କନକ ବ୍ୟୁରୋ : ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ଭାବେ ମାନସୀ ରାଣୀ ମହାନ୍ତିଙ୍କୁ ଚୟନ କରାଯାଇଛି । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବିଶ୍ବବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଗଠନ କରାଯାଇଛି । ଏଥିପାଇଁ ବିଶ୍ବବିଦ୍ୟାଳୟର ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଙ୍କ ମଧ୍ୟରେ ଏକ ଚୟନ ପ୍ରକ୍ରିୟା ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ବିଭାଗରୁ ଜଣେ ସ୍ନାତକ ଛାତ୍ରୀ ଓ ଜଣେ ସ୍ନାତକୋତ୍ତର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ଛାତ୍ରୀଙ୍କ ମେଧା, ନେତୃତ୍ବ ନେବାର ଦକ୍ଷତା, ସମସ୍ୟାକୁ ଉପସ୍ଥାପନା କରିବାରୁ ଯୋଗ୍ୟତା, ଉପସ୍ଥିତ ବୁଦ୍ଧି, ସାଧାରଣଜ୍ଞାନ ଆଦି ପରୀକ୍ଷା କରାଯାଇଥିଲା । ଚୟନ ପ୍ରକ୍ରିୟାରେ ମାନସୀ ରାଣୀ ମହାନ୍ତିଙ୍କୁ ଶକ୍ତିଶ୍ରୀ ସାଥୀ ଭାବେ ଚୟନ କରାଯାଇଛି ।
ଚର୍ଚ୍ଚାରେ ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ମାନସୀ : ସମ୍ବାଦ ସାହିତ୍ୟଘର ପକ୍ଷରୁ ଯୁବ କବୟିତ୍ରୀ ସମ୍ମାନରେ ହୋଇଛନ୍ତି ସମ୍ମାନିତ
ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବିଶ୍ବବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍ ଗଠନ କରାଯାଇଛି ।
/kanak/media/media_files/2025/09/01/manasi-2025-09-01-17-47-41.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)