କନକ ବ୍ୟୁରୋ : ଝାରସୁଗୁଡ଼ାରେ ପୁଣି ଜୋର ଧରିଲା ପାଉଁଶ ରାଜନୀତି । ଲଇକେରା ଠାରେ ବିଜେଡି ନେତ୍ରୀ ଦୀପାଳି ଦାସଙ୍କ କୁଶପୁତ୍ତଳିକା ଦାହ କରିବା ପରେ ପ୍ରତିକ୍ରୟାଶୀଳ ହୋଇଛି ବିଜେଡି । ଝାରସୁଗୁଡ଼ା ବିଧାୟକ, ପିସି କାରବାର ଚଳାଇଥିବା କରିଛନ୍ତି ବିଜେଡି ନେତା । ଅନ୍ୟପଟେ ୨୪ ବର୍ଷର ଆବର୍ଜନା ୫ ବର୍ଷରେ ସଫା କରାଯିବ ବୋଲି ଉତ୍ତର ରଖିଛି ବିଜେପି ।
ଝାରସୁଗୁଡ଼ାରେ ପାଉଁଶକୁ ନେଇ ତେଜିଲା ରାଜନୀତି । ମୁହାଁମୁହିଁ ସ୍ଥିତିରେ ବିଜେଡି-ବିଜେପି । ରାସ୍ତାରେ ପାଉଁଶ ପଡ଼ିବାକୁ ନେଇ ପୂର୍ବତନ ବିଧାୟିକା ଦୀପାଳି ଦାସ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ଲଇକେରା ଠାରେ ଦୀପାଳିଙ୍କ କୁଶ ପୁତ୍ତଳିକା ଦାହ କରିଥିଲା ଜିଲ୍ଲା ବିଜେପି । ଏହାପରେ ଚିହିଁକି ଉଠିଛନ୍ତି ବିଜେଡି ନେତା । ଏହା ନାରୀଙ୍କ ପ୍ରତି ଅସମ୍ମାନ ବୋଲି କୁହାଯାଇଛି । ସଂପୂର୍ଣ୍ଣ ଘଟଣାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ବିଧାୟିକା । ପିସି କିଙ୍ଗ୍, ଆସ୍ କିଙ୍ଗ୍ ନହୋଇ ଲୋକଙ୍କ କାମ କରନ୍ତୁ ବୋଲି ଗଣମାଧ୍ୟମକୁ ବିବୃତି ଦେଇଛନ୍ତି ଦୀପାଳି ।
ଅଧିକ ପଢ଼ନ୍ତୁ--ଏନ୍ତୁଡ଼ିଶାଳରେ ବାଟବଣା ଯୋଜନା ; ବ୍ଲକରେ ଲୋକଙ୍କୁ ମିଳୁନି ମୌଳିକ ସୁବିଧା
ସେପଟେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି ଝାରସୁଗୁଡ଼ା ବିଜେପି । ଦୀପାଳିଙ୍କ ପରିବାର ହିଁ ପାଉଁଶ ବେପାରୀଙ୍କୁ ସୃଷ୍ଟି କରିଛନ୍ତି । ୨୪ ବର୍ଷର ଆବର୍ଜନା ୫ବର୍ଷରେ ସଫା କରିବେ ରାଜ୍ୟ ସରକାର । ପାଉଁଶ ପକାଇବା ଲାଗି ନିର୍ଦ୍ଦିଷ୍ଟ ନିୟମ କରିଛନ୍ତି । ଆଗାମୀ ଦିନରେ କମ୍ପାନି ଓ ପାଉଁଶ ପରିବହନକାରୀ ସଂସ୍ଥା ଏହି ନିୟମ ଅନୁପାଳନ କରିବେ ବୋଲି କହିଛନ୍ତି ବିଜେପି ମଣ୍ଡଳ ସଭାପତି ।
ପୂର୍ବରୁ ମଧ୍ୟ ଅନେକ ଥର ପାଉଁଶକୁ ନେଇ ବିଜେଡି- ବିଜେପି ମଧ୍ୟରେ କଥା କଟାକଟି ହୋଇଛି । ଚାଷ ଜମିରେ ପାଉଁଶ ମିଶା ପାଣି ମାଡ଼ିବାକୁ ତୁମ୍ବିତୋଫାନ ହୋଇଥିଲା । ଏବେ ପୁଣି ରାଜନୈତିକ ଦଳର ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି କରୁଛନ୍ତି । ଏସବୁ ଭିତରେ ଝାରସୁଗୁଡ଼ା କେବେ ପାଉଁଶ ଓ ପ୍ରଦୂଷଣ ମୁକ୍ତ ହେବ ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/05/jharasuguda-2025-12-05-17-49-39.jpg)