କନକ ବ୍ୟୁରୋ : ସବୁ ବାପା,ମା’ ନିଜ ସନ୍ତାନର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସାରା ଜୀବନ ଅହରହ ସଂଘର୍ଷ କରି ଟଙ୍କା ଉପାର୍ଜନ କରନ୍ତି । କଠିନ ପରିଶ୍ରମ କରି ଅର୍ଜିତ ଟଙ୍କାକୁ ପିଲାଙ୍କ ଭବିଷ୍ୟତ ପାଇଁ ସୁରକ୍ଷିତ କରିବାକୁ ଚାହାନ୍ତି । ଜୀବନ ସାରା ଅର୍ଜିତ ଧନକୁ ଲୋକ ବ୍ୟାଙ୍କ ଏଫଡି କିମ୍ବା ଆରଡି ମାଧ୍ୟମରେ ସଞ୍ଚୟ କରିଥା’ନ୍ତି । କିନ୍ତୁ ଏଗୁଡ଼ିକର ସୁଧହାର ପୂର୍ବ ପରି ଆଉ ଆକର୍ଷଣୀୟ ହୋଇନାହିଁ । ଯଦି ଆପଣ ମଧ୍ୟ ଚାହାନ୍ତି ଯେ ଆପଣଙ୍କ ନିବେଶ ଆପଣଙ୍କ ପିଲାମାନଙ୍କ ଶିକ୍ଷା, କ୍ୟାରିଅର କିମ୍ବା ବିବାହ ପାଇଁ ଏକ ବଡ଼ ସମର୍ଥନ ହେଉ, ତେବେ ଏଲଆଇସି ର 'ଅମୃତ ବାଲ୍' ଯୋଜନା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ । ତା’ହେଲେ ଆସନ୍ତୁ ଜାଣିବା ଏହି ଯୋଜନା କ’ଣ ? 

Advertisment

୧୭୦ କି.ମି ଲମ୍ବା ବିଲ୍ଡିଂରେ ରହିବେ ୯୦ ଲକ୍ଷ ଲୋକ : ସାଉଦି ଆରବ ତିଆରି କରୁଛି ଭବିଷ୍ୟତର ସହର

LIC
LIC Photograph: (google)

LIC ଅମୃତ ବାଲ୍ ଏକ ନନ୍-ଲିଙ୍କ୍ଡ ଜୀବନ ବୀମା ପଲିସି ଯାହା ବିଶେଷ ଭାବରେ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ବାପା,ମା’ ଏହି ଯୋଜନାରେ ସେମାନଙ୍କ ପିଲାଙ୍କ ନାମରେ ନିବେଶ କରନ୍ତି ଏବଂ ବୀମା ସୁରକ୍ଷା ସହିତ ଭଲ ରିଟର୍ଣ୍ଣ ମଧ୍ୟ ପାଆନ୍ତି । ଏହାର ଅର୍ଥ ସେମାନେ ଗୋଟିଏ ଯୋଜନାରେ ସୁରକ୍ଷା ଏବଂ ସଞ୍ଚୟ ଉଭୟ ସୁବିଧା ପାଆନ୍ତି । ଏହି ପଲିସିରେ ନିବେଶ କରିବା ପାଇଁ ପିଲାଟିର ବୟସ ଅତି କମରେ ୩୦ ଦିନ ଏବଂ ସର୍ବାଧିକ ୧୩ ବର୍ଷ ହୋଇଥିବା ଆବଶ୍ୟକ । ପିଲାଟି ୧୮ ରୁ ୨୫ ବର୍ଷ ବୟସରେ ପହଞ୍ଚିଲେ ଏହି ପଲିସି ପରିପକ୍ୱ ହୁଏ । ଯାହା ସେମାନଙ୍କୁ ଶିକ୍ଷା, କଲେଜ ଫିସ୍ କିମ୍ବା କ୍ୟାରିଅର ଆବଶ୍ୟକତା ପୂରଣ କରିବାକୁ ଅନୁମତି ଦିଏ ।

ଗୋବର ବିକି ମାଲାମାଲ୍ : ବିଦେଶୀ ମାର୍କେଟରେ ୪୦୦ କୋଟିର ବେପାର ଦେଉଛି ଗୋବର

ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆପଣ ଆପଣଙ୍କ ସୁବିଧା ଅନୁସାରେ ପ୍ରିମିୟମ୍ ଦେଇପାରିବେ । ଏଥିରେ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ପେମେଣ୍ଟ କରାଯାଇପାରିବ । ଗୋଟିଏ ପ୍ରିମିୟମ୍ କିମ୍ବା ସୀମିତ ଅବଧି ପାଇଁ ୫, ୬, କିମ୍ବା ୭ ବର୍ଷ ଦେବାର ବିକଳ୍ପ ମଧ୍ୟ ରହିଛି । ଏଥିରେ ସର୍ବନିମ୍ନ ବୀମା ରାଶି ୨ ଲକ୍ଷ ଟଙ୍କା ହୋଇଥିବା ବେଳେ କୌଣସି ସର୍ବାଧିକ ସୀମା ନାହିଁ । ଯାହାର ଅର୍ଥ ହେଉଛି ଆପଣ ଯେତେ ଇଚ୍ଛା ନିବେଶ କରିପାରିବେ । ଯଦି ଅନଲାଇନରେ କିଣିବାକୁ ଚାହାନ୍ତି ତେବେ ଆପଣଙ୍କୁ ପ୍ରିମିୟମରେ ମଧ୍ୟ ରିହାତି ମିଳିପାରେ ।

ଏହି ପଲିସିର ଆଉ ଏକ ବଡ଼ କଥା ହେଉଛି ପ୍ରତିବର୍ଷ ଶେଷରେ ପଲିସିଧାରକ ମୂଳ ବୀମା ରାଶିର ପ୍ରତି ହଜାରେ ପାଇଁ ୮୦ ଟଙ୍କାର ଏକ ଗ୍ୟାରେଣ୍ଟିଡ୍ ଯୋଡିସନ୍ ଲାଭ ପାଆନ୍ତି । ଏହି ଲାଭ କେବଳ ସେତେବେଳେ ଉପଲବ୍ଧ ହୁଏ ଯଦି ପଲିସି ସକ୍ରିୟ ଥାଏ । ପଲିସି କ୍ରୟ ସମୟରେ ପିଲାଟି ୮ ବର୍ଷରୁ କମ୍ ବୟସର ହୋଇଥାଏ, ତେବେ ଦୁଇ ବର୍ଷ ପରେ କିମ୍ବା ପଲିସି ବାର୍ଷିକୀରେ ବିପଦ କଭରେଜ୍ ଆରମ୍ଭ ହୁଏ । ଏହା ନିଶ୍ଚିତ କରେ ଯେ ପିତାମାତାଙ୍କ ସହିତ କିଛି ଅଘଟଣ ଘଟିଲେ ମଧ୍ୟ ପିଲାର ଭବିଷ୍ୟତ ସୁରକ୍ଷିତ । ଏଲଆଇସି ଅମୃତ ବାଲ୍ ଯୋଜନାରେ ପ୍ରିମିୟମ ୱେଭର ବେନିଫିଟ୍ ରାଇଡର ବିକଳ୍ପ ମଧ୍ୟ ପ୍ରଦାନ କରାଯାଏ । ଏହାର ଅର୍ଥ ହେଉଛି ଯଦି ପିତାମାତା କୌଣସି କାରଣରୁ ପ୍ରିମିୟମ ଦେଇପାରିବେ ନାହିଁ ତେବେ ପିଲାଙ୍କ ପଲିସି ବଳବତ୍ତର ରହିବ । ଏହା ବ୍ୟତୀତ ଆବଶ୍ୟକ ହେଲେ ଋଣ ସୁବିଧା ମଧ୍ୟ ଉପଲବ୍ଧ ।