା । ଅନେକ ଦିନ ଧରି ମାହିରା ଏବଂ ସିରାଜଙ୍କ ମଧ୍ୟରେ ଡେଟିଂକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ଉଭୟ ଏଥିରେ ବିରାମ ଲଗାଇଛନ୍ତି । 

ଅଦ୍ୟତନ ହୋଇଛି
mohammed siraj

mohammed siraj Photograph: (google)

ବଲିଉଡ୍ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସଂପର୍କ,ଡେଟିଂର କଥା କିଛି ନୂଆ ନୁହେଁ । ପୂର୍ବରୁ ଦୀପିକା ପାଦୁକୋନ୍, ବିପାଶା ବାସୁ, ଶିଳ୍ପା ସେଟ୍ଟୀଙ୍କ ଭଳି ଅଭିନେତ୍ରୀଙ୍କ ନାଁ କ୍ରିକେଟରଙ୍କ ସହ ଯୋଡ଼ି ଥିବା ବେଳେ ଅନେକ ଅଭିନେତ୍ରୀ କ୍ରିକେଟରଙ୍କୁ ହିଁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି । ଯେମିତିକି ବିରାଟ୍-ଅନୁଷ୍କା,ଯୁବରାଜ-ହେଜେଲ୍,ୟୁଜବେନ୍ଦ୍ର-ଧନଶ୍ରୀ,ହରଭଜନ୍-ଗୀତା ଆଦି ଅନେକ । ତେବେ ଏହାରି ଭିତରେ ଏବେ ଆଉ ଜଣେ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ଡେଟିଂ ଚାଲିଥିବାର ଖବର ସାମ୍ନାକୁ ଆସୁଛି । ନିକଟରେ ‘ବିଗ୍ ବସ୍ ୧୩’ ଫେମ୍ ତଥା ପଞ୍ଜାବୀ ଅଭିନେତ୍ରୀ ମାହିରା ଶର୍ମାଙ୍କ ନାଁ କ୍ରିକେଟର୍ ମହମ୍ମଦ ସିରାଜଙ୍କ ସହ ଯୋଡ଼ା ଗଲା । ଅନେକ ଦିନ ଧରି ମାହିରା ଏବଂ ସିରାଜଙ୍କ ମଧ୍ୟରେ ଡେଟିଂକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବର୍ତ୍ତମାନ ଉଭୟ ଏଥିରେ ବିରାମ ଲଗାଇଛନ୍ତି । 

siraj
siraj Photograph: (google)

ଦୁହେଁ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏହି ଖବରକୁ ସିଧାସଳଖ ଗୁଜବ ବୋଲି କହିଛନ୍ତି । ମାହିରା ଏଭଳି ଗୁଜବଠାରୁ ଦୂରେଇ ରହିବା ସହ ଅଯଥା ପ୍ରସାର, ପ୍ରଚାର ନ କରିବା ପାଇଁ ଗଣମାଧ୍ୟମକୁ କହିଛନ୍ତି । ସେ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଲେଖିଛନ୍ତି,‘ଗୁଜବ ସୃଷ୍ଟି କରିବା ବନ୍ଦ କରନ୍ତୁ, ମୁଁ କାହାକୁ ବି ଡେଟ୍ କରୁନାହିଁ ।’ ଆପଣଙ୍କୁ କହିରଖୁଛୁ କି ଗୁରୁବାର ମାହିରା ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରିୟ ଆଇପିଏଲ୍ ଖେଳାଳିଙ୍କ ବିଷୟରେ ପ୍ରଶ୍ନ କରିବା ସହ ସିରାଜଙ୍କୁ ନେଇ ମଜା ଉଡ଼ାଇଥିଲେ । ଏହାଛଡ଼ା ପାପାରାଜି ଚଳିତ ଆଇପିଏଲରେ ମାହିରା କାହାକୁ ସପୋର୍ଟ କରିବେ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଏହି ପ୍ରଶ୍ନରେ ମାହିରା କିଛି ଉତ୍ତର ନଦେଇ ହସି ସେଠାରୁ ଚାଲିଯାଇଥିଲେ ଯାହା ପରେ ମାହିରା ଏବଂ ସିରାଜଙ୍କ ମଧ୍ୟରେ ଡେଟିଂକୁ ନେଇ ପ୍ରଚାର ଆରମ୍ଭ ହେଲା । 

message
message Photograph: (google)

କେବଳ ମାହିରା ନୁହେଁ ଭାରତୀୟ କ୍ରିକେଟର୍ ମହମ୍ମଦ ସିରାଜ୍ ମଧ୍ୟ ଏହି ଖବରକୁ ଖଣ୍ଡନ କରିଛନ୍ତି । କ୍ରିକେଟର୍ ପାପାରାଜିକୁ ଅନୁରୋଧ କରି ସେ କହିଛନ୍ତି,‘ମୁଁ ପାପାରାଜିକୁ ଅନୁରୋଧ କରୁଛି ମତେ ଅଯଥା ପ୍ରଶ୍ନ କରିବା ବନ୍ଦ କରନ୍ତୁ । ଏହି ଖବରର କୌଣସି ସତ୍ୟତା ନାହିଁ,ଆଶା କରୁଛି ଏସବୁ ଖୁବଶୀଘ୍ର ବନ୍ଦ ହେବ । ସୋସିଆଲ୍ ମିଡିଆ ଷ୍ଟୋରୀରେ ଏହି ପୋଷ୍ଟ୍ କରିବାର କିଛି ସମୟ ପରେ ସିରାଜ୍ ପୋଷ୍ଟ୍ ଡିଲିଟ୍ କରିଥିଲେ । 

ParasChhabra
ParasChhabra Photograph: (google)

ଉଭୟ ମାହିରା ଏବଂ ସିରାଜ୍ ସୋସିଆଲ୍ ମିଡିଆରେ ଦୁହିଁଙ୍କୁ ଫଲୋ କରନ୍ତି ନାହିଁ କିନ୍ତୁ ୨୦୨୪ ରେ ଦୁହେଁ ଡେଟିଂ କରୁଥିବାର ଖବର ସାମ୍ନାକୁ ଆସିଥିଲା । ମାହିରାଙ୍କ ଫଟୋରେ ସିରାଜ୍ ଲାଇକ୍ କରିଥିବା ଦେଖି ୟୁଜର୍ ଦୁହିଁଙ୍କୁ ଏକାଠି ଥିବାର ଭାବିନେଇଥିଲେ । ମାହିରା ଶର୍ମା ବିଗ୍ ବସ୍ ୧୩ ପ୍ରତିଯୋଗୀ ପାରସ୍ ଛାବଡ଼ାଙ୍କ ସହ ବହୁଦିନରୁ ରିଲେସନସିପରେ ରହିଆସିଥିଲେ ମଧ୍ୟ ଏହି ସଂପର୍କରେ କେବେ ମୁହଁ ଖୋଲିନଥିଲେ । ତେବେ ଉକ୍ତ ଶୋ’ର ଅନ୍ୟ ପ୍ରତିଯୋଗୀ ଦୁହିଁଙ୍କ ମଧ୍ୟରେ ପ୍ରେମ ଏବଂ ପରେ ବ୍ରେକଅପ୍ ହୋଇଥିବା କଥା ଅନେକ ସାକ୍ଷାତକାରରେ କହିଛନ୍ତି । 

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe