କନକ ବ୍ୟୁରୋ : ଫନି ବାତ୍ୟାର ତାଣ୍ଡବରେ ଅନେକ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ରହିଯାଇଥିବ ବାରମ୍ଵାର ଅଭିଯୋଗ ହୋଇଆସୁଛି । ଦୀର୍ଘ ବର୍ଷ ପରେ ପୁଣି ମୁଣ୍ଡ ଟେକିଛି ଫନି ବାତ୍ୟାର ସହାୟତା ରାଶି ବିବାଦ । ଦୀର୍ଘ ୫ ବର୍ଷ ପରେ ଫନି ବାତ୍ୟାରେ କ୍ଷତିଗସ୍ତ ହିତାଧିକାରୀ ନିମାପଡା ତହସିଲରେ କ୍ଷୟକ୍ଷତିର ପୁନଃସମୀକ୍ଷା ପାଇଁ ଦାବି କରିଛନ୍ତି । 

Advertisment

୨୦୧୯, ମେ’ ୩...ସାମୁଦ୍ରିକ ବାତ୍ୟା ଫନି ରଚିଥିଲା ପ୍ରଳୟଙ୍କାରୀ ତାଣ୍ଡବ । ହଜାର ହଜାର ଲୋକ ବାସହରା ହୋଇଥିଲେ । ଜୀବନ ଜୀବିକା ଉପରେ ପଡ଼ିଥିଲା ବହୁତ ବଡ଼ ପ୍ରଭାବ । ଚାଷ ଓ ଚାଷୀଙ୍କ ସମେତ ବାତ୍ୟା ବିପନ୍ନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିଲା । ଏହା ଭିତରେ ବିତିଗଲାଣି ୫ ବର୍ଷ । ଅନେକ ବାତ୍ୟା ବିପନ୍ନଙ୍କୁ ସହାୟତା ମିଳିଛି । ଅନେକଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରିନଥିବା ଅଭିଯୋଗ ଆସୁଛି । 

ଅଧିକ ପଢ଼ନ୍ତୁ--ଜୋର ଧରିଲା ପାଉଁଶ ରାଜନୀତି ; ବିଧାୟକ-ପୂର୍ବତନ ବିଧାୟକ ମୁହାଁମୁହିଁ

କ୍ଷତିଗ୍ରସ୍ତଙ୍କୁ ପୁନଃସମୀକ୍ଷା କରି ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ଓଡିଶା ଜନଶକ୍ତି ମଞ୍ଚର ଆବାହକ ଅଶୋକ ନନ୍ଦଙ୍କ ନେତୃତ୍ୱରେ ନିମାପଡ଼ା ତହସିଲରେ ଦାବିପତ୍ର ପ୍ରଦାନ କରାଯାଇଛି । ବାତ୍ୟା ବିପନ୍ନଙ୍କ ହକ୍ ପାଇଁ ଅନେକ ଥର ବିଧାନସଭା ଘେରାଉ ସହ ରାସ୍ତାରୋକ କରାଯାଇଥିଲା । ରାଜସ୍ବ ମନ୍ତ୍ରୀ ଓ ମୁଖ୍ୟସଚିବଙ୍କୁ ଭେଟି ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବର୍ତ୍ତମାନ ତଦନ୍ତ କରି ଯୋଗ୍ୟଙ୍କୁ ସହାୟତା ମିଳିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ତହସିଲଦାର । ପୁଣି ସରକାର ତଦନ୍ତ କରି ସରକାରୀ ସହାୟତା ଯୋଗାଇଦେବେ ବୋଲି ଆଶା ରଖିଛନ୍ତି ବାତ୍ୟା ବିପନ୍ନ ।