ବିମାନ ଉଡ଼ାଣରେ କୁହୁଡି କାଳ: ଦିଲ୍ଲୀ ବଦଳରେ ମୁମ୍ବାଇରେ ଅବତରଣକୁ ନେଇ ତାତିଲେ ଯାତ୍ରୀ

189

କନକ ବ୍ୟୁରୋ: ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଯେଉଁ ରନୱେରେ ପହଁଚିବା ପୂର୍ବରୁ କଡ଼ା ସୁରକ୍ଷା, ତନ୍ନତନ୍ନ ଯାଂଚ କରାଯାଏ । ଏପରିକି ପକ୍ଷୀଟିଏ ନଜର ଆସିଲେ ବି ସୁରକ୍ଷାକୁ ଦ୍ୱିଗୁଣା କରାଯାଏ ସେଠାରେ କିଭଳି ଯାତ୍ରୀଙ୍କ ମେଳି ହୋଇଛି । ଅଧରାତିରେ ଟାରମାକ ବା ଯେଉଁଠି ବିମାନରେ ପାକିଂ କରାଯାଏ ସେଠି ଶହ ଶହ ଯାତ୍ରୀ ଏକାଠି ବସି ଖାଉଥିବା ଦୃଶ୍ୟ ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିିକି ପ୍ରଶ୍ନ ଉଠୁଛି । ଏପରିକି ସୋସିଆଲ ମିଡିଆରେ ଯାତ୍ରୀ ଏହି ଭିଡିଓକୁ ପୋଷ୍ଟ କରି ଅସନ୍ତୋଷ ଜାହିର କରିଛନ୍ତି । ଯାତ୍ରୀ ଅଭିଯୋଗ କରିଛନ୍ତି ଗୋଆରୁ ଦିଲ୍ଲୀ ଆସିବାକୁଥିବା ଇଣ୍ଡିଗୋ ବିମାନ ୨୦ଘଂଟା ବିଳମ୍ବ ଦେଖାଯିବା ସତ୍ୱେ ବିମାନ କର୍ତୁପକ୍ଷଙ୍କ ପକ୍ଷରୁ କୌଣସି ସଠିକ ସୂଚନା ଦିଆଯାଇଥିଲା । ନିୟମ ଅନୁସାରେ ଯାତ୍ରୀଙ୍କ ଖାଦ୍ୟ ପାନୀୟ ଓ ବିଶ୍ରାମ ବ୍ୟବସ୍ଥା ମଧ୍ୟ କରାଯାଇନଥିଲା । ଏପରିକ ଦିଲ୍ଲୀରେ ଅବତରଣ କରିବା ବଦଳରେ ଅଧରାତିରେ ବିମାନଟି ଦିଲ୍ଲୀରେ ଅବତରଣ କରିଥିଲା । ଘଟଣାକୁ ନେଇ ବିମାନ କ୍ରିୟୁ ସଦସ୍ୟଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହେବା ପରେ ଅସନ୍ତୁଷ୍ଟ ଯାତ୍ରୀ ରନୱେରେ ବସି ଖାଇବା ପାଇଁ ଓ ବିଶ୍ରାମ ନେବାକୁ ନିଷ୍ପତି ନେଇଥିଲେ । ବିମାନ ଉଡ଼ାଣ ବିଳମ୍ବକୁ ନେଇ ଇଣ୍ଡିଗୋ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କୁହୁଡି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଥିବା କହିଛି ବିମାନ କମ୍ପାନୀ ।

ଦିନକ ପୂର୍ବରୁ ଇଣ୍ଡିଗୋ ବିମାନ ଭିତରରୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଉଡ଼ାଣରେ ବିଳମ୍ବ ଯୋଗୁଁ ଉତ୍ୟକ୍ତ ଯାତ୍ରୀ ପାଇଲଟଙ୍କୁ ପିଟିବା ପାଇଁ ପଛେଇନଥିଲେ । ଆକ୍ରମଣ ପରେ ଅଭିଯୁକ୍ତଙ୍କୁ ହାଜତକୁ ନେଇଛି ପୁଲିସ । ସେପଟେ ଘଟଣା ବାବଦରେ ରୁଷିଆ ମଡେଲଙ୍କ ବୟାନ ସାମ୍ନାକୁ ଆସିଛି । ଘଟଣା ସମୟରେ ସମାନ ବିମାନରେ ଯାତ୍ରା କରୁଥିଲେ ମଡେଲ ଏବଗୋନିଆ ବେଲ୍ସାକିଆ । ମଡେଲ କହିଛନ୍ତି ବିମାନ ଉଡାଣ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ଯାତ୍ରୀ । ତେବେ ପାଇଲଟ ହଙ୍ଗାମାକୁ ନିୟନ୍ତ୍ରଣ କରିବା ବଦଳରେ ଓଲଟା ଯାତ୍ରୀଙ୍କୁ ଦାୟୀ କରିଥିଲେ । ପାଇଲଟ କହିଥିଲେ ଯାତ୍ରୀଙ୍କ ହଟଗୋଳ ପାଇଁ ବିମାନ ଉଡାଣରେ ଡେରି ହେଉଛି । ଏହାକୁ ଶୁଣି ସାହିଲ କଟାରିଆ ଉତ୍ୟକ୍ତ ହୋଇ ଆକ୍ରମଣ କରିଥିବା ରୁଷ ମଡେଲ ଏକ ଭିଡିଓ ଜାରି କରିଛନ୍ତି ।

କୁହୁଡି ଯୋଗୁଁ କିଛି ଦିନ ହେବ ଯାତାୟତ ବେଶ ବାଧାପ୍ରାପ୍ତ ହେଉଛି । କେବଳ ବିମାନ ନୁହେଁ ଟ୍ରେନ, ବସ ଓ ଛୋଟବଡ ଗାଡି ଚଳାଚଳରେ ବାଧକ ସାଜୁଛି କୁହୁଡୁ । ପରିସ୍ଥିତିକୁ ଦେଖି ଅଧିକାଂଶ ବିମାନ ଉଡାଣ ରଦ୍ଧ କରାଯାଉଥିବାବେଳେ ଅନେକର ରୁ ପରିବର୍ତନ କରାଯାଉଛି । କୁହୁଡି ପାଇଁ ସବୁଠୁ ଅଧିକ ହନ୍ତସନ୍ତ ହେଉଛନ୍ତି ବିମାନଯାତ୍ରୀ ।