ମହାଶିବରାତ୍ରୀ … ଦିନରେ କାହିଁକି ନୁହେଁ ରାତିରେ କାହିଁକି ? କାହିଁକି ପାଳନ କରାଯାଏ ଜାଗର?

Advertisment

ଦେବାଧିଦେବ ମହାଦେବଙ୍କୁ ସମର୍ପିତ ଏହି ପବିତ୍ର ରାତ୍ରି ପ୍ରତିଟି ଭକ୍ତଙ୍କ ପାଇଁ ଏକ ବିଶେଷ ମହତ୍ତ୍ବ ରଖେ । ସନାତନ ଧର୍ମରେ ୧୨ ମାସରେ ୧୩ ପର୍ବ ଜାକଜକମରେ ପାଳନ କରାଯାଉଥିବା ବେଳେ ମହାଶିବରାତ୍ରି ଏକମାତ୍ର ପର୍ବ ଯାହା ଆତ୍ମନିରୀକ୍ଷଣ,ଭକ୍ତି , ଧ୍ୟାନ , ଉପବାସ ଏବଂ ଆଧ୍ୟାତ୍ମିକ ଜାଗୃତି ଉପରେ କେନ୍ଦ୍ରିତ ଥାଏ ।

ଦେବାଧିଦେବ ମହାଦେବଙ୍କୁ ସମର୍ପିତ ଏହି ପବିତ୍ର ରାତ୍ରି ପ୍ରତିଟି ଭକ୍ତଙ୍କ ପାଇଁ ଏକ ବିଶେଷ ମହତ୍ତ୍ବ ରଖେ । ସନାତନ ଧର୍ମରେ ୧୨ ମାସରେ ୧୩ ପର୍ବ ଜାକଜକମରେ ପାଳନ କରାଯାଉଥିବା ବେଳେ ମହାଶିବରାତ୍ରି ଏକମାତ୍ର ପର୍ବ ଯାହା ଆତ୍ମନିରୀକ୍ଷଣ,ଭକ୍ତି , ଧ୍ୟାନ , ଉପବାସ ଏବଂ ଆଧ୍ୟାତ୍ମିକ ଜାଗୃତି ଉପରେ କେନ୍ଦ୍ରିତ ଥାଏ ।

shivratrii

shivratrii Photograph: (KanakNews)

କନକ ବ୍ୟୁରୋ : ମହାଶିବରାତ୍ରି ଯାହାର ଅର୍ଥ ହେଉଛି ‘ଶିବଙ୍କ ମହାନ ରାତ୍ରି’, ହିନ୍ଦୁ ପରମ୍ପରାର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ରାତ୍ରି । ଦେବାଧିଦେବ ମହାଦେବଙ୍କୁ ସମର୍ପିତ ଏହି ପବିତ୍ର ରାତ୍ରି ପ୍ରତିଟି ଭକ୍ତଙ୍କ ପାଇଁ ଏକ ବିଶେଷ ମହତ୍ତ୍ବ ରଖେ । ସନାତନ ଧର୍ମରେ ୧୨ ମାସରେ ୧୩ ପର୍ବ ଜାକଜକମରେ ପାଳନ କରାଯାଉଥିବା ବେଳେ ମହାଶିବରାତ୍ରି ଏକମାତ୍ର ପର୍ବ ଯାହା ଆତ୍ମନିରୀକ୍ଷଣ,ଭକ୍ତି , ଧ୍ୟାନ , ଉପବାସ ଏବଂ ଆଧ୍ୟାତ୍ମିକ ଜାଗୃତି ଉପରେ କେନ୍ଦ୍ରିତ ଥାଏ । ଭୋଳାଭକ୍ତଙ୍କ ପାଇଁ ଏହା କେବଳ ଏକ ପର୍ବ ନୁହେଁ ବରଂ ଆଭ୍ୟନ୍ତରୀଣ ଶାନ୍ତି, ଶୂନ୍ୟଙ୍କ ସହ ଦିବ୍ୟ ସଂଯୋଗର ଏକ ମାଧ୍ୟମ । ଫାଲଗୁନ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ରାତିରେ ସାରା ବିଶ୍ବ ଦୀପ ଜାଳି ପାଳନ କରେ ମହାଶିବରାତ୍ରି । ସାରା ସଂସାର ଯାହାଙ୍କୁ ସଂହାରର ପ୍ରତିନିଧିତ୍ବକାରୀ ବୋଲି କୁହେ ତାଙ୍କ ନାମ ଭୋଳାବାବା । ହଁ ସେ ସଂହାର କରନ୍ତି ଅଜ୍ଞାନର , ଅହଙ୍କାରର , ଭ୍ରମର ଆଉ ମୁଁ ର । ମହାଶିବରାତ୍ରି ସେହି ସମୟକୁ ଦର୍ଶାଏ ଯେତେବେଳେ ଅନ୍ଧକାର ଦିବ୍ୟ ଆଲୋକର କିରଣରେ ଲୁଚିଯାଏ । ରାତ୍ରିର ଶାନ୍ତି ସଦାଶିବଙ୍କ ଧ୍ୟାନମଗ୍ନ ସ୍ବଭାବକୁ ସୂଚାଏ । ଧର୍ମଗ୍ରନ୍ଥରେ ଏହି ରାତିକୁ ଶକ୍ତି ଏବଂ ଶୂନ୍ୟଙ୍କ ଚରମ ସ୍ଥିତିର ମିଳନ ବୋଲି କୁହେ । 

