Rahul On Phone Photograph: (kanak news)
କନକ ବ୍ୟୁରୋ: ଲୋକସଭାରେ ଆପଲ ଫୋନ୍ ରାଜନୀତି । ସିଏ ପୁଣି ମେକ୍ ଇନ୍ ଇଣ୍ଡିଆ Assembled in India କୁ ନେଇ । ବଜେଟ୍ ଅଧିବେଶନ ଚାଲିଥିବା ବେଳେ କୁମ୍ଭ ଅଘଟଣକୁ ନେଇ ଶାସକଙ୍କୁ ଘାଇଲା କରିଥିଲେ ବିରୋଧୀ । ଯାହାକୁ ନେଇ ବାଚସ୍ପତି ରାଗିଥିଲେ । ହେଲେ ଏହାରି ଭିତରେ ଖୋଦ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ପକେଟ୍ରେ ଥିବା ଆଇଫୋନ୍କୁ ବାହାର କରି କହିଥିଲେ, ଫୋନ୍ରେ ମେକ୍ ଇନ୍ ଇଣ୍ଡିଆ ଲେଖା ହୋଇଛି ହେଲେ ଏହା ମେକ୍ ଇନ୍ ଇଣ୍ଡିଆ ନୁହେଁ ବରଂ ଆସେମ୍ବ୍ଲେଡ୍ ଇନ୍ ଇଣ୍ଡିଆ ବୋଲି ରାହୁଲ କହିବା ସହିତ ଭାରତରେ କେମିତି ଆଗାମୀ ଦିନରେ ଅଧିକରୁ ଅଧିକ କମ୍ପାନୀ ତିଆରି ହେବ ସେନେଇ କେନ୍ଦ୍ର ସରକାର ଗୁରୁତ୍ବ ଦିଅନ୍ତୁ ବୋଲି କହିଲେ ।
ସଂସଦରେ ଆପଲ ଫୋନ୍ ରାଜନୀତି
ନିଜ ଫୋନ୍ ଦେଖାଇ ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ
କହିଲେ, ମେଡ୍ ଇନ୍ ଇଣ୍ଡିଆକୁ ଗୁରୁତ୍ବ ଦିଅନ୍ତୁ କେନ୍ଦ୍ର ସରକାର
ଆଇଫୋନ୍ ତିଆରି ହେଉଛି କେଉଁଠି
ଚାଇନାରେ ନା ଆଉ କେଉଁଠି
ଯଦି ଭାରତରେ, କେଉଁ କମ୍ପାନୀ ତିଆରି କରୁଛି ଫୋନ୍
ଆଇଫୋନ୍ ପ୍ରକୃତରେ ତିଆରି ହେଉଛି କେଉଁଠି ଏହାକୁ ନେଇ ଅନେକ ପ୍ରଶ୍ନ ଉଠେ । କେହି କେହି ଏହା ଭାରତରେ ତିଆରି ହେଉଛି କହିବା ସହିତ ଆଉ କିଏ କିଏ ଚାଇନାରେ ତିଆରି ହେଉଥିବା କୁହନ୍ତି । ପ୍ରକୃତରେ ଏହି ଫୋନ୍ କେଉଁଠି ତିଆରି ହେଉଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।
ସତ କହିଲେ ରାହୁଲ ଗାନ୍ଧି
ଫୋନ୍ର ସବୁ ସାମଗ୍ରୀ ଭାରତରେ ତିଆରି ହୁଏନି
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଆଇଫୋନ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା କେତେକାଂଶରେ ସତ ବୋଲି କୁହାଯାଉଛି । କାରଣ ଆଇଫୋନ୍ ସଂପୂର୍ଣ୍ଣ ଭାବରେ ଭାରତରେ ତିଆରି ହୁଏନାହିଁ । ବରଂ ଫୋନ୍ର ସାମଗ୍ରୀ ଇନପୋଟ୍ କରାଯାଇ ଭାରତରେ ଏହାକୁ ମାନୁଫ୍ୟାକଚର କରାଯାଏ । ତେଣୁ କୁହାଯାଇପାରେ ଆଇଫୋନ୍ ମେକ୍ ଇନ୍ ଇଣ୍ଡିଆ ନୁହେଁ । ଭାରତ ପୂର୍ବରୁ ଚୀନରେ ଏହି କମ୍ପାନୀର ବିଭିନ୍ନ ପାର୍ଟ୍ସ ତିଆରି କରାଯାଉଥିଲା । ହେଲେ ଖୁବଶୀଘ୍ର ଭାରତରେ ଏହି ଫୋନ୍ର ପାର୍ଟ୍ସ ତିଆରି ହେବା ନେଇ ଯୋଜନା କରାଯାଉଛି ।
ଦେଶର ତିନି କମ୍ପାନୀ ତିଆରି କରନ୍ତି ଆଇଫୋନ୍
ଭାରତରେ ଯେଉଁ କମ୍ପାନୀ ଗୁଡ଼ିକ ଆଇଫୋନ୍ ତିଆରି କରୁଛନ୍ତି ସେମାନେ ଚୀନରୁ ହିଁ ପାର୍ଟ୍ସ ଇମପୋର୍ଟ କରନ୍ତି । ପରେ ପରେ ଏଠାରେ ଆଇଫୋନ୍ ତିଆରି କରାଯାଏ । ଭାରତ ସରକାରଙ୍କର ଉତ୍ପାଦିତ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଅନୁସାରେ, କମ୍ପାନୀ ଗୁଡ଼ିକ ଏଠାରେ ଆଇଫୋନ୍ ତିଆରି କରାଯାଏ ।
ଆଇଫୋନ୍ର କେଉଁ ମଡେଲ୍ ତିଆରି ହୁଏ ଭାରତରେ
ଭାରତରେ ତିଆରି ହେଉଥିବା ଆଇଫୋନ୍ ଗୁଡ଼ିକ ହେଲା, ଆଇଫୋନ୍ ୧୨,୧୩,୧୪, ୧୫ ଓ ୧୬ର କିଛି ମଡେଲ୍ । ଅବଶ୍ୟ ସଂପୂର୍ଣ୍ଣ ଭାବରେ ଫୋନ୍ ଗୁଡ଼ିକ ଭାରତରେ ତିଆରି ହେଉନି କିନ୍ତୁ ବିଦେଶରୁ ପାର୍ଟ୍ସ ଗୁଡ଼ିକ ଆମଦାନୀ ହେବା ପରେ ଏଠାରେ ପୂର୍ଣ୍ଣାଙ୍ଗ ରୂପ ଦିଆଯାଉଛି । ୨୦୧୪ ଅକ୍ଟୋବର ମାସରେ ଏକ ରିପୋର୍ଟରେ କୁହାଯାଇଥିଲା କି, ଆଇଫୋନ୍ ୧୫କୁ ଭାରତରେ ସଂପୂର୍ଣ୍ଣ ଭାବରେ ତିଆରି କରିବାକୁ ବିଚାର କରାଯାଉଛି । ଯଦି ଏମିତି ହେବ ତାହାଲେ ପ୍ରଥମଥର ଲାଗି ଭାରତରେ ଚୀନଠାରୁ କୌଣସି ପାର୍ଟ୍ସ ନଆଣି ଭାରତରେ ସଂପୂର୍ଣ୍ଣ ଭାବରେ ଫୋନ୍ ତିଆରି ହେବ ।
କାହିଁକି ଚୀନରୁ ଭାରତ ଆସିବ କମ୍ପାନୀ
ବୈଷୟିକ କ୍ଷେତ୍ରରେ ଚୀନ ବହୁ ଆଗରେ । ତେଣୁ ଚୀନରେ ଅନେକ ଟେକ୍ନୋଲୋଜିର ବିକାଶ ହୋଇଛି । କମ୍ ଖର୍ଚ୍ଚରେ ବଡ଼ ପ୍ରୋଜେକ୍ଟ କରିବାରେ ଚୀନ ବହୁ ଆଗରେ । ବୋଧହୁଏ ସେଇଥି ଲାଗି ଚୀନରେ ବି ଆପଲ କମ୍ପାନୀ ନିଜର ଫ୍ୟାକ୍ଟ୍ରି ତିଆରି କରିଛି । ହେଲେ ଏବେ ତାହା ଭାରତ ଆସିବାକୁ ବସିଲାଣି । କୁହାଯାଉଛି ଏହା ପଛର ମୁଖ୍ୟ ଖଳନାୟକ ହେଉଛି ଆମେରିକା । ଦୁଇ ଦେଶ ମଧ୍ୟରେ କୂଟନୈତିକ ବିବାଦ ଲାଗି ଆପଲ ଚୀନ ଛାଡୁଥିବା ନେଇ ଚର୍ଚ୍ଚା ବଢିଛି ।
କେମିତି ମିଳେ ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍
ସାଧାରଣତଃ ଯେଉଁ ସାମଗ୍ରୀ ଭାରତରେ ତିଆରି ହୁଏ ତାହାକୁ ମେକ୍ ଇନ୍ ଇଣ୍ଡିଆ କୁହାଯାଏ । ହେଲେ ମେକ୍ ଇନ୍ ଇଣ୍ଡିଆ ଟ୍ୟାଗ୍ କେମିତି ମିଳେ ତାହା ଆପଣ ଜାଣିଛନ୍ତି କି ? ଅନ୍ୟ ଦେଶରୁ ଆମଦାନୀ ହେଉଥିବା ପାର୍ଟ୍ସରେ ଭାରତ ଯଦି କିଛି ତିଆରି କରୁଛି ତାହାର ମାନେ ନୁହେଁ ତାହା ମେକ୍ ଇନ୍ ଇଣ୍ଡିଆ ହୋଇଯିବ । ଏଥିଲାଗି ସରକାରୀ କ୍ଷେତ୍ରରେ ଅନେକ ନିୟମ ରହିଛି । ଏହି ଟ୍ୟାଗ୍ ପାଇବାକୁ ହେଲେ ୩୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକାଲ୍ ଭ୍ୟାଲୁ ଆଡ଼ିସନ୍ ହୋଇଥିବା ଦରକାର । ଯଦି ବାହାରୁ ସାମଗ୍ରୀ ଅଣାଯାଇ ଭାରତରେ ତାହାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଏ ତାହାଲେ ଆସେମବ୍ଲେଡ୍ ଇନ୍ ଇଣ୍ଡିଆ କୁହାଯାଏ । ବିଦେଶ ବେପାର ମହାନିର୍ଦ୍ଦେଶଳାୟ ଓ ସୀମା ଶୁଳ୍କ ବୋର୍ଡର ନିୟମ ଅନୁସାରେ, ସ୍ଥାନୀୟସ୍ତରେ ଉତ୍ପାଦନ, ମଡେଲିଂ , ମେସନିଂ ଆଦି ପ୍ରକ୍ରିୟା ଆବଶ୍ୟକ ରହିଛି । ତେଣୁ ମେକ୍ ଇନ୍ ଇଣ୍ଡିଆ ଓ ଆସେମବ୍ଲେଡ୍ ଇଣ୍ଡିଆ ଭିତରେ ପାର୍ଥକ୍ୟ ରହିଛି ।
Follow Us