ବର୍ତ୍ତମାନ କଲ୍ଟ ସିନେପ୍ରେମୀଙ୍କୁ ସାଉଥ୍ ସିନେମା ଭାରି ଆକୃଷ୍ଟ କରୁଛି । କଲ୍ଟ ସିନେପ୍ରେମୀ କହିଲେ ସେମାନଙ୍କୁ ବୁଝାଇବ ଯେଉଁମାନଙ୍କ ପାଇଁ ସିନେମାର କାହାଣୀ ହିଁ ନାୟକ । ସିନେମାରେ କିଏ ନାମୀଦାମୀ ଅଭିନେତା , ଅଭିନେତ୍ରୀ ଅଛନ୍ତି ତାଙ୍କୁ କିଛି ଫରକ୍ ପଡ଼େନି । ଅଭିନେତାଙ୍କ ନିଚ୍ଛକ ଅଭିନୟର ଯାଦୁ ହିଁ ଯାହାଙ୍କୁ ବାନ୍ଧି ରଖିବାର ସାମର୍ଥ୍ୟ ରଖେ ସେମାନଙ୍କୁ କୁହାଯାଏ କଲ୍ଟ ସିନେପ୍ରେମୀ । ପୂର୍ବରୁ ବଲିଉଡ୍ ଇଣ୍ଡଷ୍ଟ୍ରୀ ସିନେପ୍ରେମୀଙ୍କୁ ଆକୃଷ୍ଟ କରୁଥିବାବେଳେ ଏବେ ଧୀରେ ଧୀରେ ସାଉଥ୍ ଇଣ୍ଡଷ୍ଟ୍ରୀ ଏ ଜାଗା ନେଇଛି । କାହାଣୀ ,ସସପେନ୍ସ , ଥ୍ରୀଲର୍ , ରୋମାନ୍ସ , ଆକ୍ସନ୍ ,ଲୋକକଥା ସବୁର ମସାଲାକୁ ଘାଣ୍ଟି ପ୍ରସ୍ତୁତ ହେଉଛି ଗୋଟିଏ ସାଉଥ୍ ସିନେମା । ଆଉ ସିନେପ୍ରେମୀଙ୍କ ଆଗରେ ସିନେମା ପରଷାଯିବା ବେଳେ ବାଜୁଛି ପ୍ରବଳ ସିଟି ।
/kanak/media/media_files/2025/04/03/c9Wf5vYimNlKHxmDfVdI.jpg)
ସାଉଥ୍ ଇଣ୍ଡଷ୍ଟ୍ରୀ ପ୍ରତିଥର କିଛି ନୂତନ ଧରଣର କାହାଣୀ ନେଇ ସିନେପ୍ରେମୀଙ୍କ ଆଗକୁ ଆସୁଛି ଏବଂ ଲୋକଙ୍କ ଠାରୁ ଖୁବ୍ ବାଃ ବାଃ ସାଉଁଟୁଛି । କମ୍ ବଜେଟ୍ ସିନେମାର ପ୍ରଭାବ ଏତେ ଅଧିକ ରହୁଛି ଯେ ଏହାରି ତଳେ ଦବିଯାଉଛି ବଡ଼ ବଡ଼ ବଜେଟର ସିନେମା । ଚଳିତବର୍ଷ ମଧ୍ୟ ଏମିତି ଅନେକ ଫିଲ୍ମ ଉପରେ ସୁଟିଂ ଶେଷ ହୋଇ ସାରିଛି ଯାହା ରିଲିଜ୍ ହେବା ଅପେକ୍ଷାରେ ରହିଛି । ଏହି ସିନେମା ଭିତରୁ ଗୋଟିଏ ହେଉଛି ୪୦୦ କୋଟି ଆୟ କରିଥିବା ଫିଲ୍ମ ‘କାନ୍ତାରା ଚ୍ୟାପ୍ଟର – ୧’ ର ସିକ୍ବେଲ୍ । କାନ୍ତାରା ସିନେମାର ପାର୍ଟ ୧ ସାରା ଦୁନିଆରେ ୪୦୭.୮୨ କୋଟି ଟଙ୍କା ଆୟ କରିଥିଲା କିନ୍ତୁ ସିନେମାରେ ଖର୍ଚ୍ଚ ହୋଇଥିଲା ମାତ୍ର ୧୬ କୋଟି ଟଙ୍କା । ଲମ୍ବା ସମୟ ଧରି ଋଷଭ୍ ସେଟ୍ଟି ଏ ସିନେମା ଉପରେ କାମ କରୁଛନ୍ତି ।
ଏହି ସିନେମା ପାଇଁ ଅଭିନେତା ଋଷଭ୍ ସେଟ୍ଟି ଖାସ୍ ଟ୍ରେନିଂ ନେଇଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା । ସିନେମାର ପୂର୍ବ ପାର୍ଟକୁ ଲୋକ ବହୁତ ପସନ୍ଦ କରିଥିଲେ । ଏହି କାରଣ ଯୋଗୁଁ ଏହାର ସିକ୍ବେଲ୍ସକୁ ବି ମେକର୍ସ କୌଣସି ଦୃଷ୍ଟିରୁ କମ୍ କରିବାକୁ ଚାହୁଁନାହାନ୍ତି । ଅଭିନେତା ଋଷଭ୍ ସେଟ୍ଟି ମଧ୍ୟ ସିନେମାରେ ମନୋରଞ୍ଜନର କୌଣସି ଅଭାବ ଛାଡ଼ିବାକୁ ଚାହୁଁନାହାଁନ୍ତି । ଏଥିପାଇଁ ସେ ଅଶ୍ବାରୋହଣ , ଖଡଗ ଚାଳନ ଏବଂ କେରଳର ମାର୍ସଲଆର୍ଟ କଲରିପୟଟ୍ଟୁ ମଧ୍ୟ ଶିଖିଛନ୍ତି । ଚଳିତବର୍ଷ ଏହି ସିନେମା ପ୍ରେକ୍ଷାଳୟରେ ଧୁମ୍ ମଚାଇବାକୁ ଯାଉଛି । କିଛି ଦିନ ତଳେ ସିନେମାର ରିଲିଜ୍ ତାରିଖକୁ ଘୁଞ୍ଚାଇବାର ଖବର ଆସୁଥିଲା । ବର୍ତ୍ତମାନ ଏଥିରୁ ପରଦା ହଟିଛି । ଏହି ବହୁ ପ୍ରତୀକ୍ଷିତ ସିନେମା ଅକ୍ଟୋବର ୨ ତାରିଖରେ ପ୍ରେକ୍ଷାଳୟରେ ଆସିବାକୁ ଯାଉଛି ।