କନକ ବ୍ୟୁରୋ: ଆଜିକାଲି ଆମେ ସମସ୍ତେ କାର କିଣୁଛନ୍ତି । ପ୍ରତି ଘରେ କାର ରହିବା ଏବେ ସ୍ବାଭାବିକ କଥା । କେହି କେହି ଯଦି ନୂଆ କାର କିଣିବାରେ ଅସମର୍ଥ ହେଉଛନ୍ତି ତାହାଲେ ପୁରୁଣା କାର କିଣୁଛନ୍ତି । କିନ୍ତୁ ଥରେ ଚିନ୍ତା କରନ୍ତୁ ତ ଗୋଟିଏ ପୁରୁଣା କାରର ଦାମ ଯେବେ ୪୫୮ କୋଟି ଟଙ୍କା ହୁଏ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ଭାବୁଥିବେ ଜଣେ ପୁରୁଣା କାର କିଣିବାକୁ ଏତେ ମୋଟା ଅଙ୍କର ଟଙ୍କା କାହିଁକି ଖର୍ଚ୍ଚ କରିବ । ସେହି କାରରେ ଏମିତି କଣ ଅଛି…କିଛି ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବ । ହେଲେ ଘଟଣାଟି ପୁରା ସତ । ପୁରୁଣା କାର କିଣାଯାଇଛି ତାହା ପୁଣି ୪୫୮ କୋଟି ଟଙ୍କାରେ ।

Advertisment

୭୧ ବର୍ଷର ପୁରୁଣା କାର
ଦାମ୍‌ ପୁଣି ୪୫୮ କୋଟି

ସାଧାରଣରେ ଗୋଟିଏ କଥା କୁହାଯାଏ, କିଛି ସାମଗ୍ରୀ ଯଦି ପୁରୁଣା ହୁଏ ତାହାଲେ ଗୁରୁତ୍ବ ବଢିଯାଏ ନହେଲେ କମିଯାଏ । ଠିକ୍‌ ସେମିତି ଏହି କାରର ମୂଲ୍ୟ ମଧ୍ୟ ଅହେତୁକ ଭାବରେ ବଢିଯାଇଛି । ସେଇଥି ଲାଗି ତ କାର ବିକ୍ରି ହୋଇଛି କୋଟି କୋଟି ଟଙ୍କାରେ । ସୂଚନା ଅନୁସାରେ, ମର୍ସିଡିଜ୍‌ ବେଞ୍ଜର ପୁରୁଣା ମଡେଲ୍‌ ଅର୍ଥାତ୍‌ ଏଫ୍‌-୧ କାର ଯେବେ ବିକ୍ରି ହୋଇଛି ତାହାର ମୂଲ୍ୟ ପହଞ୍ଚିଛି ୪୫୮ କୋଟିରେ । ୧୯୫୪ ମସିହାର ମହୀଶୂର ମଡେଲ୍‌ ଦୁର୍ଲଭ ମର୍ସିଡିଜ୍‌ ବେଞ୍ଜର ଡବ୍ଲୁ ୧୯୬ ଆର୍‌ ମଡେଲ୍‌ରେ ଦେଖିବାକୁ ମିଳିଛି । ଜର୍ମାନୀରେ ପ୍ରତିଷ୍ଠା ହୋଇଥିବା ମର୍ସିଡିଜ୍‌ ମ୍ୟୁଜିୟମ୍‌ରେ ଏହି ଗାଡ଼ିକୁ ବିକ୍ରି କରିବା ବେଳେ ଏହାର ଦାମ ପହଞ୍ଚିଥିଲା ୪୫୮ କୋଟି ଟଙ୍କାରେ । 

ଅବଶ୍ୟ ଫେବୃଆରୀ ୧ ତାରିଖରେ ବିକ୍ରି ହୋଇଥିବା କାରକୁ କିଏ କିଣିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହେଲେ ବି ଏହି କାର ଦୁନିଆର ସର୍ବାଧିକ ଦାମୀକାରର ଆଖ୍ୟା ପାଇଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୨୦୨୨ରେ ୧୯୫୫ ମସିହା ମର୍ସିଡିଜ୍‌ ୩୦୦ ଏସଆଲଆରକୁ ପାଖାପାଖି ୧୨୬୬ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ହେଲେ ବି ଏବେ ଯେଉଁ କାର ବିକ୍ରି କରାଯାଇଛି ତାହାକୁ ନେଇ ଏବେ କିନ୍ତୁ ଭାରି ଚର୍ଚ୍ଚା ଚାଲିଛି ।

କୁହାଯାଉଛି, ଜଣେ ବ୍ରିଟେନ୍‌ର ଜଣେ ବ୍ୟକ୍ତି ଗାଡ଼ିକୁ କୋଟି କୋଟି ଟଙ୍କା ଦେଇ କିଣିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ମ୍ୟୁଜିୟମ୍‌ରେ ଥିବା ଏହି ଗାଡ଼ିକୁ ନିଇତି ଅନେକ ଦର୍ଶକ ଦେଖୁଛନ୍ତି । ତେଣୁ ଟିକେଟ୍‌ ବାବଦରେ ବି ଭଲ ରୋଜଗାର ହେଉଥିବା ଜଣାପଡୁଛି । ସୂଚନା ଅନୁସାରେ ୫୦ ଦଶକରେ ମର୍ସିଜିଡ୍‌ ମଡେଲର ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । କଥା ହେଲା, କାର ପ୍ରତି ସୌକ ରଖୁଥିବା ବ୍ୟକ୍ତିମାନେ ଅନେକ ପ୍ରକାରର ଦାମୀ କାର କିଣନ୍ତି । ଯେମିତିକି ଅଡି, ମର୍ସିଡିଜ୍‌, ରେଞ୍ଜ ରୋଭର ଆଦି କେତେ କଣ । ହେଲେ ଏତେ ପୁରୁଣା କାରର ଦାମ କୋଟି କୋଟି ହେବା ପରେ ଚର୍ଚ୍ଚା କିନ୍ତୁ ଜୋର । ସେପଟେ ଏହି କାରକୁ ନେଇ ସୋସିଆଲ ମିଡିଆରେ ବି ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।