ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୫ ର ଶୁଭାରମ୍ଭ ଆଜି ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖ ଦିନ ହେବାକୁ ଯାଉଛି । ଆଇପିଏଲର ଏ ହେଉଛି ୧୮ ତମ ସିଜନ୍ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି । ଏହି ମ୍ୟାଚ୍ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ (KKR) ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (RCB) ମଧ୍ୟରେ ହେବାକୁ ଯାଉଛି । କେକେଆରର ହୋମ୍ ଗ୍ରାଉଣ୍ଡ୍ ଇଡେନ୍ ଗାର୍ଡେନ୍ସର ମୈଦାନରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି କୋଲକାତାର ପାଗ । ଷ୍ଟାଡିୟମ୍ ରେଡି , ଦର୍ଶକ ରେଡି , ଖେଳାଳି ମଧ୍ୟ ସୁପର୍ ରେଡି ହେଲେ ପାଗ ପାଇଁ ସମସ୍ତଙ୍କ ଟେନସନ୍ ବଢିଯାଇଛି । ଆଇପିଏଲ୍ ୨୦୨୫ ର ପ୍ରଥମ ମ୍ୟାଚରୁ ହିଁ କୋଲକାତାର ପାଗ ମେଘାଚ୍ଛନ୍ନ ହୋଇରହିଛି ।
/kanak/media/media_files/2025/03/22/yUQLxOJH1DLJ2oZnjcJS.jpg)
ପାଣିପାଗ ବିଭାଗ ପକ୍ଷରୁ କୋଲକାତାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଭଳି ସ୍ଥିତିରେ ଓପନିଙ୍ଗ୍ ମ୍ୟାଚରେ ହିଁ ବର୍ଷା ହେବାର ପ୍ରବଳ ସମ୍ଭାବନା ରହିଛି । ଯଦି ସିଟି ଅଫ୍ ଜଏରେ ଇନ୍ଦ୍ରଦେବଙ୍କ କୃପା ବର୍ଷା ହୁଏ ତା’ହେଲେ ମ୍ୟାଚର ମଜା ଫିକା ପଡ଼ିବାଟା ଥୟ । ଯଦି ଏମିତି ସ୍ଥିତିରେ ବର୍ଷା ଯୋଗୁଁ କେକେଆର୍ ଏବଂ ଆରସିବି ମ୍ୟାଚ୍ ଅଧାରୁ ଅଟକିଲା ତେବେ ଆଇପିଏଲରେ ଏନେଇ କ’ଣ କ’ଣ ନିୟମ ରହିଛି ଆସନ୍ତୁ ଜାଣିବା । କ୍ରିକେଟପ୍ରେମୀ କେବେ ବି ଚାହିଁବେନି ଯେ ଆଜିର ମ୍ୟାଚ୍ ଅଧାରୁ ରଦ୍ଦ ହେଉ କିନ୍ତୁ ଯଦି ବର୍ଷା କାରଣରୁ ମ୍ୟାଚ୍ ଅଧାରୁ ଅଟକିଲା ତେବେ ଏହାର ରେଜଲ୍ଟ କ’ଣ ହେବ ?
/kanak/media/media_files/2025/03/22/YFhIIM2DtQHFXRLbPzkK.jpg)
ଆଇପିଏଲରେ ଲିଗ୍ ଷ୍ଟେଜ୍ ମୁକାବିଲାରେ ରିଜର୍ଭ ଡେ’ ନଥାଏ । ହଁ ଯଦି ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହେବାରେ ବିଳମ୍ବ ହୁଏ ତେବେ ଅତିରିକ୍ତ ସମୟ ଦିଆଯାଏ । ଆଇପିଏଲରେ ମ୍ୟାଚ୍ ଆରମ୍ଭ ହେବାର ସମୟ ସନ୍ଧ୍ୟା ସାଢ଼େ ୭ ଏବଂ ଶେଷ ହେବା ସମୟ ରାତି ୧୧ ଟା । କିନ୍ତୁ ବର୍ଷା ଯଦି ହୁଏ ତାହେଲେ ଏହାର ସମୟ ବିଧି ଘଣ୍ଟାଏ ବଢିଥାଏ । ଟି-୨୦ କ୍ରିକେଟ୍ ମ୍ୟାଚରେ ରେଜଲ୍ଟ ପାଇଁ ୫-୫ ଓଭରର ଖେଳ ହେବା ନିହାତି ଜରୁରୀ । ଏଭଳି ସ୍ଥିତିରେ କେକେଆର୍ ଏବଂ ଆରସିବି ମ୍ୟାଚ୍ ଭିତରେ ଯଦି ବିଳମ୍ବ ହୁଏ ତେବେ ଏହି ସ୍ଥିତିରେ ୫ ଓଭରର ଖେଳ ପାଇଁ କଟ୍ ଅଫ୍ ଟାଇମ୍ ୧୦ ଟା ୫୬ ମିନିଟ୍ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି । କଟ୍ ଅଫ୍ ଟାଇମ୍ ପରେ ବି ଯଦି ମ୍ୟାଚ୍ ଆରମ୍ଭ ହୋଇପାରୁନି ତା’ହେଲେ ଅତିରିକ୍ତ ସମୟ ରାତି ୧୨ ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି । ଏହା ପରେ ବି ଯଦି ମ୍ୟାଚ୍ ଆରମ୍ଭ ହୋଇପାରୁନି ତା’ହେଲେ ଅମ୍ପାୟାର୍ ଏବଂ ମ୍ୟାଚ୍ ରେଫରୀଙ୍କ ଉପରେ ଉଚିତ୍ ନିର୍ଣ୍ଣୟ ନେବାର ଦାୟିତ୍ବ ରହିବ । ଏଭଳି ସ୍ଥିତିରେ ମ୍ୟାଚ୍ ରଦ୍ଦ ହେବା ସହ ୨ ଟି ଟିମରେ ୧-୧ ପଏଣ୍ଟ୍ ବାଣ୍ଟିବା ଭଳି ପରିସ୍ଥିତି ଉପୁଜିଥାଏ ।
/kanak/media/media_files/2025/03/22/r0gPrPxlK0yIDvCmdWcI.jpg)