ଆଗକୁ ପଢ଼ନ୍ତୁ : ଜାଗରରେ ଅବିବାହିତ କରନ୍ତୁ ଏଭଳି ପୂଜା : ପ୍ରସନ୍ନ ହୋଇଯିବେ ହରପାର୍ବତୀ , ମିଳିଯିବେ ମନଲାଖି ଜୀବନସାଥୀ

ପୁରାଣରେ ମହାଶିବରାତ୍ରିକୁ ସେହି ରାତି ବୋଲି କୁହାଯାଏ ଯେତେବେଳେ ମହାକାଳ ସୃଷ୍ଟି,ପାଳନ ଏବଂ ସଂହାରର ବ୍ରହ୍ମାଣ୍ଡିୟ ନୃତ୍ୟ ରଚିଥିଲେ । ଏହି ନୃତ୍ୟ ବ୍ରହ୍ମାଣ୍ଡର ନିରନ୍ତର ଚକ୍ରକୁ ଘୂରାଏ । ଶିବଶକ୍ତିଙ୍କ ମିଳନ , ବିବାହର ଚେତନା , ଉର୍ଜ୍ଜାର ସନ୍ତୁଳନ ଏବଂ ସାର୍ବଭୌମିକ ସାମଞ୍ଜସ୍ୟର ପ୍ରତିକକୁ ବୁଝାଏ । ଯାହାଙ୍କଠାରୁ ବୈରାଗ୍ୟର ଚେତନା ଜନ୍ମ ନେଇଛି ସେ ପରମ ସାଂସାରିକ , ଯିଏ ସଂହାରକର୍ତ୍ତା ତାଙ୍କ ଠାରୁ ଭୋଳା ଆଉ କିଏ ନୁହେଁ , ଯାହାଙ୍କ କ୍ରୋଧରେ ବ୍ରହ୍ମାଣ୍ଡ ଥରେ ସେ ପ୍ରାଣପ୍ରିୟାଙ୍କ କ୍ରୋଧ ଶାନ୍ତ ପାଇଁ ଭୂମିରେ ଲୋଟି ପଡ଼ିଥିଲେ । ପୁରୁଷ ସୌନ୍ଦର୍ଯ୍ୟର ସର୍ବୋକୃଷ୍ଣ ସାଧନା ହେଉଛନ୍ତି ଶିବ ଯାହାଙ୍କୁ ପାଇବାକୁ ଶକ୍ତି ମଧ୍ୟ କୋଟି କୋଟି ଜନ୍ମ ନେଇଥିଲେ । ଅନ୍ୟ ଏକ ପୁରାଣରେ ମହାଶିବରାତ୍ରିର ସମ୍ବନ୍ଧ ସମୁଦ୍ର ମନ୍ଥନ ସହ ଯୋଡ଼ାଯାଏ । ସମୁଦ୍ର ମନ୍ଥନ ବେଳେ ହଳାହଳ ବିଷ ପାନ କରିଥିବାରୁ ମହାଦେବଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା ଏବଂ ତାଙ୍କୁ ନୀଳକଣ୍ଠ ବୋଲି ଜଗତ ଡାକିଲା । ଆଶୁତୋଷଙ୍କ ଏ ବଳିଦାନକୁ ସମ୍ମାନ ଜଣାଇ ମହାଶିବରାତ୍ରି ପର୍ବ ପାଳନ ହେଲା । 

