କ୍ୟାରିୟରର ଟପରେ ଥାଇ , ପଞ୍ଜାବୀ ଇଣ୍ଡଷ୍ଟ୍ରିକୁ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇ ଗୁଳିମାଡ଼ର ଶିକାର ହୋଇ ଦୁନିଆକୁ ଅଲବିଦା କହିଥିଲେ ପଞ୍ଜାବୀ ଲୋକପ୍ରିୟ ସିଙ୍ଗର୍ ସିଦ୍ଧୁ ମୁସେୱାଲା । ୨୦୨୨ ମସିହା ମେ ୨୯ ତାରିଖରେ ସିଦ୍ଧୁଙ୍କୁ ଦିବାଲୋକରେ ହତ୍ୟା କରାଯାଇଥିଲା । ଗୋଲ୍ଡି ବରାର୍ ଓ ଲରେନ୍ସ ବିଷ୍ଣୋଇ ମିଶି ହତ୍ୟା ଯୋଜନା କରିବା ପରେ ନିଜ ସୁଟରଙ୍କ ସାହାଯ୍ୟରେ ସିଦ୍ଧୁଙ୍କ ଜିପ୍ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁ ମୁସେୱାଲାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପଞ୍ଜାବ ପୋଲିସ ୨୯ ଜଣଙ୍କୁ ଗିରଫ କରିଥିଲା ।

Advertisment
sidhu
sidhu Photograph: (google)

ପରିବାର ଉପରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଥିଲା । ମା’ ସିଦ୍ଧୁ - ସିଦ୍ଧୁ  ଡ଼ାକ ପକାଇ ବାରମ୍ବାର ଚେତାଶୂନ୍ୟ ଯାଉଥିଲେ ଏବଂ ବାପା ବଲକୌର୍ ସିଂଙ୍କ ବଳ ଭାଙ୍ଗିପଡ଼ିଥିଲା । ଶବଦାହ କରିବା ବେଳେ ପୁଅକୁ ସମ୍ମାନ ଜଣାଇ ମୁଣ୍ଡରେ ପିନ୍ଧିଥିବା ପଗଡି ଖୋଲି ସମସ୍ତଙ୍କ ଆଗରେ କାନ୍ଦି ପକାଇଥିଲେ ସିଦ୍ଧୁଙ୍କ ବାପା । ସେ ସମୟର ହୃଦୟ ବିଦାରକ ଦୃଶ୍ୟ ଯେ କେହି ବି ଦେଖିଥିବେ ଏ ସମ୍ବାଦଟି ପଢି ସେସବୁ ଘଟଣା ମନେ ପଡ଼ିଯାଇଥିବ ନିଶ୍ଚୟ । 

sidhu maa
sidhu maa Photograph: (google)

 

 

ତେବେ ଏହାରି ଭିତରେ ଅନେକ ବର୍ଷ ବିତିଯାଇଛି । ପୁଣି ମୁସେୱାଲାଙ୍କ ଘରେ ଖୁସିର ଲହରୀ ଖେଳିଛି ଏବଂ ଏହା ପଛରେ ଅଛନ୍ତି ତାଙ୍କ ସାନ ଭାଇ । ସିଦ୍ଧୁଙ୍କ ଘରେ ମାର୍ଚ୍ଚ ୧୭ ତାରିଖରେ ଖୁସିର ପରିବେଶ ଖେଳିଯାଇଥିଲା କାରଣ ତାଙ୍କ ସାନ ଭାଇ ଶୁଭଦୀପ୍ ସିଂ ସିଦ୍ଧୁ ସୋମବାର ଦିନ ଏକ ବର୍ଷ ପୂରଣ କରିଥିଲେ । ଏହି ବିଶେଷ ଅବସରରେ ସିଦ୍ଧୁଙ୍କ ମାତାପିତା ନିକଟ ସମ୍ପର୍କୀୟଙ୍କ ସହିତ ପାର୍ଟି କରି କେକ୍ କାଟିଥିଲେ, ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି । କୁହାଯାଉଛି କି ଏହି ବିଶେଷ ଅବସରରେ ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ମଧ୍ୟ ମାନସାରେ ଉପସ୍ଥିତ ଥିଲେ

sidhu bro
sidhu bro Photograph: (google)

ଭିଡିଓରେ ସିଦ୍ଧୁଙ୍କ ସାନ ଭାଇ ମାଆଙ୍କ କୋଳରେ ଥିବା ନଜର ଆସୁଛନ୍ତି । କଳା ରଙ୍ଗର କୁର୍ତ୍ତା ଏବଂ ଗୋଲାପୀ ପଗଡ଼ିରେ ଶୁଭଦୀପ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି । କେକ୍ କଟିଙ୍ଗ୍ ସେରିମନିର ଭିଡିଓ ଫ୍ୟାନ୍ସଙ୍କ ମଧ୍ୟରେ ଭାଇରାଲ୍ ହୋଇଗଲାଣି । ଶୁଭଦୀପ୍ ଯେଉଁଭଳି ଭାବରେ କେକ୍ କାଟିବା ପାଇଁ ଛୁରୀ ଧରୁଛନ୍ତି, ତାହା ଦେଖି ଫ୍ୟାନ୍ସ କହୁଛନ୍ତି କି ବଡ଼ଭାଇ ଭଳି ସାହସ ଏବେଠାରୁ ହିଁ ଜଣାପଡୁଛି । ସୋସିଆଲ୍ ମିଡିଆରେ ଶୁଭଦୀପ୍ ସିଂ ସିଦ୍ଧୁଙ୍କର ଆହୁରି ଅନେକ ଫଟୋ ସାମ୍ନାକୁ ଆସିଛି । ଗୋଟିଏ ଫଟୋରେ ତାଙ୍କ ମୁଣ୍ଡରେ ପଗଡ଼ି ନାହିଁ ଏବଂ ପଛରେ ଦିବଙ୍ଗତ ଗାୟକ ସିଦ୍ଧୁଙ୍କର ଏକ ବଡ଼ ପୋଷ୍ଟର ଲାଗିଥିବା ଦେଖାଯାଉଛି ।

chota sidhu
chota sidhu Photograph: (google)

ସୋସିଆଲ୍ ମିଡିଆରେ ଏହି ସବୁ ଫଟୋ ଭାଇରାଲ୍ ହେବାପରେ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କିଏ କହିଛନ୍ତି , 'ଛୋଟ ସିଦ୍ଧୁ ଭାଇଙ୍କୁ ଜନ୍ମଦିନର ଶୁଭେଚ୍ଛା।' ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ଛୋଟ ମୁସେୱାଲାଙ୍କ ପାଖରେ ଭାଇଙ୍କ ଭଳି ଆଟିଟ୍ୟୁଡ୍ ରହିଛି । ହାପି ବାର୍ଥଡେ କ୍ୟୁଟି ।'