ଇଣ୍ଡିଗୋ ସମସ୍ୟାର ଖୁବଶୀଘ୍ର ହୋଇପାରେ ସମାଧାନ, ଦାବି ମାନିନେଲା ଡିଜିସିଏ

Advertisment

ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା ଏବେ ଯନ୍ତ୍ରଣା ପାଲଟିଛି । ୪ ଦିନ ହେବ ଇଣ୍ଡିଗୋ ଏୟାଇଲାଇନ୍ସରେ ଦେଖାଯାଇଥିବା ବିଭ୍ରାଟ ହଜାର ହଜାର ଯାତ୍ରୀଙ୍କ ନିଦ ହଜାଇ ଦେଇଛି । ଦେଶର ପ୍ରମୁଖ ବିମାନବନ୍ଦରରେ ଯାତ୍ରୀ ଅପେକ୍ଷା କରି ବସିଛନ୍ତି । ଏମାନେ ଏବେ କ’ଣ କରିବେ କିଛି ବୁଝି ପାରୁନାହାନ୍ତି । ଇଣ୍ଡିଗୋ ବିମାନ ରଦ୍ଦ ଓ ବିଳମ୍ବ ପାଇଁ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଯାତ୍ରୀଙ୍କ ବିମାନ ଯାତ୍ରା ଏବେ ଯନ୍ତ୍ରଣା ପାଲଟିଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଧର୍ଯ୍ୟ  ସୀମା ଟପୁଛି ,ଅଣାୟତ୍ତ ହୋଇଛି ସ୍ଥିତି ।

ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା ଏବେ ଯନ୍ତ୍ରଣା ପାଲଟିଛି । ୪ ଦିନ ହେବ ଇଣ୍ଡିଗୋ ଏୟାଇଲାଇନ୍ସରେ ଦେଖାଯାଇଥିବା ବିଭ୍ରାଟ ହଜାର ହଜାର ଯାତ୍ରୀଙ୍କ ନିଦ ହଜାଇ ଦେଇଛି । ଦେଶର ପ୍ରମୁଖ ବିମାନବନ୍ଦରରେ ଯାତ୍ରୀ ଅପେକ୍ଷା କରି ବସିଛନ୍ତି । ଏମାନେ ଏବେ କ’ଣ କରିବେ କିଛି ବୁଝି ପାରୁନାହାନ୍ତି । ଇଣ୍ଡିଗୋ ବିମାନ ରଦ୍ଦ ଓ ବିଳମ୍ବ ପାଇଁ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଯାତ୍ରୀଙ୍କ ବିମାନ ଯାତ୍ରା ଏବେ ଯନ୍ତ୍ରଣା ପାଲଟିଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଧର୍ଯ୍ୟ  ସୀମା ଟପୁଛି ,ଅଣାୟତ୍ତ ହୋଇଛି ସ୍ଥିତି ।

dgca

କନକ ବ୍ୟୁରୋ : ଖୁବଶୀଘ୍ର ସ୍ୱାଭାବିକ ହୋଇପାରେ ବିମାନ ଉଡ଼ାଣ । ଦେଶବ୍ୟାପୀ ଇଣ୍ଡିଗୋ ବିମାନ ଚଳାଚଳରେ ମହାବିଭ୍ରାଟ ପରେ, ନିଜ ନିଷ୍ପତ୍ତି ପ୍ରତ୍ୟାହାର କଲା ଡିଜିସିଏ । ୪ ଦିନରେ ହଜାରେରୁ ଅଧିକ ବିମାନ ଉଡ଼ାଣ ବାତିଲ ହେବା ପରେ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ବଡ଼ ପଦକ୍ଷେପ । ବିମାନ କର୍ମଚାରୀଙ୍କ ରୋଷ୍ଟର୍ ବା କାର୍ଯ୍ୟ ନିର୍ଘଣ୍ଟ ସଂପର୍କିତ ସର୍ତ୍ତ ମାନି ନେଇଛି ଡିଜିସିଏ । ପୂର୍ବରୁ ବିମାନ କ୍ରୁ ମାନଙ୍କ ଛୁଟି ଓ ସାପ୍ତାହିକ ଆରାମ ଅଦଳବଦଳ ହୋଇପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଇଣ୍ଡିଗୋ ବିମାନ ବିଭ୍ରାଟ ପଛରେ ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ, ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି । ଏବେ ରୋଷ୍ଟର୍ ତିଆରି ବେଳେ କର୍ମଚାରୀଙ୍କ ୪୮ ଘଣ୍ଟା ଛୁଟିକୁ ସାପ୍ତାହିକ ବିଶ୍ରାମ ଭାବେ ମଧ୍ୟ ଗ୍ରହଣ କରାଯାଇପାରିବ । ବିମାନଉଡ଼ାଣ ସଂସ୍ଥା ପକ୍ଷରୁ ରଖିଯାଇଥିବା ଏହି ସର୍ତ୍ତକୁ ସାମୟିକ ଭାବେ ମାନି ନେଇଛି ଡିଜିସିଏ ।

ଅଧିକ ପଢ଼ନ୍ତୁ: ଦିଲ୍ଲୀରୁ ଇଣ୍ଡିଗୋର ୨୩୫ ବିମାନ ବାତିଲ, ସାରା ଦେଶରେ ୪୦୦ରୁ ଅଧିକ ଉଡ଼ାଣ ପ୍ରଭାବିତ - ଯାତ୍ରୀ ହନ୍ତସନ୍ତ

ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା ଏବେ ଯନ୍ତ୍ରଣା ପାଲଟିଛି । ୪ ଦିନ ହେବ ଇଣ୍ଡିଗୋ ଏୟାଇଲାଇନ୍ସରେ ଦେଖାଯାଇଥିବା ବିଭ୍ରାଟ ହଜାର ହଜାର ଯାତ୍ରୀଙ୍କ ନିଦ ହଜାଇ ଦେଇଛି । ଦେଶର ପ୍ରମୁଖ ବିମାନବନ୍ଦରରେ ଯାତ୍ରୀ ଅପେକ୍ଷା କରି ବସିଛନ୍ତି । ଏମାନେ ଏବେ କ’ଣ କରିବେ କିଛି ବୁଝି ପାରୁନାହାନ୍ତି । ଇଣ୍ଡିଗୋ ବିମାନ ରଦ୍ଦ ଓ ବିଳମ୍ବ ପାଇଁ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଯାତ୍ରୀଙ୍କ ବିମାନ ଯାତ୍ରା ଏବେ ଯନ୍ତ୍ରଣା ପାଲଟିଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଧର୍ଯ୍ୟ  ସୀମା ଟପୁଛି ,ଅଣାୟତ୍ତ ହୋଇଛି ସ୍ଥିତି । କେଉଁଠି କ୍ରିୟୁ ସଦସ୍ୟଙ୍କ ଉପରେ ପାଣି ଫିଙ୍ଗି ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ତ ପୁଣି କେଉଁଠି ହୋହାଲ୍ଲା,ପାଟିତୁଣ୍ଡରେ କମ୍ପିଛି ବିମାନବନ୍ଦର । ଏନେଇ ଏକାଧିକ ଅଭିଯୋଗ କରିଛନ୍ତି ଯାତ୍ରୀ । ଯାତ୍ରୀମାନେ କହିଛନ୍ତି ଯେ ବିମାନ ରଦ୍ଦ କିମ୍ବା ବିଳମ୍ବ ପୂର୍ବରୁ ସୂଚନା ଦିଆଯାଉନି । ଆଗକୁ କେଉଁ ବିମାନ ଦିଆଯିବ ସେନେଇ ଇଣ୍ଡିଗୋ ସୂଚନା ଦେଉନି । ଖାଇବା ପିଇବା ବିଶ୍ରାମ ବ୍ୟବସ୍ଥା କିଛି ନାହିଁ । ଟିକେଟ୍ କ୍ୟାନସେଲ୍ କିମ୍ବା ରିସିଡ୍ୟୁଲ୍ ପାଇଁ ପର୍ଯ୍ୟାପ୍ତ  ସୂଚନା ଓ ସହଯୋଗ ମିଳୁନି । ପ୍ରାୟ ବର୍ଷେ ହେବ ଏୟାରଲାଇନ୍ସମାନଙ୍କ ପାଇଁ ବେସାମରିକ ବିମାନ ଚଳଚଳ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଫ୍ଲାଇଟ୍ ଡ୍ୟୁଟି ସମୟ ଲିମିଟେସନ୍ ଅନୁସାରେ ନୂଆ ନିୟମ ଲାଗୁ କରାଯାଇଛି । 