ପବିତ୍ର ମହାଶିବରାତ୍ରିର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ସମୟ ହେଉଛି ରାତିସାରା ଉଜାଗର ରହିବା । ଯେଉଁଥିପାଇଁ ଏହି ପର୍ବକୁ ଜାଗର ବୋଲି ମଧ୍ୟ କୁହାଯାଏ । ଯାହା ଏକ ଶାରୀରିକ ଚ୍ୟାଲେଞ୍ଜ ନୁହେଁ ବରଂ ଆଧ୍ୟାତ୍ମିକ ଅନୁଶାସନ । ଭକ୍ତଙ୍କ ମାନ୍ୟତା ଅନୁସାରେ ରାତି ଉଜାଗର ରହିବା ଅନ୍ଧକାର ଏବଂ ଅଜ୍ଞାନ ଉପରେ ବିଜୟ ପାଇବାର ପ୍ରତିକ । ଏହି ରାତିକୁ ୪ ପ୍ରହରରେ ବିଭାଜିତ କରାଯାଇଛି । ଯେଉଁଥିରେ ଶିବଲିଙ୍ଗଙ୍କ ପୂଜା ଜଳ,କ୍ଷୀର,ମଧୁ,ଦହି,ଘୃତ ଏବଂ ବେଲପତ୍ର ଭଳି ପବିତ୍ର ବସ୍ତୁ ସହ କରାଯାଏ । ରାତ୍ରିର ଶାନ୍ତ ପ୍ରହର ମନ୍ତ୍ରୋଚାରଣ,ଧ୍ୟାନ, ନିଜ କର୍ମକୁ ନେଇ ଚିନ୍ତନ କରିବାର ସମୟ ଯାହା ମୌନ,ଭକ୍ତି,କ୍ଷମା ଏବଂ ସାଂସାରିକ ମୋହରୁ ମୁକ୍ତିର ପଥ ଉନ୍ମୋଚନ କରିବାକୁ ବୁଝାଏ । ମହାଶିବରାତ୍ରିରେ ଉପବାସ ପାଳନ କରିବାକୁ ନେଇ ମଧ୍ୟ ପ୍ରଥା ରହିଛି । କିଛି ଭକ୍ତ ବିନା ଭୋଜନ ଏବଂ ପାଣି ଗ୍ରହଣରେ ନିଷ୍ଠାର ସହିତ ନିର୍ଜଳ ଉପବାସ କରନ୍ତି । ଅନ୍ୟପଟେ କିଛି ଭକ୍ତ ଫଳଆହାର ଏବଂ ସରବତ ସେବନ କରି ପୂଜା କରିଥା’ନ୍ତି । ଉପବାସର ଉଦ୍ଦେଶ୍ୟ ଆତ୍ମ ତ୍ୟାଗ ନୁହେଁ ବରଂ ଆତ୍ମ-ଅନୁଶାସନ । ଶାରୀରିକ ଉପଭୋଗକୁ କମ୍ କରି ମାନସିକ ଏକାଗ୍ରତା ବଢ଼ାଇ ଶରୀର ଏବଂ ମନକୁ ଶୁଦ୍ଧ ରଖିବାର ପ୍ରୟାସକୁ କୁହାଯାଏ ଉପବାସ । ନକରାତ୍ମକ କର୍ମକୁ ଦୂର କରି ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର କରିବା ପାଇଁ ପଥ ଉଦିତ କରିବାକୁ କୁହାଯାଏ ଉପବାସ । ଯାହାକୁ ଭଗବାନ ଶିବଙ୍କ ପ୍ରତି ସମର୍ପଣ ଏବଂ ଭକ୍ତିର ପ୍ରତିକ ବୋଲି କୁହାଯାଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe