କନକ ବ୍ୟୁରୋ : ଚାଟଜିପିଟିର ମୂଳ ସଂସ୍ଥା ଓପନ ଏଆଇ ଭାରତରେ ନିଜର ପ୍ରଥମ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଖୋଲିବାକୁ ଯୋଜନା କରୁଛି । ଏହାର ମାର୍କେଟିଂ ଲିଡ୍ ଭାବେ ଓଡ଼ିଶାର ଶୀଲାଦିତ୍ୟ ମହାନ୍ତିଙ୍କୁ ନିଯୁକ୍ତ କରିଛି । ଶୀଲାଦିତ୍ୟ ପୂର୍ବରୁ ମେଟାରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ମେଟା ଏଆଇ ଏବଂ ଫେସବୁକର ମାର୍କେଟିଂ ଲିଡ୍ କରିଥିଲେ । ଶିଲାଦିତ୍ୟଙ୍କ ପାଖରେ ନୋକିଆ, ମାଇକ୍ରୋସଫ୍ଟ ଏବଂ ମେଟା ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକରେ ୧୬ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ମେଟାରେ ସେ ଫେସବୁକରୁ ମେଟାକୁ ରିବ୍ରାଣ୍ଡିଂ ଏବଂ ମୋର ଟୁଗେଦର ଭଳି ଅଭିଯାନ ପରିଚାଳନା କରିଥିଲେ । ଓପନଏଆଇର ଏହି ନିଯୁକ୍ତି ଭାରତରେ ଏଆଇ ଗ୍ରହଣ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରଣନୀତିକ ପଦକ୍ଷେପ । ଭାରତ ବର୍ତ୍ତମାନ ଚାଟଜିପିଟିର ଦ୍ୱିତୀୟ ବୃହତ୍ତମ ବଜାର, ଯେଉଁଠାରେ ଗତବର୍ଷ ସାପ୍ତାହିକ ସକ୍ରିୟ ଉପଭୋକ୍ତା ଚାରିଗୁଣ ବୃଦ୍ଧି ପାଇଛି । ଓପନ ଏଆଇ ସରକାର, ବ୍ୟବସାୟୀ, ଡେଭେଲପର ଏବଂ ଶିକ୍ଷାନୁଷ୍ଠାନ ସହିତ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।
ଭାରତରେ ପ୍ରବେଶ କରିବାକୁ ଯାଉଛି ଏଆଇ ଜଏଣ୍ଟ ଓପନ ଏଆଇ : ଶୀଘ୍ର ଦିଲ୍ଲୀରେ ଖୋଲିବ ପ୍ରଥମ ଅଫିସ
ଏହାର ମାର୍କେଟିଂ ଲିଡ୍ ଭାବେ ଓଡ଼ିଶାର ଶୀଲାଦିତ୍ୟ ମହାନ୍ତିଙ୍କୁ ନିଯୁକ୍ତ କରିଛି । ଶୀଲାଦିତ୍ୟ ପୂର୍ବରୁ ମେଟାରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ମେଟା ଏଆଇ ଏବଂ ଫେସବୁକର ମାର୍କେଟିଂ ଲିଡ୍ କରିଥିଲେ ।
/kanak/media/media_files/2025/08/25/chatgpt-2025-08-25-15-14-49.jpg)