ଅଧିକ ପଢ଼ନ୍ତୁ: ଏନ୍ତୁଡ଼ିଶାଳରେ ବାଟବଣା ଯୋଜନା ; ବ୍ଲକରେ ଲୋକଙ୍କୁ ମିଳୁନି ମୌଳିକ ସୁବିଧା

ପାଇଲଟ୍ ଏବଂ କ୍ରିୟୁ ସଦସ୍ୟଙ୍କ ବିଶ୍ରାମ ସମୟ ୩୬ ରୁ ୪୮ ଘଣ୍ଟା କରାଯାଇଥିବା ବେଳେ ଲ୍ୟାଣ୍ଡିଂ  ଟାଇମ ୬ ରୁ ୨ କୁ କମାଯାଇଛି । ବର୍ଷେ ଭିତରେ ଆବଶ୍ୟକ ମୁତାବକ ନିଯୁକ୍ତି ଦେଇନି ଇଣ୍ଡିଗୋ । ଯାହା ବର୍ତ୍ତମାନ ବଡ଼ ସମସ୍ୟା ସୃଷ୍ଟି କରିଛି । ଇଣ୍ଡିଗୋ ପାଖରେ ଅନ୍ୟ ଏୟାରଲାଇନ୍ସ ତୁଳନାରେ କମ୍ ପାଇଲଟ୍, କ୍ରିୟୁ ସଦସ୍ୟ ରହିଛନ୍ତି ଯାହାର ସିଧା ପ୍ରଭାବ ଉଡ଼ାଣ ଉପରେ ପଡ଼ିଛି । ଏଥିସହ ଶୀତଦିନରେ କୁହୁଡ଼ି ସମସ୍ୟା ସାଙ୍ଗକୁ ଛୋଟ ବଡ଼ ବୈଷୟିକ ସମସ୍ୟା ବୋଝ ଉପରେ ନଳିତାବିଡ଼ା ସଦୃଶ ସମସ୍ୟା ସାଜିଛି । ସେପଟେ ପାଇଲଟ ଆସୋସିଏସନ୍ ଅଫ ଇଣ୍ଡିଆ କହିଛି ନିୟମକୁ ଦୁର୍ବଳ କରିବାକୁ ଜାଣିଶୁଣି ବିମାନ ବାତିଲ କରାଯାଉଛି । ଅନ୍ୟପଟେ ବିମାନ ଚଳାଚଳ ସ୍ବାଭାବିକ ପାଇଁ ଇଣ୍ଡିଗୋ ରଖିଥିବା ଦାବିକୁ ଡିଜିସିଏ ମାନିଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ଜୋର ଧରିଲା ପାଉଁଶ ରାଜନୀତି ; ବିଧାୟକ-ପୂର୍ବତନ ବିଧାୟକ ମୁହାଁମୁହିଁ

ତେବେ ଗତ ଚାରି ଦିନ ହେବ ଇଣ୍ଡିଗୋ ବିମାନର ବାତିଲ ଯୋଗୁଁ ରେଳବାଇ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି । ଦିଲ୍ଲୀ ବାହାରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବିମାନ ଆଉ ବିକଳ୍ପ ନଥିବାରୁ ସେମାନେ ବହୁ ସଂଖ୍ୟାରେ ଟ୍ରେନ୍ ଆଡ଼କୁ ମୁହାଁଉଛନ୍ତି । ଫଳରେ ଦିଲ୍ଲୀରୁ ବାହାରୁଥିବା ଅଧିକାଂଶ ଟ୍ରେନ୍ ପାଇଁ ଟିକେଟ ଚାହିଦା ହଠାତ୍ ବୃଦ୍ଧି ପାଇଛି । ତତକାଳ ଟିକେଟ ଠାରୁ ଆରମ୍ଭ କରି ଦୂରଗାମୀ ଟ୍ରେନ୍ ପର୍ଯ୍ୟନ୍ତ  ସବୁଠି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୭୦୦ ରୁ ୧୦୦୦ କିଲୋମିଟର ଦୂରତା ଯାତ୍ରା କରୁଥିବା ଯାତ୍ରୀମାନେ ଏବେ ବହୁ ସଂଖ୍ୟାରେ ଟିକେଟ ବୁକ୍ କରୁଛନ୍ତି । କେବଳ ଏତିକି ନୁହେଁ ଦୂର ଯାତ୍ରା କରୁଥିବା ଲୋକମାନେ ଏବେ ବିମାନ ବଦଳରେ ଟ୍ରେନରେ ଚଢ଼ିବା ଆରମ୍ଭ କରିଛନ୍ତି ଯାହା ଫଳରେ ପ୍ରାୟ ଟ୍ରେନର ଟିକେଟ୍ ଶେଷ ହୋଇଯାଇଛି । ଏହି ରୁଟରେ ରାଜଧାନୀ, ବନ୍ଦେ ଭାରତ, ସୁପରଫାଷ୍ଟ ଏବଂ ଏକ୍ସପ୍ରେସ ଟ୍ରେନଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ପୁଣି ଉଠିଲା ଫନି ବାତ୍ୟାର ତାତି; ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଦାବି

ତେବେ ଏନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ ଇଣ୍ଡିଗୋର ବିଫଳତା ହେଉଛି ଏହି ସରକାରଙ୍କ ଏକାଧିକ ମଡେଲର ମୂଲ୍ୟ । ନଭେମ୍ବର ୬, ୨୦୨୪ ର ଏକ ପୋଷ୍ଟ ଏବଂ ଆର୍ଟିକିଲକୁ ପୁନଃ ଉଦ୍ଧୃତ କରି ରାହୁଲ ଗାନ୍ଧୀ କହିଛନ୍ତି ‘‘ପୁଣିଥରେ ସାଧାରଣ ଭାରତୀୟମାନେ ଏହାର ମୂଲ୍ୟ ଦେଉଛନ୍ତି  ବିଳମ୍ବ, ବାତିଲ ଏବଂ ଅସହାୟତା ରୂପରେ । ଭାରତ ପ୍ରତ୍ୟେକ କ୍ଷେତ୍ରରେ ନିରପେକ୍ଷ ପ୍ରତିଯୋଗିତା ପାଇବାକୁ ଯୋଗ୍ୟ, ମ୍ୟାଚ୍ ଫିକ୍ସିଂ ଏକାଧିକାର ନୁହେଁ ।’’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe