ଗତ କିଛି ସମୟ ଧରି ଛାଡ଼ପତ୍ରକୁ ନେଇ ଚର୍ଚ୍ଚାରେ ରହିଥିବା କ୍ରିକେଟର ୟୁଜବେନ୍ଦ୍ର ଚହଲ୍ ଓ ପତ୍ନୀ ତଥା ଡ୍ୟାନ୍ସର ଧନଶ୍ରୀ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ୨୦୨୦ ଡିସେମ୍ବର ୧୧ ତାରିଖ ଅର୍ଥାତ୍ ୫ ବର୍ଷ ତଳେ ବେଶ୍ ଧୁମଧାମରେ ଦୁହିଁଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ହୋଇଥିଲା । ଉଭୟ ପରିବାରର ସହମତିରେ ବାହାଘର ହେବା ସହ ବିବାହରେ ବଲିଉଡ୍ ଓ କ୍ରିକେଟ୍ ଦୁନିଆର ଅନେକ ତାରକା ଯୋଗ ଦେଇଥିଲେ । ତେବେ ୨୦୨୩ ରେ ଏମାନଙ୍କ ମଧ୍ୟରେ ତିକ୍ତତା ଆସିଥିବା ଖବରକୁ ଏକ ଗୁଜବ କହି ଉଭୟ ଏଡାଇ ଯାଇଥିଲେ । ହେଲେ ସମୟ ବଢ଼ିବା ସହ ଗୁଜବ ସତ ହୋଇଥିଲା । ବିଭିନ୍ନ ଘଟଣା ଏକଥା ପ୍ରକାଶ କରିଥିଲା ଯେ ଉଭୟଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ତେବେ ଅଢେଇ ବର୍ଷ ହେବ ପରସ୍ପରଠୁ ଦୂରେଇ ରହିବା ନେଇ ଖବର ପ୍ରଚାର ହେବା ସହ ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଥିଲେ ।

Advertisment
chahal
chahal Photograph: (google)

ବର୍ତ୍ତମାନର ଖବର ମୁତାବକ , ଚହଲ୍ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ରର ଖବର କନଫର୍ମ ହୋଇଯାଇଛି । ଯାହାକୁ ନେଇ ବମ୍ବେ ହାଇକୋର୍ଟ ବଡ଼ ଆଦେଶ ଦେଇଛନ୍ତି । କୋର୍ଟ ପକ୍ଷରୁ ଫାଇନାଲ୍ ଶୁଣାଣି ପାଇଁ ଦିନ ମଧ୍ୟ ଧାର୍ଯ୍ୟ କରାଯାଇଛି । ସୂଚନା ଅନୁସାରେ , ବମ୍ବେ ହାଇକୋର୍ଟ ଜଷ୍ଟିସ୍ ମାଧବ ଜାମଦାରଙ୍କୁ ଫ୍ୟାମିଲି କୋର୍ଟରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଚହଲ୍ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ହେବା ଦରକାର । ମାର୍ଚ୍ଚ ୨୦ ତାରିଖରେ ଦମ୍ପତିଙ୍କ ଛାଡ଼ପତ୍ରକୁ ନେଇ ଶୁଣାଣି ହେବା କଥା ସୂଚନା ମିଳୁଛି । 

dhanhal
dhanhal Photograph: (google)

ସୂଚନା ଅନୁସାରେ , ବିବାହର ମାତ୍ର ୨ ବର୍ଷ ପରେ ହିଁ ଚହଲ୍ ଏବଂ ଧନଶ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ , ମତଭେଦ ଭଳି ସମସ୍ୟା ଦେଖାଦେଇଥିଲା । ୫ ବର୍ଷର ବିବାହ ଭିତରେ ଅଢେଇ ବର୍ଷ ଧରି ଅଲଗା ରହୁଥିଲେ ଏହି ଦମ୍ପତି । ହିନ୍ଦୁ ବିବାହ ଆକ୍ଟ ୧୩ ଅନୁସାରେ ଆପୋଷ ବୁଝାମଣା , ଶାନ୍ତିକୁ ନେଇ ଅଦାଲତ ପକ୍ଷରୁ ଦିଆଯାଉଥିବା ୬ ମାସର ସୀମାକୁ ବିଚାରକୁ ନନେଇ ସିଧା ରାୟ ଶୁଣାଇବାକୁ ଦମ୍ପତି କୋର୍ଟକୁ ଅନୁରୋଧ କରିଥିଲେ ।