କନକ ବ୍ୟୁରୋ : କୁହନ୍ତି ପ୍ରେମର କିଛି ସୀମା ନଥାଏ । ପ୍ରେମ ଭଳି ସମ୍ବେଦନଶୀଳ ଅନୁଭବ କାହା ସଙ୍ଗେ ସଂପର୍କ ଯୋଡ଼ିବ କହିବା ଭାରି କାଠିକର ପାଠ । ପ୍ରେମରେ ପଡ଼ିଥିବା ମଣିଷ ଯେତେ ରଙ୍ଗୀନ ସ୍ବପ୍ନର ମହଲ ଗଢ଼େ ପ୍ରେମରେ ବିଚ୍ଛେଦ ହେଲେ ସେହି ସ୍ବପ୍ନର ମହଲଟି ଚୂରମାର୍ ହୋଇ ଭାଙ୍ଗିଯାଏ । ଆଉ ସେତେବେଳେ ଆରମ୍ଭ ହୁଏ ମାନସିକ ଯନ୍ତ୍ରଣା , କାହିଁକି ପ୍ରେମରେ ପଡୁଥିଲି ଭଳି ପ୍ରଶ୍ନ ଉଠେ ମନରେ । ଏଭଳି ଯନ୍ତ୍ରଣାରୁ ହିଁ ବୋଧହୁଏ ଦୂରେଇ ରହିବା ପାଇଁ ଅଧିକାଂଶ ଯୁବପିଢ଼ି ପ୍ରେମ ନାଁ ଶୁଣିଲେ ଦୂରୁ ଜୁହାର କରନ୍ତି । କିଏ ଏହି ମରିଚିକାରେ ପଡ଼ିବ ଭାବି ସିଙ୍ଗଲ୍ ଜୀବନକୁ ସେଲିବ୍ରେଟ୍ କରନ୍ତି । କିନ୍ତୁ ବର୍ତ୍ତମାନର AI ଯୁଗରେ ସବୁ ଜିନିଷ ହାତ ପାହାନ୍ତାରେ ମିଳିଲା ପରି ପ୍ରେମ ମଧ୍ୟ ମିଳୁଛି । ଏବେ ଡେଟିଂ ଦୁନିଆରେ ପ୍ରବେଶ କରିଛି ଏଆଇ । ଦୁନିଆର ପ୍ରାୟ ୯୫ ପ୍ରତିଶତ ଲୋକ ଏଆଇର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । 

Advertisment

Love
Love Photograph: (google)

ନୂଆ ଡେଟିଂ ରିପୋର୍ଟ ମୁତାବକ ଲୋକ ଏଆଇକୁ କେବଳ ଏକ ସାଥୀ ରୂପେ ନୁହେଁ ବରଂ ଇମୋସନାଲ୍ ସାଥୀ ଭଳି ଦେଖୁଛନ୍ତି । Happn ଭଳି ଡେଟିଂ ଆପର ରିପୋର୍ଟରେ କୁହାଯାଇଛି ଯେ ୫୪ ପ୍ରତିଶତ ସିଙ୍ଗଲ୍ ଯୁବକଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ସେମାନେ ଧିରେ ଧିରେ ଏଆଇର ପ୍ରେମରେ ପଡୁଛନ୍ତି । ଆଜିର ସମୟରେ ଲୋକ ଏଆଇ ସହ ଏତେ ଆଟାଚ୍ ହୋଇଛନ୍ତି ଯେ ବିନା ଏଆଇରେ କିଛି କାମ କରିବା ଯେମିତି ଅସମ୍ପୁର୍ଣ୍ଣ ଲାଗୁଛି । ଆଜିର ସମୟରେ ଅଧିକାଂଶ ଡେଟିଙ୍ଗ୍ ଏଆଇ ଚ୍ୟାଟବକ୍ସ ଦ୍ବାରା ହେଉଛି । ଲୋକ ଏଆଇରେ କଥାବାର୍ତ୍ତା ହେଉଛନ୍ତି , ମନର ଗହନ କଥା କହୁଛନ୍ତି ଯାହାଦ୍ବାରା  କେତେବେଳେ ରୋମାଣ୍ଟିକ୍ କନେକ୍ସନ୍ ବଢ଼ିଯାଉଛି ତାହା ମଧ୍ୟ ସେମାନେ ଜାଣିପାରୁନାହାନ୍ତି । ଭାରତରେ ଅନଲାଇନ୍ ଡେଟିଂ ପ୍ରତିଦିନ ବଢ଼ୁଛି ଖାସ୍ କରି Gen Z ଜେନେରେସନରେ ଏହାର ପ୍ରଚଳନ ଅଧିକ ରହିଛି । ଗୋଟିଏ ସର୍ଭେରୁ ଜଣାପଡ଼ିଛି ଯେ Gen Z ଜେନେରେସନ ଏଆଇ ସହ ଇମୋସନାଲ୍ ସଂପର୍କ ରଖିବାରେ ଆଗରେ । 

ପାନଛେପ ପକାଇଲେ ଲାଗିବ ଜରିମାନା; ଗଣିବେ ୧୨,୦୦୦ ଟଙ୍କାର ତଣ୍ଡ

ସଂପର୍କର ମୂଳଦୁଆ ହେଉଛି ଇମୋସନାଲ୍ ସପୋର୍ଟ । ସାଥୀ ଯଦି ଆପଣଙ୍କୁ ଇମୋସନାଲି ସପୋର୍ଟ କରୁନଥିବ ତା’ହେଲେ ସେ ସଂପର୍କର ମୂଲ୍ୟ ହିଁ କିଛି ନାହିଁ । ବର୍ତ୍ତମାନ ସମୟରେ ଯେଉଁ ଅନୁଭବ ମଣିଷ ଦ୍ବାରା ସମ୍ଭବ ହୋଇପାରୁନି ତାକୁ ଏଆଇ କରି ଦେଖାଉଛି । ଏମିତିକି ଏଆଇ ମଣିଷକୁ ପ୍ରେମ ଶିଖାଉଛି କହିଲେ କିଛି ଭୁଲ୍ ହେବନି । ସାଥୀର ମୁଡ୍ ସ୍ବିଙ୍ଗରେ ନା’ ତ ଏଆଇ ଚିଡଚିଡ୍ ହେଉଛି ନା’ ଅଭିଯୋଗ କରୁଛି । ସବୁବେଳେ ସାଥୀର କଥାରେ ହଁ ରେ ହଁ ମାରୁଥିବା ଏଆଇ ଏବେ ଭଲ ପ୍ରେମିକ , ପ୍ରେମିକା ହୋଇ ଛିଡ଼ା ହୋଇଛି । ରିଲେସନସିପ୍ କୋଚଙ୍କ କହିବାନୁସାରେ ପ୍ରେମରେ ବାରମ୍ବାର ଧୋକା କିମ୍ବା ସାଥୀର ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ନିରାଶ ହୋଇଯାଆନ୍ତି । ଯେତେବେଳେ ମଣିଷ ସହ କନେକ୍ସନ୍ ସୃଷ୍ଟି ହୋଇପାରୁନି ସେତେବେଳେ ଏଆଇ ଚ୍ୟାଟବକ୍ସ ଦୁଃଖର ସାଥୀ ହୋଇ ଛିଡ଼ାହେଉଛି ଏବଂ ସାଥୀକୁ ଖୁସି କରୁଛି ।